କେନ୍ଦ୍ର ସରକାରଙ୍କ ୫ଜିକୁ ସ୍ୱାଗତ କରୁଛି, ହେଲେ ଏହା ପ୍ରଚାରସର୍ବସ୍ବ ହୋଇ ନରହୁ : ସାଂସଦ ଅମର ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: 4G ରୁ 5G ହେଲା ଓଡ଼ିଶା। ଆଜିଠୁ ଓଡ଼ିଶାରେ ଶୁଭାରମ୍ଭ ହେଲା 5G ସେବା। ୫ଜି ସେବା ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୫ଟି ମଡେଲ ଅଛି। ଏହାର ବଡ଼ ଅଙ୍ଗ ହେଉଛି ଟେକ୍ନୋଲୋଜି, ଯାହା ଦ୍ୱାରା ଲୋକଙ୍କ ପାଖରେ ସବୁ କ୍ଷେତ୍ରରେ ସେବା ପହଞ୍ଚାଯାଇଛି। କେନ୍ଦ୍ର ସରକାରଙ୍କ ୫ଜିକୁ ସ୍ୱାଗତ କରୁଛି, ହେଲେ ଏହା ପ୍ରଚାରସର୍ବସ୍ବ ହୋଇ […]

ଭୁବନେଶ୍ବର: 4G ରୁ 5G ହେଲା ଓଡ଼ିଶା। ଆଜିଠୁ ଓଡ଼ିଶାରେ ଶୁଭାରମ୍ଭ ହେଲା 5G ସେବା। ୫ଜି ସେବା ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୫ଟି ମଡେଲ ଅଛି। ଏହାର ବଡ଼ ଅଙ୍ଗ ହେଉଛି ଟେକ୍ନୋଲୋଜି, ଯାହା ଦ୍ୱାରା ଲୋକଙ୍କ ପାଖରେ ସବୁ କ୍ଷେତ୍ରରେ ସେବା ପହଞ୍ଚାଯାଇଛି। କେନ୍ଦ୍ର ସରକାରଙ୍କ ୫ଜିକୁ ସ୍ୱାଗତ କରୁଛି, ହେଲେ ଏହା ପ୍ରଚାରସର୍ବସ୍ବ ହୋଇ ନ ରହୁ। ଓଡ଼ିଶାର ଟେଲି ଡେନସିଟି ୭୫ ପ୍ରତିଶତ। କିନ୍ତୁ ଜାମ୍ମୁ କାଶ୍ମୀରରେ ଅଧିକ ଅଛି। ଆମେ ଏଥିରେ ବହୁ ପଛରେ ଓ ଅବହେଳିତ। ଗାଁରେ ଏହା ୬୨ ପ୍ରତିଶତ। ଏହି ପରିପ୍ରେକ୍ଷୀରେ କେମିତି ୫ଜି ପହଞ୍ଚିବ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସାଂସଦ ଆହୁରି କହିଛନ୍ତି, ୬୨୭୮ ଗାଁରେ ଇଣ୍ଟରନେଟ୍ ସୁବିଧା ନାହିଁ। ସଂସଦରେ ଉତ୍ତରରେ ଆସିଥିଲା ଓଡ଼ିଶାରେ ୨୫୦୦ ଟାୱାର୍ ଦରକାର। ହେଲେ ୪୮୮ ଟାୱାର୍ ପାଇଁ ଅନୁମୋଦନ ହୋଇଛି। ବାକି ୨ ହଜାର ହୋଇନି। ଭାରତ ନେଟ୍ କାମ କେବେ ସରିବ, ସେନେଇ ତଥ୍ୟ ଦେଇ ନାହାନ୍ତି କେନ୍ଦ୍ର ସରକା। ଅନଲାଇନ୍ ଶିକ୍ଷା କିପରି ବାଧାପ୍ରାପ୍ତ ହୋଇଥିଲା, ତାହା ସମସ୍ତେ ଜାଣନ୍ତି। ଏପରି ସ୍ଥିତିରେ ୫ଜି ସେବା କେମିତି ପହଞ୍ଚିବ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଦିଲ୍ଲୀ ସଂସଦ ପାଖରେ ମୁଁ ଏହି ସୁବିଧା ପାଇ ପାରୁ ନାହିଁ. ଓଡ଼ିଶାର ୨୫ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ଫୋନ ନାହିଁ। ଆମର ଏଥିରେ ସହଯୋଗ କରିବାରେ କିଛି ଅସୁବିଧା ନାହିଁ. ହେଲେ ଗାଁକୁ କେମିତି ସୁବିଧା ନାହିଁ, କେବେ ପହଞ୍ଚିବ, ତା ଜବାବ ନାହିଁ. ଏପରିକି ସଂସଦରେ ବି ନାହିଁ। ନକ୍ସଲ ଉପଦ୍ରଵ ଅଞ୍ଚଳରେ ଏହା କରିବା ଦରକାର। ଓଡ଼ିଶାକୁ ଭଲ ଇଣ୍ଟରନେଟ ସୁବିଧା ଦରକାର। ଆଦିବାସୀ ଅଞ୍ଚଳକୁ ଭଲ ଇଣ୍ଟରନେଟ ଦରକାର। ୫ଜି ସେବା ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର