ଆସିଲା ସାଇବର ଠକେଇର ବାର୍ଷିକ ରିପୋର୍ଟ; ୧୨ ମାସରେ ୧୩ କୋଟି ଲୁଟ, ଫେରିଛି ମାତ୍ର ୨କୋଟି ୭୦ ଲକ୍ଷ ଟଙ୍କା

The Sakala Picture
Published On

ଭୁବନେଶ୍ୱର: ଏବେ ଭିନ୍ନ ଭିନ୍ନ ଶୈଳୀରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଅପରାଧୀ । ସାମ୍ନାକୁ ଆସିଲା ସାଇବର ଠକେଇର ବାର୍ଷିକ ରିପୋର୍ଟ । ୧୨ ମାସରେ ସାଇବର ଠକ ଲୁଟିଛନ୍ତି ୧୩ କୋଟି ଟଙ୍କା । ସେଥିରୁ ମାତ୍ର ୨ କୋଟି ୭୦ ଲକ୍ଷ ଫେରାଇ ଆଣିବାକୁ ସକ୍ଷ୍ୟମ ହୋଇପାରିଛି ପୋଲିସ । ବର୍ଷକରେ ଆସିଛି ୩୮୧୧ ଟି ଅଭିଯୋଗ । ନାନା ରକମର ଥୋପ ପକାଇ ଲୋକଙ୍କୁ ଚୂନ ଲଗାଛନ୍ତି ସାଇବର ଲୁଟେରା । […]

ଭୁବନେଶ୍ୱର: ଏବେ ଭିନ୍ନ ଭିନ୍ନ ଶୈଳୀରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଅପରାଧୀ । ସାମ୍ନାକୁ ଆସିଲା ସାଇବର ଠକେଇର ବାର୍ଷିକ ରିପୋର୍ଟ । ୧୨ ମାସରେ ସାଇବର ଠକ ଲୁଟିଛନ୍ତି ୧୩ କୋଟି ଟଙ୍କା । ସେଥିରୁ ମାତ୍ର ୨ କୋଟି ୭୦ ଲକ୍ଷ ଫେରାଇ ଆଣିବାକୁ ସକ୍ଷ୍ୟମ ହୋଇପାରିଛି ପୋଲିସ । ବର୍ଷକରେ ଆସିଛି ୩୮୧୧ ଟି ଅଭିଯୋଗ । ନାନା ରକମର ଥୋପ ପକାଇ ଲୋକଙ୍କୁ ଚୂନ ଲଗାଛନ୍ତି ସାଇବର ଲୁଟେରା । କେତେବେଳେ କ୍ରେଡିଟ୍ କାର୍ଡ ତ କେତବେଳେ ଲୋନ୍ ଆପ, ପୁଣି ଆଉ କେତବେଳେ ନ୍ୟୁଡ କଲ ଏବଂ ଫେକ୍ କଲ ମାଧ୍ୟମରେ ଲୁଟିଛନ୍ତି ଲୁଟେରା । କେବଳ ଏତିକି ନୁହେଁ ଇନସୁରାନ୍ସ, ବୁଦ୍ୟତ ବିଲ ପୈଠ, ଅନଲାଇନ ସପିଂ, ଟ୍ରାଭେଲ ଟିକେଟ ଠକେଇ ଭଳି ହଜାର ହଜାର ଅଭିଯୋଗ ଥାନାରେ ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ସୋସିଆଲ ମିଡିଆ ଜରିଆରେ ବର୍ଷକରେ ୫୬୫ଟି ଫ୍ରଡ ହୋଇଥିବା ବେଳେ ୩୨୪୬ ଟି ହୋଇଛି ଫାଇନାନ୍ସସିଆଲ ଫ୍ରଡ । ବର୍ଷକରେ ୧୨ କୋଟି ୯୬ ଲକ୍ଷ ଟଙ୍କା ଠକ ଲୁଟିଥିବା ବେଳେ ୧ କୋଟି ୨୩ ଲକ୍ଷ ଟଙ୍କା ଠକେଇ ଶିକାର ବ୍ୟକ୍ତିକୁ ଫେରାଯାଇଛି । ଅନ୍ୟପଟେ ୧ କୋଟି ୪୬ ଲକ୍ଷ ଟଙ୍କା ବ୍ଲକ କରି ୩୮ ଜଣଙ୍କୁ ଗିରଫ କରିଛି ପୋଲିସ । ମୋଟ୍‌ ୫୩ଟି ମାମଲାରୁ ୨୭ଟିରେ ତଦନ୍ତ ସଫଳ ହୋଇଛି। ସାଇବର ଠକେଇ ଅଭିଯୋଗରେ ୩୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

କ୍ରେଡିଟ କାର୍ଡ ସମ୍ବନ୍ଧୀୟ ଠକେଇ ସର୍ବାଧିକ ହୋଇଛି। ବିହାର, କୋଲକାତା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଅଧିକ ଠକେଇ କଲ ଆସୁଛି। ଏହି ରାଜ୍ୟମାନଙ୍କରେ ଠକମାନେ ରହି ଓଡ଼ିଶାରେ ଠକେଲ ଜାଲ ପକାଉଛନ୍ତି। ଚଳିତ ବର୍ଷ ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର ଜିଲ୍ଲାରୁ ସର୍ବାଧିକ ପ୍ରିଏକ୍ଟିଭେଟଡ ସିମ୍‌ ରାଜ୍ୟ ବାହାରକୁ ଚାଲାଣ ହୋଇଛି। ଏହା ଜରିଆରେ ଠକମାନେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଛନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର