ଆସନ୍ତାକାଲି ଭୁବନେଶ୍ବରରୁ ରାଉରକେଲାକୁ ଉଡିବ ବିମାନ, ପତାକା ଦେଖାଇ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରୁ ରାଉରକେଲାକୁ ଉଡିବ ବିମାନ। ସକାଳ ୧୦ ଟା ୪୫ ସମୟରେ ଭୁବନେଶ୍ଵର ଛାଡ଼ିବ ଆଲାଏନ୍ସ ଏୟାର ବିମାନ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିଡିଓ କନଫରେନ୍ସସି ଜରିଆରେ ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ପତାକା ଦେଖାଇ ଉଡାଣର ଶୁଭାରମ୍ଭ କରିବେ। ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ଭୁବନେଶ୍ୱର ଛାଡ଼ିଲା ପରେ ରାଉରକେଲା ବିମାନ ବନ୍ଦରରେ […]

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରୁ ରାଉରକେଲାକୁ ଉଡିବ ବିମାନ। ସକାଳ ୧୦ ଟା ୪୫ ସମୟରେ ଭୁବନେଶ୍ଵର ଛାଡ଼ିବ ଆଲାଏନ୍ସ ଏୟାର ବିମାନ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିଡିଓ କନଫରେନ୍ସସି ଜରିଆରେ ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ପତାକା ଦେଖାଇ ଉଡାଣର ଶୁଭାରମ୍ଭ କରିବେ। ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ଭୁବନେଶ୍ୱର ଛାଡ଼ିଲା ପରେ ରାଉରକେଲା ବିମାନ ବନ୍ଦରରେ ୧୧ ଟା ୪୦ରେ ପହଞ୍ଚିବ। ଏହାପରେ ବିମାନ ୧୨ ଟା ୦୫ରେ ରାଉରକେଲାରୁ ବହାରି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ନ ୧ରେ ପହଞ୍ଚିବ। ୧୨ ତାରିଖରୁ ଦୈନିକ ଉଡାଣ ଜାରି ରହିବ। ପ୍ରତିଦିନ ବିମାନ ଭୁବନେଶ୍ବରରୁ ୨ ଟା ୫୫ରେ ଛାଡ଼ିବ ରାଉରକେଲାରେ ୩ ଟା ୫୦ରେ ପହଞ୍ଚିବ। ରାଉରକେଲାରୁ ୪ ଟା ୧୫ରେ ବାହାରି ଭୁବନେଶ୍ବରରେ ୫ ଟା ୧୦ରେ ପହଞ୍ଚିବ। ଭୁବନେଶ୍ବରରୁ ରାଉରକେଲା ବିମାନରେ ଟିକେଟ ମୂଲ୍ୟ ରହିଛି ୨୮୦୩ ଟଙ୍କା ରହିଛି। ସେହିଭଳି ରାଉରକେଲାରୁ ଭୁବନେଶ୍ଵର ବିମାନର ଟିକେଟ ମୂଲ୍ୟ ରହିଛି ୨୭୨୧ଟଙ୍କା। ବିମାନର ୭୨ ସିଟର ବ୍ୟବସ୍ଥା ରହିଥି। ଏ ନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର