ଓଡ଼ିଶାର ରୂପାନ୍ତରଣ କ୍ଷେତ୍ରରେ ମେକ ଇନ ଓଡି଼ଶାର ଭୂମିକା ଗୁରୁତ୍ବପୂର୍ଣ୍ଣ- ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଓଡ଼ିଶାର ରୂପାନ୍ତରଣ କ୍ଷେତ୍ରରେ ମେକ ଇନ ଓଡି଼ଶାର ଭୂମିକା ଗୁରୁତ୍ବପୂର୍ଣ୍ଣ। ରାଜ୍ୟ ସରକାର ଶିଳ୍ପର ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେକ ଇନ ଓଡ଼ିଶା କନକ୍ଳେଭରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ରାଜ୍ୟରେ ନୂଆ ସୁଯୋଗ ସୃଷ୍ଟି ହେଉଛି । ଓଡିଶା ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବିକଶିତ ହେବାରେ ଲାଗିଛି । ଶାନ୍ତି, ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି । ୨ ଦଶନ୍ଧି […]

ଭୁବନେଶ୍ବର: ଓଡ଼ିଶାର ରୂପାନ୍ତରଣ କ୍ଷେତ୍ରରେ ମେକ ଇନ ଓଡି଼ଶାର ଭୂମିକା ଗୁରୁତ୍ବପୂର୍ଣ୍ଣ। ରାଜ୍ୟ ସରକାର ଶିଳ୍ପର ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେକ ଇନ ଓଡ଼ିଶା କନକ୍ଳେଭରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ରାଜ୍ୟରେ ନୂଆ ସୁଯୋଗ ସୃଷ୍ଟି ହେଉଛି । ଓଡିଶା ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବିକଶିତ ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଶାନ୍ତି, ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି । ୨ ଦଶନ୍ଧି ଧରି ରାଜ୍ୟରେ ବିକାଶ ଜାରି ରହିଛି । ଫାଇଭ-ଟି ଯୋଗୁ ବିକାଶ ସବୁସ୍ତରରେ ପହଞ୍ଚି ପାରିଛି । ଶିକ୍ଷା ପ୍ରତି ଗୁରୁତ୍ବ, ଦକ୍ଷତା ବିକାଶ, କୃଷି, ମହିଳା ସଶକ୍ତିକରଣ, ଆଦିବାସୀ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ସଫଳତା ହାସଲ କରିଛି । ୭୦ଲକ୍ଷ ମହିଳା ଏସଏଚଜି ଗଠନ କରି ଓଡିଶା ଉଦାହରଣ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସ୍ବାସ୍ଥ୍ୟ ରୂପାନ୍ତରରଣରେ ବିଏସକେଓ୍ବାଇର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ରାଜ୍ୟରେ ଦାରିଦ୍ର୍ୟ ହାସ ପାଇଛି ଏବଂ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି । ଅଧିକ ରାଜସ୍ବ ଆଦାୟ ହେବା ସହ ଅର୍ଥନୈତିକ ବିକାଶ ପ୍ରକ୍ରିୟା ଜାରି ରହିଛି । ବୃହତ ଭିତ୍ତିଭୂମି ପ୍ରକଳ୍ପ ସୃଷ୍ଟି ହୋଇଥିବାବେଳେ ପ୍ରଶାସନର ରୂପାନ୍ତରୀଣ ସମ୍ଭବ ହୋଇଛି । ଓଡିଶାର ଅଗ୍ରଗତି ନିବେଶ ସହ ସମ୍ପର୍କିତ । ବୟନ, ଖାଦ୍ୟଶିଳ୍ପ ଆଦି ବହୁ କ୍ଷେତ୍ରରେ ନୂଆ ନୀତି ଗ୍ରହଣ କରାଯାଉଛି । ଖଣି ଓ ଖଣିଜ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାବେଳେ ବିଶ୍ବସ୍ତରୀୟ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

01 Dec 2022 By The Sakala

ଓଡ଼ିଶାର ରୂପାନ୍ତରଣ କ୍ଷେତ୍ରରେ ମେକ ଇନ ଓଡି଼ଶାର ଭୂମିକା ଗୁରୁତ୍ବପୂର୍ଣ୍ଣ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ରୂପାନ୍ତରଣ କ୍ଷେତ୍ରରେ ମେକ ଇନ ଓଡି଼ଶାର ଭୂମିକା ଗୁରୁତ୍ବପୂର୍ଣ୍ଣ। ରାଜ୍ୟ ସରକାର ଶିଳ୍ପର ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେକ ଇନ ଓଡ଼ିଶା କନକ୍ଳେଭରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ରାଜ୍ୟରେ ନୂଆ ସୁଯୋଗ ସୃଷ୍ଟି ହେଉଛି । ଓଡିଶା ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବିକଶିତ ହେବାରେ ଲାଗିଛି ।

ଶାନ୍ତି, ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି । ୨ ଦଶନ୍ଧି ଧରି ରାଜ୍ୟରେ ବିକାଶ ଜାରି ରହିଛି । ଫାଇଭ-ଟି ଯୋଗୁ ବିକାଶ ସବୁସ୍ତରରେ ପହଞ୍ଚି ପାରିଛି । ଶିକ୍ଷା ପ୍ରତି ଗୁରୁତ୍ବ, ଦକ୍ଷତା ବିକାଶ, କୃଷି, ମହିଳା ସଶକ୍ତିକରଣ, ଆଦିବାସୀ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ସଫଳତା ହାସଲ କରିଛି । ୭୦ଲକ୍ଷ ମହିଳା ଏସଏଚଜି ଗଠନ କରି ଓଡିଶା ଉଦାହରଣ ସୃଷ୍ଟି କରିଛି ।

ସ୍ବାସ୍ଥ୍ୟ ରୂପାନ୍ତରରଣରେ ବିଏସକେଓ୍ବାଇର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ରାଜ୍ୟରେ ଦାରିଦ୍ର୍ୟ ହାସ ପାଇଛି ଏବଂ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି । ଅଧିକ ରାଜସ୍ବ ଆଦାୟ ହେବା ସହ ଅର୍ଥନୈତିକ ବିକାଶ ପ୍ରକ୍ରିୟା ଜାରି ରହିଛି । ବୃହତ ଭିତ୍ତିଭୂମି ପ୍ରକଳ୍ପ ସୃଷ୍ଟି ହୋଇଥିବାବେଳେ ପ୍ରଶାସନର ରୂପାନ୍ତରୀଣ ସମ୍ଭବ ହୋଇଛି । ଓଡିଶାର ଅଗ୍ରଗତି ନିବେଶ ସହ ସମ୍ପର୍କିତ । ବୟନ, ଖାଦ୍ୟଶିଳ୍ପ ଆଦି ବହୁ କ୍ଷେତ୍ରରେ ନୂଆ ନୀତି ଗ୍ରହଣ କରାଯାଉଛି । ଖଣି ଓ ଖଣିଜ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାବେଳେ ବିଶ୍ବସ୍ତରୀୟ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

https://www.thesakala.in/latest-odisha-news/cm-naveen-patnaik-explains-devlopement-story-in-make-in-odisha-conclave/article-16996
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର