ପଦ୍ମପୁର ଉପନିର୍ବାଚନ: ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବେନେଶ୍ବର: ଆସନ୍ତାକାଲି ପଦ୍ମପୁରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମ ତଥା ବିଜେଡିର ନମ୍ବର ୱାନ ଷ୍ଟାର ପ୍ରଚାର ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ୩ଟି ଜନସଭାରେ ପଦ୍ମପୁରବାସୀଙ୍କୁ ସମ୍ବୋଦ୍ଧିତ କରିବେ । ପଦ୍ମପୁରର ତିନୋଟି ବ୍ଲକ ପାଇକମାଲ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଜନସଭା କରିବାର କାର୍ଯ୍ଯକ୍ରମ ରହିଛି । ଏ ନେଇ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରି ଭୋଟ ମାଗିବେ […]

ଭୁବେନେଶ୍ବର: ଆସନ୍ତାକାଲି ପଦ୍ମପୁରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମ ତଥା ବିଜେଡିର ନମ୍ବର ୱାନ ଷ୍ଟାର ପ୍ରଚାର ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ୩ଟି ଜନସଭାରେ ପଦ୍ମପୁରବାସୀଙ୍କୁ ସମ୍ବୋଦ୍ଧିତ କରିବେ । ପଦ୍ମପୁରର ତିନୋଟି ବ୍ଲକ ପାଇକମାଲ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଜନସଭା କରିବାର କାର୍ଯ୍ଯକ୍ରମ ରହିଛି । ଏ ନେଇ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରି ଭୋଟ ମାଗିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ବିଜେଡି କର୍ମୀ ଓ ପଦ୍ମପୁରବାସୀ ବେସ ଉତ୍ସାହିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସୂଚନା ଅନୁସାରେ ଡିସେମ୍ବର ୨ ତାରିଖ ସକାଳ ୧୦ଟାରୁ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ । ୧୦ଟା ୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବେ । ୧୦ଟା ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ୧୧ଟାରେ ପଦମପରୁ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚିବେ । ୧୧ଟା ୦୫ରେ ସତୀଭଟ ଏୟାରଷ୍ଟ୍ରିପରୁ ହେଲିକପ୍ଟର ଯୋଗେ ଝାରବନ୍ଧ ଶକ୍ତି ଛକ ହେଲିପ୍ୟାଡରେ ଅବତରଣ କରି ସଭାସ୍ଥଳରେ ପହଞ୍ଚିବେ । ୧୨ଟା ୧୦ରେ ଶକ୍ତି ଛକରୁ ବାହାରି ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ପାଇକମାଳ ହାଇସ୍କୁଲ ଗ୍ରାଉଣ୍ଡରେ ସାଧାରଣ ସଭାରେ ପ୍ରଚାର କରିବେ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଏହାପରେ ଅପରାହ୍ନ ଗୋଟାଏ ୧୫ରେ ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡରୁ ବାହାରି ଗୋଟାଏ ୩୦ରେ ଆରଏଲ୍ କଲ୍ୟାଣ ମଣ୍ଡପ କ୍ୟାମ୍ପସ ହେଲିପ୍ୟାଡରେ ଅବତରଣ କରି କଲ୍ୟାଣ ମଣ୍ଡପକୁ ଯିବେ । ସେଠାରୁ ୩ଟା ୧୫ରେ ବାଇ ରୋଡ୍ ଯାଇ ୩ଟା ୩୦ରେ ପଦମପୁର ହାଇସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ସାଧାରଣ ସଭାକୁ ଉଦବୋଧନ ଦେବେ । ୪ଟା ୨୫ରେ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ଫେରି ୫ଟା ୨୦ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

01 Dec 2022 By The Sakala

ପଦ୍ମପୁର ଉପନିର୍ବାଚନ: ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବେନେଶ୍ବର: ଆସନ୍ତାକାଲି ପଦ୍ମପୁରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମ ତଥା ବିଜେଡିର ନମ୍ବର ୱାନ ଷ୍ଟାର ପ୍ରଚାର ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ୩ଟି ଜନସଭାରେ ପଦ୍ମପୁରବାସୀଙ୍କୁ ସମ୍ବୋଦ୍ଧିତ କରିବେ । ପଦ୍ମପୁରର ତିନୋଟି ବ୍ଲକ ପାଇକମାଲ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଜନସଭା କରିବାର କାର୍ଯ୍ଯକ୍ରମ ରହିଛି । ଏ ନେଇ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରି ଭୋଟ ମାଗିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ବିଜେଡି କର୍ମୀ ଓ ପଦ୍ମପୁରବାସୀ ବେସ ଉତ୍ସାହିତ ରହିଛନ୍ତି।

ସୂଚନା ଅନୁସାରେ ଡିସେମ୍ବର ୨ ତାରିଖ ସକାଳ ୧୦ଟାରୁ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ । ୧୦ଟା ୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବେ । ୧୦ଟା ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ୧୧ଟାରେ ପଦମପରୁ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚିବେ । ୧୧ଟା ୦୫ରେ ସତୀଭଟ ଏୟାରଷ୍ଟ୍ରିପରୁ ହେଲିକପ୍ଟର ଯୋଗେ ଝାରବନ୍ଧ ଶକ୍ତି ଛକ ହେଲିପ୍ୟାଡରେ ଅବତରଣ କରି ସଭାସ୍ଥଳରେ ପହଞ୍ଚିବେ । ୧୨ଟା ୧୦ରେ ଶକ୍ତି ଛକରୁ ବାହାରି ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ପାଇକମାଳ ହାଇସ୍କୁଲ ଗ୍ରାଉଣ୍ଡରେ ସାଧାରଣ ସଭାରେ ପ୍ରଚାର କରିବେ ।

ଏହାପରେ ଅପରାହ୍ନ ଗୋଟାଏ ୧୫ରେ ପାଇକମାଳ ଏମଇ ସ୍କୁଲ ଗ୍ରାଉଣ୍ଡରୁ ବାହାରି ଗୋଟାଏ ୩୦ରେ ଆରଏଲ୍ କଲ୍ୟାଣ ମଣ୍ଡପ କ୍ୟାମ୍ପସ ହେଲିପ୍ୟାଡରେ ଅବତରଣ କରି କଲ୍ୟାଣ ମଣ୍ଡପକୁ ଯିବେ । ସେଠାରୁ ୩ଟା ୧୫ରେ ବାଇ ରୋଡ୍ ଯାଇ ୩ଟା ୩୦ରେ ପଦମପୁର ହାଇସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ସାଧାରଣ ସଭାକୁ ଉଦବୋଧନ ଦେବେ । ୪ଟା ୨୫ରେ ସତୀଭଟ ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ଫେରି ୫ଟା ୨୦ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ ।

https://www.thesakala.in/latest-odisha-news/padmapur-bypoll-bjd-supremo-naveen-patnaik-will-campaign-tomorrow/article-17000
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର