ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ, ବିଲ ପାସ କରାଇବାକୁ ନେଉଥିଲେ ୬୫ହଜାର ଟଙ୍କା ଲାଞ୍ଚ

The Sakala Picture
Published On

ବାରିପଦା: ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ। ପୁରୁଣା ୫-ଟି ସ୍କୁଲ କାମର ବିଲ କରିଦେବା ପାଇଁ ୬୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସୂଚନା ଅନୁଯାୟୀ, ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ ଗୋପବନ୍ଧୁନଗର ବ୍ଲକ ଆରପଟା ଗ୍ରାମର ଟିକାୟତପୁର ସରକାରୀ ବାଳିକା ଆଶ୍ରମ ସ୍କୁଲର ୫-ଟି ରୂପାନ୍ତରଣ କାର୍ଯ୍ୟର ପୁରୁଣା ବିଲ ପାସ […]

ବାରିପଦା: ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ। ପୁରୁଣା ୫-ଟି ସ୍କୁଲ କାମର ବିଲ କରିଦେବା ପାଇଁ ୬୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ସୂଚନା ଅନୁଯାୟୀ, ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ ଗୋପବନ୍ଧୁନଗର ବ୍ଲକ ଆରପଟା ଗ୍ରାମର ଟିକାୟତପୁର ସରକାରୀ ବାଳିକା ଆଶ୍ରମ ସ୍କୁଲର ୫-ଟି ରୂପାନ୍ତରଣ କାର୍ଯ୍ୟର ପୁରୁଣା ବିଲ ପାସ କରିଦେବା ପାଇଁ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଠିକାଦାର ରଞ୍ଜନ କୁମାର ପରିଡା ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ବାଲେଶ୍ଵର ଭିଜିଲାନ୍ସ ଟିମର ପୂର୍ବରୁ ଯୋଜନା ମୁତାବକ ଖୁଣ୍ଟା ଥାନା ଅନ୍ତର୍ଗତ ଜାଦବାଣୀ ନିକଟରେ ୬୫ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ପଞ୍ଚାରେ ଧରାପଡ଼ିଥିଲେ। ଭିଜିଲାନ୍ସ ବିଭାଗ ଅଧିକାରୀ ସେଠାରେ ଛପି ରହିଥିଲେ। କେମିକାଲ ମିଶ୍ରିତ ଲାଞ୍ଚ ଟଙ୍କା ଓ ଜେଇଙ୍କ କାର ଭିଜିଲାନ୍ସ ଜବତ କରିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଏହା ସହିତ ବାରିପଦା ଚିପଟଅସ୍ତିଆ ସ୍ଥିତ ଘର ଏବଂ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ଓ ସରକାରୀ କ୍ୱାଟରରେ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାକୁ ନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗ ଦ୍ଵାରା କେଶ ନମ୍ବର- ୩୬/୨୦୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପ୍ରକ୍ରିୟା ଜାରି ଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

26 Dec 2022 By The Sakala

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ, ବିଲ ପାସ କରାଇବାକୁ ନେଉଥିଲେ ୬୫ହଜାର ଟଙ୍କା ଲାଞ୍ଚ

ବାରିପଦା: ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ। ପୁରୁଣା ୫-ଟି ସ୍କୁଲ କାମର ବିଲ କରିଦେବା ପାଇଁ ୬୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି।

ସୂଚନା ଅନୁଯାୟୀ, ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଘଡେଇ ଗୋପବନ୍ଧୁନଗର ବ୍ଲକ ଆରପଟା ଗ୍ରାମର ଟିକାୟତପୁର ସରକାରୀ ବାଳିକା ଆଶ୍ରମ ସ୍କୁଲର ୫-ଟି ରୂପାନ୍ତରଣ କାର୍ଯ୍ୟର ପୁରୁଣା ବିଲ ପାସ କରିଦେବା ପାଇଁ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଠିକାଦାର ରଞ୍ଜନ କୁମାର ପରିଡା ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ବାଲେଶ୍ଵର ଭିଜିଲାନ୍ସ ଟିମର ପୂର୍ବରୁ ଯୋଜନା ମୁତାବକ ଖୁଣ୍ଟା ଥାନା ଅନ୍ତର୍ଗତ ଜାଦବାଣୀ ନିକଟରେ ୬୫ହଜାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ପଞ୍ଚାରେ ଧରାପଡ଼ିଥିଲେ। ଭିଜିଲାନ୍ସ ବିଭାଗ ଅଧିକାରୀ ସେଠାରେ ଛପି ରହିଥିଲେ। କେମିକାଲ ମିଶ୍ରିତ ଲାଞ୍ଚ ଟଙ୍କା ଓ ଜେଇଙ୍କ କାର ଭିଜିଲାନ୍ସ ଜବତ କରିଛି।

ଏହା ସହିତ ବାରିପଦା ଚିପଟଅସ୍ତିଆ ସ୍ଥିତ ଘର ଏବଂ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ଓ ସରକାରୀ କ୍ୱାଟରରେ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାକୁ ନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗ ଦ୍ଵାରା କେଶ ନମ୍ବର- ୩୬/୨୦୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପ୍ରକ୍ରିୟା ଜାରି ଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର