ରାଉରକେଲା ଗସ୍ତରେ ତିନି ସଚିବ, ହକି ବିଶ୍ବକପ୍ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତିର ହେବ ସମୀକ୍ଷା

The Sakala Picture
Published On

ବନେଶ୍ବର: ଆଜି ରାଉରକେଲା ଗସ୍ତ କରି ହକି ବିଶ୍ବକପ୍ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମୁଖ୍ୟଶାସନ ସଚିବଙ୍କ ସହ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣା ବି ଗସ୍ତ କରିବେ । ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବେ। ସେଠାରେ ଷ୍ଟାଡିୟମ ପରିଦର୍ଶନ କରିବା ସହ ବିଶ୍ବକପ୍ ଆୟୋଜନ ନେଇ ସମସ୍ତ […]

ବନେଶ୍ବର: ଆଜି ରାଉରକେଲା ଗସ୍ତ କରି ହକି ବିଶ୍ବକପ୍ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମୁଖ୍ୟଶାସନ ସଚିବଙ୍କ ସହ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣା ବି ଗସ୍ତ କରିବେ । ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବେ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ସେଠାରେ ଷ୍ଟାଡିୟମ ପରିଦର୍ଶନ କରିବା ସହ ବିଶ୍ବକପ୍ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବେ । ହକି ବିଶ୍ବକପ ପୂର୍ବରୁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିବେ । ଦିନ ସାଢେ ୧୧ଟାରେ ରାଉରକେଲା ବିମାନବନ୍ଦରରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହିତ ରାଉରକେଲାରେ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେବ । ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜନ କରାଯାଉଥିବାରୁ ଏହାକୁ ସଫଳ କରିବା ପାଇଁ ପ୍ରଶାସନ, ରାଉରକେଲା ମହାନଗର ନିଗମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ହକି ବିଶ୍ବକପ ସମୟରେ ସମସ୍ତ ଆନ୍ତର୍ଜାତୀୟ ଖେଳାଳି ଓ ଅନ୍ୟ ଷ୍ଟାଫଙ୍କ ରହିବା ପାଇଁ ହକି ଷ୍ଟାଡିୟମ୍ ନିକଟରେ ଫାଇଭ ଷ୍ଟାର ହୋଟେଲ ପରି ସୁବିଧା ଥିବା ୨୨୫ଟି ରୁମ ନିର୍ମାଣ କରାଯାଇଛି । ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବେଡ ରୁମ ନିର୍ମାଣ କରାଯାଇଥିବା ବେଳେ ସିସିଟିଭି, ଇଣ୍ଟରନେଟ, ଓ୍ବାଇଫାଇ ସୁବିଧା ରୁମରେ ଯୋଗାଇ ଦିଆଯାଇଛି । ଏହାସହ ରୁମରେ ଅନ୍ତର୍ଜାତୀୟ ସ୍ତରର ଅତ୍ୟାଧୁନିକ ଗାଧୁଆ ଘର ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଛି । ତାଜ ହୋଟେଲର ଶହେରୁ ଅଧିକ କର୍ମଚାରୀ ଓ କୁକ୍ ଷ୍ଟାଡିୟମ୍ ପରିସରରେ ପହଞ୍ଚି ନିଜ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଷ୍ଟାଡିୟମ୍ ନିକଟରେ ହକି ଖେଳାଳିଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରର ଅତ୍ୟାଧୁନିକ ସୁଇମିଙ୍ଗ ପୁଲ ନିର୍ମାଣ କରାଯାଇଛି । ଅଲିମ୍ପିକ୍ସ ଷ୍ଟାଣ୍ଡାର୍ଡର ସୁଇମିଙ୍ଗ ପୁଲ ନିର୍ମାଣ କରାଯାଇଥିବା ବେଳେ, ଏଥିରେ ଦୈନିକ ୬ ଲକ୍ଷ ଲିଟର ସ୍ବଛ ପାଣି ଯୋଗାଇ ଦେବାକୁ ଅତ୍ୟାଧୁନିକ ଆରଓ ମେସିନ ଲଗାଯାଇଛି । ଏଭଳି ପଦକ୍ଷେପ ପାଇଁ ବିଭିନ୍ନ ମହଲରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଉଛି ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

19 Dec 2022 By The Sakala

ରାଉରକେଲା ଗସ୍ତରେ ତିନି ସଚିବ, ହକି ବିଶ୍ବକପ୍ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତିର ହେବ ସମୀକ୍ଷା

ବନେଶ୍ବର: ଆଜି ରାଉରକେଲା ଗସ୍ତ କରି ହକି ବିଶ୍ବକପ୍ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମୁଖ୍ୟଶାସନ ସଚିବଙ୍କ ସହ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣା ବି ଗସ୍ତ କରିବେ । ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବେ।

ସେଠାରେ ଷ୍ଟାଡିୟମ ପରିଦର୍ଶନ କରିବା ସହ ବିଶ୍ବକପ୍ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବେ । ହକି ବିଶ୍ବକପ ପୂର୍ବରୁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିବେ । ଦିନ ସାଢେ ୧୧ଟାରେ ରାଉରକେଲା ବିମାନବନ୍ଦରରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହିତ ରାଉରକେଲାରେ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେବ । ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜନ କରାଯାଉଥିବାରୁ ଏହାକୁ ସଫଳ କରିବା ପାଇଁ ପ୍ରଶାସନ, ରାଉରକେଲା ମହାନଗର ନିଗମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ହକି ବିଶ୍ବକପ ସମୟରେ ସମସ୍ତ ଆନ୍ତର୍ଜାତୀୟ ଖେଳାଳି ଓ ଅନ୍ୟ ଷ୍ଟାଫଙ୍କ ରହିବା ପାଇଁ ହକି ଷ୍ଟାଡିୟମ୍ ନିକଟରେ ଫାଇଭ ଷ୍ଟାର ହୋଟେଲ ପରି ସୁବିଧା ଥିବା ୨୨୫ଟି ରୁମ ନିର୍ମାଣ କରାଯାଇଛି । ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବେଡ ରୁମ ନିର୍ମାଣ କରାଯାଇଥିବା ବେଳେ ସିସିଟିଭି, ଇଣ୍ଟରନେଟ, ଓ୍ବାଇଫାଇ ସୁବିଧା ରୁମରେ ଯୋଗାଇ ଦିଆଯାଇଛି । ଏହାସହ ରୁମରେ ଅନ୍ତର୍ଜାତୀୟ ସ୍ତରର ଅତ୍ୟାଧୁନିକ ଗାଧୁଆ ଘର ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଛି । ତାଜ ହୋଟେଲର ଶହେରୁ ଅଧିକ କର୍ମଚାରୀ ଓ କୁକ୍ ଷ୍ଟାଡିୟମ୍ ପରିସରରେ ପହଞ୍ଚି ନିଜ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଷ୍ଟାଡିୟମ୍ ନିକଟରେ ହକି ଖେଳାଳିଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରର ଅତ୍ୟାଧୁନିକ ସୁଇମିଙ୍ଗ ପୁଲ ନିର୍ମାଣ କରାଯାଇଛି । ଅଲିମ୍ପିକ୍ସ ଷ୍ଟାଣ୍ଡାର୍ଡର ସୁଇମିଙ୍ଗ ପୁଲ ନିର୍ମାଣ କରାଯାଇଥିବା ବେଳେ, ଏଥିରେ ଦୈନିକ ୬ ଲକ୍ଷ ଲିଟର ସ୍ବଛ ପାଣି ଯୋଗାଇ ଦେବାକୁ ଅତ୍ୟାଧୁନିକ ଆରଓ ମେସିନ ଲଗାଯାଇଛି । ଏଭଳି ପଦକ୍ଷେପ ପାଇଁ ବିଭିନ୍ନ ମହଲରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର