ପରାଜୟ ଭୟରେ ରକ୍ତମୁଖା ବିଜେପି: ଜିଏସଟି ରେଡ୍ ବେଳେ ଅଧିକାରୀଙ୍କୁ ଆକ୍ରମଣ କଲେ ବିଜେପି ନେତା ଓ କର୍ମୀ

The Sakala Picture
Published On

ପଦ୍ମପୁର: ପଦ୍ମପୁରରେ ଆସନ୍ନ ପରାଜୟ ଭୟରେ ରକ୍ତମୁଖା ହୋଇଛି ଭାରତୀୟ ଜନତା ପାର୍ଟି । ଦଳର ନେତାଙ୍କ ହତାଶା ସେମାନଙ୍କ ଆଚରଣରେ ପ୍ରତିଫଳିତ ହୋଇଛି । ସୋମବାର ସନ୍ଧ୍ୟାରେ ଟିକସ ଫାଙ୍କି ଅଭିଯୋଗରେ ଜିଏସ୍‌ଟି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବା ସମୟରେ ଭୁବନେଶ୍ୱରରୁ ଆମଦାନୀ ବିଜେପି ନେତାମାନେ ଯେପରି ଉଚ୍ଛୃଙ୍ଖଳ କାର୍ଯ୍ୟ କରିଛନ୍ତି ସେଥିରୁ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇ ଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ପଦ୍ମପୁର ଭେଉଁରିଆ ଛକଠାରେ ସୁନୀଲ ଅଗ୍ରୱାଲ […]

ପଦ୍ମପୁର: ପଦ୍ମପୁରରେ ଆସନ୍ନ ପରାଜୟ ଭୟରେ ରକ୍ତମୁଖା ହୋଇଛି ଭାରତୀୟ ଜନତା ପାର୍ଟି । ଦଳର ନେତାଙ୍କ ହତାଶା ସେମାନଙ୍କ ଆଚରଣରେ ପ୍ରତିଫଳିତ ହୋଇଛି । ସୋମବାର ସନ୍ଧ୍ୟାରେ ଟିକସ ଫାଙ୍କି ଅଭିଯୋଗରେ ଜିଏସ୍‌ଟି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବା ସମୟରେ ଭୁବନେଶ୍ୱରରୁ ଆମଦାନୀ ବିଜେପି ନେତାମାନେ ଯେପରି ଉଚ୍ଛୃଙ୍ଖଳ କାର୍ଯ୍ୟ କରିଛନ୍ତି ସେଥିରୁ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇ ଯାଇଛି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ମିଳିଥିବା ସୂଚନା ଅନୁସାରେ ଆଜି ପଦ୍ମପୁର ଭେଉଁରିଆ ଛକଠାରେ ସୁନୀଲ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ଜଗଦମ୍ବା କ୍ଲଥ୍‌ ଷ୍ଟୋରରେ ଜିଏସ୍‌ଟି ଯାଞ୍ଚ ପାଇଁ ଅଧିକାରୀମାନେ ପହଞ୍ଚିଥିବା ବେଳେ ବିଜେପି ଯୁବ ନେତା ଠାକୁର ରଣଜିତ୍‌, ପିଙ୍କି ପ୍ରଧାନ, କାଳନ୍ଦୀ ସାମଲ ପ୍ରମୁଖ ଏହାର ବିରୋଧ କରିଥିଲେ । ଜିଏସ୍‌ଟି ଅଧିକାରୀମାନଙ୍କ କାର୍ଯ୍ୟରେ ବାଧା ଦେବା ସହ ସେମାନଙ୍କ ସହ ପାଟିତୁଣ୍ଡ କରିଥିଲେ । ମାତ୍ର ଏହା ଏକ ସରକାରୀ କାର୍ଯ୍ୟ ଓ ନିର୍ଦ୍ଦିଷ୍ଟ ଅଭିଯୋଗ ଆଧାର ରେ ଏହି ଚଢ଼ଉ କରାଯାଇଥିବା ନେଇ ଅଧିକାରୀମାନେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଜେପି ନେତାମାନେ ଏହାକୁ ବୁଝିବାକୁ ପ୍ରସ୍ତୁତ ନ ଥିଲେ ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଘଟଣା କେବଳ ଏଇଠାରେ ଶେଷ ହୋଇ ନ ଥିଲା । ସୁନୀଲଙ୍କ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ଉ ହେଉଥିବା ସମ୍ପର୍କରେ ବିଜେପି ନେତାମାନେ ସ୍ଥାନୀୟ ଅଞ୍ଚଳର ବିଜେପି କର୍ମୀମାନଙ୍କୁ ସୂଚନା ଦେଇ ଘଟଣାସ୍ଥଳକୁ ଡ଼ାକିଥିଲେ । ଏପରିକି ତଦନ୍ତ କାର୍ଯ୍ୟରେ ନିୟୋଜିତ ଜଣେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ବିଜେପି କର୍ମୀମାନେ ରାସ୍ତାରେ ଗୋଡେ଼ଇ ଗୋଡେ଼ଇ ପିଟିବାକୁ ଦେଖାଯାଇଛି । ଜଣେ ମହିଳା ଓ ସରକାରୀ କର୍ମଚାରୀଙ୍କୁ ପିଟିବା ସହ ଯେପରି ବିଜେପି କର୍ମୀମାନେ ଅଶାଳୀନ ଆଚରଣ ପ୍ରଦର୍ଶନ କରିଛନ୍ତି, ତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସୁନୀଲ ଅଗ୍ରୱାଲ, ତାଙ୍କର ସମ୍ପର୍କୀୟ ଓମ୍‌ପ୍ରକାଶ ଅଗ୍ରୱାଲ, ଗୋବର୍ଦ୍ଧନ ଅଗ୍ରୱାଲ ସୁରେଶ ଅଗ୍ରୱାଲ, ରାଜେଶ ସାହୁ ନାମକ ବ୍ୟକ୍ତିମାନଙ୍କର ବ୍ୟବସାୟିକ ପ୍ରତିଷ୍ଠାନରେ ବିପୁଳ ଟିକସ ଫାଙ୍କି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଚଢ଼ଉ ପାଇଁ ଯାଇଥିବା ଅଧିକାରୀଙ୍କୁ ବିଜେପି ବିରୋଧ କରିବା ଓ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପଛରେ କେଉଁ ରହସ୍ୟ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ୩ ଜଣ ବିଜେଡି ନେତାଙ୍କ ଘର, ଚାଉଳକଳରେ ଚଢ଼ଉ କରାଯାଇଥିଲା । ସଶସ୍ତ୍ର ପୁଲିସ ଉପସ୍ଥିତିରେ ଏହି ଚଢ଼ଉ ହୋଇଥିଲା, ମାତ୍ର ଘଟଣାସ୍ଥଳରେ ଜଣେ ବି ବିଜେଡି କର୍ମୀଙ୍କୁ ଦେଖିବାକୁ ମିଳି ନ ଥିଲା । ଆୟକର ଅଧିକାରୀମାନେ ବିନା ପ୍ରତିରୋଧରେ ସେମାନଙ୍କ କାର୍ଯ୍ୟ କରିଥିଲେ ଏବଂ ବିଜେଡି ନେତାଙ୍କ ପରିବାରର ଲୋକମାନେ ଏ କ୍ଷେତ୍ରରେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ମାତ୍ର ବିଜେପି ସହ ସମ୍ପୃକ୍ତ କୁହାଯାଉଥିବା ବ୍ୟବସାୟୀଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ ବେଳେ ଦଳୀୟ ନେତା ଯେପରି ଆଚରଣ ପ୍ରଦର୍ଶନ କରିଛନ୍ତି, ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି । ବିଜେପି କାହିଁକି ଏପରି ଆଚରଣ କରୁଛି ତାହାକୁ ନେଇ ମଧ୍ୟ ସାଧାରଣ ଲୋକ ବି ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର