କ୍ରିକେଟ ଖେଳି ଗାଁକୁ ଫେରିବାବେଳେ ବାଇକକୁ ଧକ୍କା ଦେଲା ଗ୍ୟାସ୍ ଟ୍ୟାଙ୍କର, ୩ ମୃତ

The Sakala Picture
Published On

କଳାହାଣ୍ଡି: କ୍ରିକେଟ ମ୍ୟାଚ ଖେଳିସାରି ଗାଁକୁ ଫେରୁଥିବାବେଳେ ବାଟରେ ଜଗିଥିଲା ଯମ । ବାଇକକୁ ଧକ୍କା ଦେଲା ଗ୍ୟାସ୍ ଟ୍ୟାଙ୍କର । ଚାଲିଗଲା ତିନି ଯୁବକଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ ପାସ୍ତିଗୁଡ଼ିଠାରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତଙ୍କ ମାନେ ହେଲେ ରକଵାହଳିର ଅକ୍ଷଗୌଡ଼, ରଘୁ ଗୌଡ଼ ଓ ଟୁଟୁ ଗୌଡ଼ । ତିନି ଯୁବକ ଉତ୍କେଲାରୁ କ୍ରିକେଟ୍ ମ୍ୟାଚ୍ ଖେଳି ଗାଁକୁ ଫେରୁଥିବା ବେଳେ ଏହି […]

କଳାହାଣ୍ଡି: କ୍ରିକେଟ ମ୍ୟାଚ ଖେଳିସାରି ଗାଁକୁ ଫେରୁଥିବାବେଳେ ବାଟରେ ଜଗିଥିଲା ଯମ । ବାଇକକୁ ଧକ୍କା ଦେଲା ଗ୍ୟାସ୍ ଟ୍ୟାଙ୍କର । ଚାଲିଗଲା ତିନି ଯୁବକଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ ପାସ୍ତିଗୁଡ଼ିଠାରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତଙ୍କ ମାନେ ହେଲେ ରକଵାହଳିର ଅକ୍ଷଗୌଡ଼, ରଘୁ ଗୌଡ଼ ଓ ଟୁଟୁ ଗୌଡ଼ ।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

ତିନି ଯୁବକ ଉତ୍କେଲାରୁ କ୍ରିକେଟ୍ ମ୍ୟାଚ୍ ଖେଳି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଉତେଜନା ଜାରି ରହିଛି । ଜାତୀୟ ରାଜପଥ ୨୬ ଅବରୋଧ ଯୋଗୁ କେସିଙ୍ଗା ଭବାନୀପାଟଣା ଯାତାୟାତ ବନ୍ଦ ହୋଇଛି । ସ୍ଥାନୀୟ ଲୋକମାନେ ଦୁର୍ଘଟଣାସ୍ଥଳରେ ରାସ୍ତା ବନ୍ଦ କରିଦେଇଛନ୍ତି । କ୍ଷତିପୂରଣ ସହ ଦୁର୍ଘଟଣା ଘଟାଇଥିବା ଗାଡିର ଡ୍ରାଇଭରଙ୍କୁ ଗିରଫ ଦାବିରେ ଆନ୍ଦୋଳନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ସେହିପରି ଜଳେଶ୍ବରରେ ମଧ୍ୟ କ୍ରିକେଟ ଖେଳି ଘରକୁ ଫେରୁଥିବା ବେଳେ ଟ୍ରାକ୍ଟର ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଜଳେଶ୍ବର ଥାନା ଅଗ୍ରୱାଲ ଛକ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା ବାଇକ ଆରହିଙ୍କୁ । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତରଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

08 Jan 2023 By The Sakala

କ୍ରିକେଟ ଖେଳି ଗାଁକୁ ଫେରିବାବେଳେ ବାଇକକୁ ଧକ୍କା ଦେଲା ଗ୍ୟାସ୍ ଟ୍ୟାଙ୍କର, ୩ ମୃତ

କଳାହାଣ୍ଡି: କ୍ରିକେଟ ମ୍ୟାଚ ଖେଳିସାରି ଗାଁକୁ ଫେରୁଥିବାବେଳେ ବାଟରେ ଜଗିଥିଲା ଯମ । ବାଇକକୁ ଧକ୍କା ଦେଲା ଗ୍ୟାସ୍ ଟ୍ୟାଙ୍କର । ଚାଲିଗଲା ତିନି ଯୁବକଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ ପାସ୍ତିଗୁଡ଼ିଠାରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତଙ୍କ ମାନେ ହେଲେ ରକଵାହଳିର ଅକ୍ଷଗୌଡ଼, ରଘୁ ଗୌଡ଼ ଓ ଟୁଟୁ ଗୌଡ଼ ।

ତିନି ଯୁବକ ଉତ୍କେଲାରୁ କ୍ରିକେଟ୍ ମ୍ୟାଚ୍ ଖେଳି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଉତେଜନା ଜାରି ରହିଛି । ଜାତୀୟ ରାଜପଥ ୨୬ ଅବରୋଧ ଯୋଗୁ କେସିଙ୍ଗା ଭବାନୀପାଟଣା ଯାତାୟାତ ବନ୍ଦ ହୋଇଛି । ସ୍ଥାନୀୟ ଲୋକମାନେ ଦୁର୍ଘଟଣାସ୍ଥଳରେ ରାସ୍ତା ବନ୍ଦ କରିଦେଇଛନ୍ତି । କ୍ଷତିପୂରଣ ସହ ଦୁର୍ଘଟଣା ଘଟାଇଥିବା ଗାଡିର ଡ୍ରାଇଭରଙ୍କୁ ଗିରଫ ଦାବିରେ ଆନ୍ଦୋଳନ କରିଛନ୍ତି ।

ସେହିପରି ଜଳେଶ୍ବରରେ ମଧ୍ୟ କ୍ରିକେଟ ଖେଳି ଘରକୁ ଫେରୁଥିବା ବେଳେ ଟ୍ରାକ୍ଟର ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଜଳେଶ୍ବର ଥାନା ଅଗ୍ରୱାଲ ଛକ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା ବାଇକ ଆରହିଙ୍କୁ । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତରଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର