ସଂସଦରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଦାବି, ଧାମରାରେ ପ୍ରତିରକ୍ଷା ବିଭାଗ ତରଫରୁ ଖୋଲାଯାଉ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା

The Sakala Picture
Published On

ନୂଆଦିଲ୍ଲୀ : ସଂସଦ ଅଧିବେଶନରେ ଧାରା ୩୭୭ ଅନୁସାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ନିଜର ପ୍ରଶ୍ନ ଉପସ୍ଥାପନ କରି ଧାମରାରେ ପ୍ରତିରକ୍ଷା ବିଭାଗ ତରଫରୁ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହ ସ୍ଵତନ୍ତ୍ର ଟ୍ରମା କେୟାର ସେଣ୍ଟର ଖୋଲିବାକୁ ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି । ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ସଦର ମହକୁମାରୁ ୮୫ କିମି ଦୂରରେ ଧାମରା ଅବସ୍ଥିତ, ଯେଉଁଠାରେ […]

ନୂଆଦିଲ୍ଲୀ : ସଂସଦ ଅଧିବେଶନରେ ଧାରା ୩୭୭ ଅନୁସାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ନିଜର ପ୍ରଶ୍ନ ଉପସ୍ଥାପନ କରି ଧାମରାରେ ପ୍ରତିରକ୍ଷା ବିଭାଗ ତରଫରୁ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହ ସ୍ଵତନ୍ତ୍ର ଟ୍ରମା କେୟାର ସେଣ୍ଟର ଖୋଲିବାକୁ ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି । ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ସଦର ମହକୁମାରୁ ୮୫ କିମି ଦୂରରେ ଧାମରା ଅବସ୍ଥିତ, ଯେଉଁଠାରେ ଏପିଜେ ଅବଦୁଲ କଲାମ ହ୍ୱିଲର ଦ୍ୱୀପରୁ ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବା ପ୍ରତିରକ୍ଷା ବିଭାଗ ତରଫରୁ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥାଏ ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଧାମରାରେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଙ୍ଗଠନ (ଡି ଆର୍ ଡି ଓ) ପ୍ରତିଷ୍ଠା ଓ ଆଦାନୀ କମ୍ପାନୀର ଧାମରା ବନ୍ଦର ପ୍ରତିଷ୍ଠା, ସହିତ ମତ୍ସ୍ୟଜୀବୀମାନଙ୍କ ଜେଠି ନିର୍ମାଣ ହୋଇ ଥିବାରୁ ଦିନକୁ ଦିନ ଜନବସତି ବୃଦ୍ଧି ପାଇବାରେ ଲାଗିଛି। ପ୍ରତିରକ୍ଷା ବିଭାଗ ସହିତ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ନିଜର ପରିବାର ସହ ଧାମରାରେ ବସବାସ କରୁଛନ୍ତି । କିନ୍ତୁ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉ ନ ଥିବାରୁ ନିଜର ଚିକିତ୍ସା ପାଇଁ ରୋଗୀ ମାନଙ୍କୁ ଧାମରାରୁ ୫୦ କିମି ଦୂର ବାସୁଦେବପୁର ଓ ୮୫ କିମି ଦୂର ଭଦ୍ରକ ସଦର ହସପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼ିଥାଏ ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଏହି କାରଣରୁ ଅନେକ ସମୟରେ ରୋଗୀ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇ ଯଇଥାଏ। ଏହି ସବୁ ଅସୁବିଧା ଗୁଡ଼ିକ ହୃଦୟଙ୍ଗମ କରି  ସାଂସଦ ଶ୍ରୀମତୀ ମଣ୍ଡଳ ଧାମରାରେ ଶହେ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଓ ସ୍ଵତନ୍ତ୍ର ଟ୍ରମା କେୟାର ସେଣ୍ଟର ଖୋଲିବାକୁ ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି । ଏହାଦ୍ବାରା ସ୍ଥାନୀୟ ଜନସାଧରଣଙ୍କ ସହ ବସବାସ କରୁଥିବା ପ୍ରତିରକ୍ଷା ବିଭାଗ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀ ଉପକୃତ ହୋଇ ପାରିବେ ବୋଲି ସାଂସଦ ଶ୍ରୀମତି ମଣ୍ଡଳ ତାଙ୍କର ପ୍ରଶ୍ନ ସଂସଦରେ ଉପସ୍ଥାପନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର