ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସର ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ

The Sakala Picture
Published On

ରାଉରକେଲା: ରାଉରକେଲାର ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସରେ 5T ସଚିବ ଭି.କେ ପାଣ୍ଡିଆନ । ରାଉରକେଲାରେ ପୁରୁଷ ହକି ବିଶ୍ଵକପକୁ ଦୃଷ୍ଟିରେ ରଖି ବେଦବ୍ୟାସର ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ଯାହାର ସମୀକ୍ଷା କରିବାକୁ ପହଞ୍ଚିଛନ୍ତି 5T ସଚିବ । ବେଦବ୍ୟାସ ପର୍ଯ୍ୟଟନ ସ୍ଥଳୀରେ ସାଇକେଲ ଟ୍ରାକ, ପାଦଚଲା ରାସ୍ତା, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସହିତ ୧୦ ଫୁଟର ବ୍ୟାସଦେବଙ୍କ ମୂର୍ତ୍ତି ଓ ୮ ଫୁଟର ଗଣେଶଙ୍କ ମୃର୍ତ୍ତି ନିର୍ମାଣ କରାଯାଇଛି । ରଙ୍ଗୀନ ଆଲୋକରେ ବେଦବ୍ୟାସ […]

ରାଉରକେଲା: ରାଉରକେଲାର ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସରେ 5T ସଚିବ ଭି.କେ ପାଣ୍ଡିଆନ । ରାଉରକେଲାରେ ପୁରୁଷ ହକି ବିଶ୍ଵକପକୁ ଦୃଷ୍ଟିରେ ରଖି ବେଦବ୍ୟାସର ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ଯାହାର ସମୀକ୍ଷା କରିବାକୁ ପହଞ୍ଚିଛନ୍ତି 5T ସଚିବ । ବେଦବ୍ୟାସ ପର୍ଯ୍ୟଟନ ସ୍ଥଳୀରେ ସାଇକେଲ ଟ୍ରାକ, ପାଦଚଲା ରାସ୍ତା, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସହିତ ୧୦ ଫୁଟର ବ୍ୟାସଦେବଙ୍କ ମୂର୍ତ୍ତି ଓ ୮ ଫୁଟର ଗଣେଶଙ୍କ ମୃର୍ତ୍ତି ନିର୍ମାଣ କରାଯାଇଛି । ରଙ୍ଗୀନ ଆଲୋକରେ ବେଦବ୍ୟାସ ମନ୍ଦିର ପରିସରକୁ ସଜ୍ଜିତ କରାଯାଇଛି । ପାହାଡ଼ରେ କୃତିମ ଝରଣା ନିର୍ମାଣ କରାଯିବା ସହ ବେଦବ୍ୟାସ ମନ୍ଦିର ଚାରିପଟେ ଉନ୍ନତି କରଣ କାର୍ଯ୍ୟ କରାଯାଇଛି । ଧାର୍ମିକ ସଭା ପାଇଁ ସମ୍ମିଳନୀ କକ୍ଷ ନିର୍ମାଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

ସେହିପରି ବେଦବ୍ୟାସ ମନ୍ଦିର ପରିସରରେ ପଟ୍ଟଚିତ୍ର ସହିତ ବିଭିନ୍ନ ଚିତ୍ର ଅଙ୍କନ କରାଯାଇଛି । ଶଙ୍ଖ ନଦୀ, କୋଏଲ ନଦୀ ଓ ସରସ୍ଵତୀ କୁଣ୍ଡର ମିଳନ ସ୍ଥଳରୁ ବ୍ରାହ୍ମଣୀ ନଦୀର ଉତ୍ପତ୍ତି ହୋଇଥିବାରୁ ତ୍ରିବେଣୀ ସଙ୍ଗମ ଭାବେ ପ୍ରସିଦ୍ଧ ତିର୍ଥସ୍ଥାନ ବେଦବ୍ୟାସ ବେଶ ପ୍ରସିଦ୍ଧି ରହିଛି। ତ୍ରିବେଣୀ ସଙ୍ଗମ ଭାବେ ପରିଚିତ ବେଦବ୍ୟାସରେ ବ୍ୟାସଦେବ ଜନ୍ମ ଗ୍ରହଣ କରିବା ସହ ମହାଭାରତ ରଚନା କରିଥିବା କିମ୍ବଦନ୍ତୀ ରହିଛି । ରାଜ୍ୟର ଏକ ପ୍ରମୁଖ ତୀର୍ଥସ୍ଥାନ ଓ ପର୍ଯ୍ୟଟନ ସ୍ଥଳୀ ବେଦବ୍ୟାସର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର