ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍’ ପୁସ୍ତକର ଓଡ଼ିଆ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ କମଳା ଶତପଥୀ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଆ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପାଇବେ ଲେଖିକା କମଳା ଶତପଥୀ । ସୟଦ ସଲିମଙ୍କ ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍’ ପୁସ୍ତକର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ କମଳା ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମୂଳ ତେଲଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ । ଆସନ୍ତା ବର୍ଷ ଏକ ସ୍ଵତନ୍ତ୍ର ଉତ୍ସବରେ ତାଙ୍କୁ ୫୦ ହଜାର ଟଙ୍କା ଓ ଏକ ତାମ୍ର ଫଳକ ପୁରସ୍କାର ବାବଦରେ […]

ଭୁବନେଶ୍ୱର: ଓଡ଼ିଆ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପାଇବେ ଲେଖିକା କମଳା ଶତପଥୀ । ସୟଦ ସଲିମଙ୍କ ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍’ ପୁସ୍ତକର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ କମଳା ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମୂଳ ତେଲଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ । ଆସନ୍ତା ବର୍ଷ ଏକ ସ୍ଵତନ୍ତ୍ର ଉତ୍ସବରେ ତାଙ୍କୁ ୫୦ ହଜାର ଟଙ୍କା ଓ ଏକ ତାମ୍ର ଫଳକ ପୁରସ୍କାର ବାବଦରେ ପ୍ରଦାନ କରାଯିବ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ସେ ପୂର୍ବରୁ ‘କ୍ୟାନସର୍ ନୁହେଁ ଅସାଧ୍ୟ ବେମାରୀ’ ପୁସ୍ତକରେ କର୍କଟ ଉପରେ ଶହେଟି ପ୍ରଶ୍ନର ଉତ୍ତରକୁ ହିନ୍ଦୀରୁ ଅନୁବାଦ କରିଥିଲେ । ଜୀବନର ସତ୍ୟତା, ରାଣୀର କାହାଣୀ, ଧ୍ୱଂସ ତଳର ଜୀବନ ପୁସ୍ତକ ମଧ୍ୟ ସେ ତେଲୁଗୁ ଉପନ୍ୟାସରୁ ଅନୁବାଦ କରିଛନ୍ତି । ଏହା ସହ ଗଳ୍ପ ସଂକଳନ ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ, ପୂର୍ଣ୍ଣଚ୍ଛେଦ ପରର କାହାଣୀ, ଗୋଟିଏ ପାପର କାହାଣୀ, ସଂପର୍କର ଦୋ’ଛକିରେ ମଣିଷ, ମହାପାତ୍ର ବାବୁଙ୍କ ହାଲ୍ ଚାଲ୍ ଭଳି ଅନେକ ପୁସ୍ତକ ସେ ରଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ହାଏ ମୁମ୍ବଈ, ସଲାମ ମୁମ୍ବଈ, ଅଧାକାନ୍ଥି ଘର, ଫଗୁଣଟା ଫେରିଗଲା ପରେ, ମାୟା ନଗରୀ କୋଳେ ଭଳି ଉପନ୍ୟାସ ମଧ୍ୟ ରଚନା କରିଛନ୍ତି କମଳା ଶତପଥୀ । ବିଭିନ୍ନ କବିତା, ଉପନ୍ୟାସ ଓ ଗଳ୍ପ ସଙ୍କଳନ ପାଇଁ ତାଙ୍କୁ ସୁଧନ୍ୟା ଗଳ୍ପ ସମ୍ମାନ, ଓଡ଼ିଶା ଲେଖିକା ସମ୍ମାନ, ପ୍ରତିଭା ପୂଜା ସଂସଦ ସମ୍ମାନ, ସାହାଣମେଲା ସମ୍ମାନ, ଗନ୍ଧଗିରି ସମ୍ମାନ ଭଳି ଅନେକ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଛି । ଶବ୍ଦସୃଷ୍ଟି ପରିବାର ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି କମଳା ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

24 Dec 2022 By The Sakala

ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍’ ପୁସ୍ତକର ଓଡ଼ିଆ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ କମଳା ଶତପଥୀ

ଭୁବନେଶ୍ୱର: ଓଡ଼ିଆ ଅନୁବାଦ ପାଇଁ ୨୦୨୨ର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପାଇବେ ଲେଖିକା କମଳା ଶତପଥୀ । ସୟଦ ସଲିମଙ୍କ ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍’ ପୁସ୍ତକର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ କମଳା ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମୂଳ ତେଲଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ । ଆସନ୍ତା ବର୍ଷ ଏକ ସ୍ଵତନ୍ତ୍ର ଉତ୍ସବରେ ତାଙ୍କୁ ୫୦ ହଜାର ଟଙ୍କା ଓ ଏକ ତାମ୍ର ଫଳକ ପୁରସ୍କାର ବାବଦରେ ପ୍ରଦାନ କରାଯିବ ।

ସେ ପୂର୍ବରୁ ‘କ୍ୟାନସର୍ ନୁହେଁ ଅସାଧ୍ୟ ବେମାରୀ’ ପୁସ୍ତକରେ କର୍କଟ ଉପରେ ଶହେଟି ପ୍ରଶ୍ନର ଉତ୍ତରକୁ ହିନ୍ଦୀରୁ ଅନୁବାଦ କରିଥିଲେ । ଜୀବନର ସତ୍ୟତା, ରାଣୀର କାହାଣୀ, ଧ୍ୱଂସ ତଳର ଜୀବନ ପୁସ୍ତକ ମଧ୍ୟ ସେ ତେଲୁଗୁ ଉପନ୍ୟାସରୁ ଅନୁବାଦ କରିଛନ୍ତି । ଏହା ସହ ଗଳ୍ପ ସଂକଳନ ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ, ପୂର୍ଣ୍ଣଚ୍ଛେଦ ପରର କାହାଣୀ, ଗୋଟିଏ ପାପର କାହାଣୀ, ସଂପର୍କର ଦୋ’ଛକିରେ ମଣିଷ, ମହାପାତ୍ର ବାବୁଙ୍କ ହାଲ୍ ଚାଲ୍ ଭଳି ଅନେକ ପୁସ୍ତକ ସେ ରଚନା କରିଛନ୍ତି ।

ହାଏ ମୁମ୍ବଈ, ସଲାମ ମୁମ୍ବଈ, ଅଧାକାନ୍ଥି ଘର, ଫଗୁଣଟା ଫେରିଗଲା ପରେ, ମାୟା ନଗରୀ କୋଳେ ଭଳି ଉପନ୍ୟାସ ମଧ୍ୟ ରଚନା କରିଛନ୍ତି କମଳା ଶତପଥୀ । ବିଭିନ୍ନ କବିତା, ଉପନ୍ୟାସ ଓ ଗଳ୍ପ ସଙ୍କଳନ ପାଇଁ ତାଙ୍କୁ ସୁଧନ୍ୟା ଗଳ୍ପ ସମ୍ମାନ, ଓଡ଼ିଶା ଲେଖିକା ସମ୍ମାନ, ପ୍ରତିଭା ପୂଜା ସଂସଦ ସମ୍ମାନ, ସାହାଣମେଲା ସମ୍ମାନ, ଗନ୍ଧଗିରି ସମ୍ମାନ ଭଳି ଅନେକ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଛି । ଶବ୍ଦସୃଷ୍ଟି ପରିବାର ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି କମଳା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର