ମଲ୍‍, ପେଟ୍ରୋଲ ପମ୍ପରେ ଫୋନ୍‍ ନମ୍ବର ଦେଉଥିଲେ ହୁଅନ୍ତୁ ସତର୍କ; ଅନ୍‍ଲାଇନ୍‍ କାରବାର କରୁଥିବା ସଂସ୍ଥାରୁ ଡାଟା ହ୍ୟାକ୍‍ ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର: ସ୍ମାର୍ଟ ଯୁଗରେ ସମସ୍ତଙ୍କ ହାତରେ ଅତ୍ୟାଧୁନି ସ୍ମାର୍ଟ ଫୋନ୍‍ ରହୁଛି। ଲୋକେ ଘରେ ବସି ଆଙ୍ଗୁଠି ଟିପ୍‍ ରେ ସବୁ କିଛି ଅନ୍‍ଲାଇନ୍‍ ମାଧ୍ୟମରେ କରୁଛନ୍ତି। ଅନ୍‍ଲାଇନ୍‍ ଖାଇବା ଅର୍ଡର ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ। ଏଭଳି ଅର୍ଡର କରିବା ସମୟରେ ଗ୍ରାହକ ନିଜର ସମସ୍ତ ତଥ୍ୟ ଦେଉଛି। ତେଣୁ ଜଣେ ଗ୍ରାହକଙ୍କ ସମସ୍ତ ତଥ୍ୟ ଅନ୍‍ଲାଇନ୍‍ ସଂସ୍ଥା ପାଖରେ ରହୁଛି। ତୁମକୁ କଣ ପସନ୍ଦ ଲାଗୁଛି, କଣ କିଣିବାକୁ ଇଚ୍ଛା କରୁଛନ୍ତି, ଆଦି […]

ଭୁବନେଶ୍ୱର: ସ୍ମାର୍ଟ ଯୁଗରେ ସମସ୍ତଙ୍କ ହାତରେ ଅତ୍ୟାଧୁନି ସ୍ମାର୍ଟ ଫୋନ୍‍ ରହୁଛି। ଲୋକେ ଘରେ ବସି ଆଙ୍ଗୁଠି ଟିପ୍‍ ରେ ସବୁ କିଛି ଅନ୍‍ଲାଇନ୍‍ ମାଧ୍ୟମରେ କରୁଛନ୍ତି। ଅନ୍‍ଲାଇନ୍‍ ଖାଇବା ଅର୍ଡର ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ। ଏଭଳି ଅର୍ଡର କରିବା ସମୟରେ ଗ୍ରାହକ ନିଜର ସମସ୍ତ ତଥ୍ୟ ଦେଉଛି। ତେଣୁ ଜଣେ ଗ୍ରାହକଙ୍କ ସମସ୍ତ ତଥ୍ୟ ଅନ୍‍ଲାଇନ୍‍ ସଂସ୍ଥା ପାଖରେ ରହୁଛି। ତୁମକୁ କଣ ପସନ୍ଦ ଲାଗୁଛି, କଣ କିଣିବାକୁ ଇଚ୍ଛା କରୁଛନ୍ତି, ଆଦି ଜଣଙ୍କ ବିଷୟରେ ସବୁ କିଛି ସେମାନଙ୍କ ଡିଜିଟାଲ ଇଣ୍ଟେଲଜେନ୍ସ ମାଧ୍ୟମରେ ରହୁଛି। ଯାହାଫଳରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ଖୋଲିବା ମାତ୍ରେ ସେ ପସନ୍ଦ କରୁଥିବା ସାମଗ୍ରୀର ବିଜ୍ଞାପନ ବାରମ୍ଭାର ଆସେ। ଅନେକ ଜାଣି ନଥାନ୍ତି, ଏହି ଠାରୁ ହିଁ ସାଇବର ଠକେଇ ଆରମ୍ଭ ହୁଏ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଏବେ ଚାଇନା ଠକ ବିଭିନ୍ନ ସଂସ୍ଥାର ୱେବ୍‍ସାଇଟ୍‍ ହ୍ୟାକ୍‍ କରି ଲୋକଙ୍କ ଡାଟା ଚୋରି କରି ନେଉଛନ୍ତି। ଅନେକ ସମୟରେ ମଧ୍ୟ ଉକ୍ତ ସଂସ୍ଥାର କିଛି ବ୍ୟକ୍ତି ମଧ୍ୟ ଠକଙ୍କ ସହ ସମ୍ପୃକ୍ତ ରହି ଡାଟା ଲିକ୍‍ କରନ୍ତି। କେବଳ ଅନ୍‍ଲାଇନ୍‍ ସଂସ୍ଥା ନୁହେଁ ବରଂ ବ୍ୟାଙ୍କ୍‍ର କର୍ମଚାରୀ ମଧ୍ୟ ଚାଇନା ଠକଙ୍କ ଲିଙ୍କ୍‍ ରେ ଅଛନ୍ତି। ସେମାନେ ଜଣେ ବ୍ୟକ୍ତିଙ୍କ ଡାଟା ପିଛା ୧ହଜାରରୁ ୧୫ ଶହ ଟଙ୍କା ପାଇଥାନ୍ତି। ପୂର୍ବରୁ ରସୁଲଗଡ଼ରେ ରହୁଥିବା ସାଇବର ଠକଙ୍କୁ କ୍ରାଇମ୍‍ବ୍ରାଞ୍ଚ ଗିରଫ କରିଥିଲା। ସେମାନଙ୍କୁ ଲୋକଙ୍କ ଡାଟା କିଭଳି ମିଳୁଥିଲା ସେନେଇ ପଚରାଉଚରା ବେଳେ ରୋଚକ ତଥ୍ୟ ମିଳିଥିଲା।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଲଟେରି ଉଠିବା ଆଳରେ ମାଗୁଛନ୍ତି ଫୋନ୍‍ ନମ୍ବର

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଏବେ ଲୋକଙ୍କ ଡାଟା ସଂଗ୍ରହ କରିବା ପାଇଁ ବିଭିନ୍ନ ସଂସ୍ଥା ଲାଗି ପଡ଼ିଛନ୍ତି। ବିଶେଷ କରି ବିଭିନ୍ନ ଘରୋଇ ସଂସ୍ଥା ଏହି କାରରେ ଲାଗିଛନ୍ତି। ଏବେ ସହରର ବିଭିନ୍ନ ପଟ୍ରୋଲ ପମ୍ପରେ ଏକାଧିକ ଲୋକେ ଖଣ୍ଡେ କାଗଜ ଧରି ଛିଡ଼ା ହେଉଛନ୍ତି। ଲୋକେ ପେଟ୍ରୋଲ ପକାଇ ଯିବା ସମୟରେ ସେମାନେ ଅଟକାଉଛନ୍ତି। ଏପରିକି ତାଙ୍କ ଲଟେରି କାଟିବାକୁ ଲୋଭ ଦେଖାଇ ଫୋନ୍‍ ନମ୍ବର ମାଗି ନେଉଛନ୍ତି। ପରେ ଉକ୍ତ ବ୍ୟକ୍ତିଙ୍କୁ ଫୋନ୍‍ କରି ବିଭିନ୍ନ ଲୋଭ ଦେଖାଇ ଟଙ୍କା ଲୁଟି ନେଉଛନ୍ତି। ସେହିପରି ମଲ୍‍, ରେଷ୍ଟୁରାଣ୍ଟ ଆଦି ଅନେକ ସଂସ୍ଥାରେ ଫୋନ୍‍ ନମ୍ବର ମାଗୁଛନ୍ତି। ଲୋକେ ତାହା ବୁଝି ନପାରି ସହଜରେ ଫୋନ୍‍ ନମ୍ବର ଦେଇ ଦେଉଛନ୍ତି। ଯାହାଫଳରେ ସେଠାରୁ ମଧ୍ୟ ଡାଟା ଚୋରି ହେଉଛି।

ସୋସିଆଲ ମିଡିଆରୁ ମିଳୁଛି ୫୦ ପ୍ରତିଶତ ଡାଟା

ଆଜିକାଲି ଲୋକେ ବହି ପଢ଼଼ିବା ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଯାହାଫଳରେ ପ୍ରତିଦିନର ଆକ୍ଟିଭିକ୍ଟ ସୋସିଆଲ ମିଡିଆରେ ଅପଡେଟ୍‍ କରୁଛନ୍ତି। କୁଆଡ଼େ ବୁଲିବାକୁ ଗଲେ, କୁହା ସହ ଗଲେ ସବୁ କିଛି ଫଟୋ ଅପଲୋଡ୍‍ କରି ଦେଉଛନ୍ତି। ଏବେ ସାଇବର ଠକ ସୋସିଆଲ ମିଡିଆକୁ ହ୍ୟାକ କରି ୫୦ପ୍ରତିଶତ ଲୋକଙ୍କ ଡାଟା ଚୋରି କରି ନେଉଥିବା ସାଇବର ବିଶେଷଜ୍ଞମାନେ କହିଛନ୍ତି। ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଥିବାରୁ ସାଇବର ଠକ ସହଜରେ ହ୍ୟାକ୍‍ କରି ଡାଟା ଚୋରି କରି ନେଉଛନ୍ତି। ଯାହାଫଳରେ ଏହି ଡାଟା ସାହାଯ୍ୟରେ ଲୋକଙ୍କୁ ଠକେଇ କରିବା ସହଜ ହେଉଛି।

ମୋବାଇଲ୍‍କୁ ଲିଙ୍କ୍‍ ଆସୁଥିଲେ ସାବଧାନ

ସାଇବର ଠକ ଏକାଧିକ ଲୋକଙ୍କ ଡାଟା ପାଇବା ପରେ ସେମାନଙ୍କ ମୋବାଇଲ୍‍ ହ୍ୱାଟ୍ସଆପ୍‍କୁ ବିଭିନ୍ନ ଲିଙ୍କ୍‍ ଏବଂ ଲୋଭନୀୟ ଅଫର ପଠାଉଛନ୍ତି। ଅନେକ ଲୋକେ ସାଇବର ଠକଙ୍କ ଚାଲ ଜାଣି ନପାରି ଏହି ଲିଙ୍କ୍‍ ଉପରେ କ୍ଲିକ୍‍ କରି ଦେଉଛନ୍ତି। ଯାହାଫଳରେ ସାଇବର ଠକ ସହଜରେ ମୋବାଇଲ୍‍ ହ୍ୟାକ୍‍ କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ସେହିପରି ଅନେକ ଲୋକ ଠକଙ୍କ ମେସେଜ୍‍ ଦେଖି ଲୋଭରେ ପଡ଼ିଯାଆନ୍ତି। ଫଳରେ ସାଇବର ଠକ ତାଙ୍କୁ ବିଭିନ୍ନ ଆଳ କରି ଟଙ୍କା ଠକି ନିଅନ୍ତି।

17 Dec 2022 By The Sakala

https://www.thesakala.in/latest-odisha-news/be-careful-while-giving-phone-numbers-in-malls-and-petrol-pumps-possibility-of-data-hacking/article-17442
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର