କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବି କରି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ପରେ ସେମାନଙ୍କ ହିତ ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ଉପରେ ନିର୍ଭରଶୀଳ ରାଜ୍ୟର ୮ଲକ୍ଷ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସଟି ପରିଷଦର ଅଧ୍ୟକ୍ଷା ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । କେନ୍ଦୁପତ୍ର ଉପରେ ନିର୍ଭରଶୀଳ ତୋଳାଳି, ବନ୍ଧାଳୀ ଓ ସିଜନାଲ ୱାର୍କର ମୁଖ୍ୟତଃ […]

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ପରେ ସେମାନଙ୍କ ହିତ ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ଉପରେ ନିର୍ଭରଶୀଳ ରାଜ୍ୟର ୮ଲକ୍ଷ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସଟି ପରିଷଦର ଅଧ୍ୟକ୍ଷା ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

କେନ୍ଦୁପତ୍ର ଉପରେ ନିର୍ଭରଶୀଳ ତୋଳାଳି, ବନ୍ଧାଳୀ ଓ ସିଜନାଲ ୱାର୍କର ମୁଖ୍ୟତଃ ଆର୍ଥିକ ଦୂର୍ବଳ ଓ ଜନଜାତି ଶ୍ରେଣୀର। କେନ୍ଦୁପତ୍ର ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିଥାଏ। କେନ୍ଦୁପତ୍ର ତୋଳି ତାକୁ ବିକ୍ରୀ କରିବା ସେମାନଙ୍କ ଜଙ୍ଗଲ ଅଧିକାର ଅନ୍ତର୍ଭୁକ୍ତ। ଏଭଳି ସ୍ଥିତିରେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ସେମାନଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରୁଛି। ଏହାଦ୍ୱାରା କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ ୱାର୍କରଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ କରାଯାଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

୧୮ ପ୍ରତିଶତ ଜିଏସଟି କେନ୍ଦୁପତ୍ର ବ୍ୟବସାୟକୁ ଗଭୀର ଭାବେ ପ୍ରଭାବିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଜିଏସଟି ଦ୍ବାରା ଅନେକ ଜୀବନଜୀବିକା ପ୍ରଭାବିତ ହେଉଛି । ଏଥିସହ ତୋଳାଳୀ ଓ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ମଧ୍ୟ ପ୍ରଭାବିତ ହେଉଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଜିଏସଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର