ମହଙ୍ଗା ପଡିଲା ଛାତ୍ରୀଙ୍କୁ ରାଗିଂ: ୫ ଛାତ୍ର ଗିରଫ, କଲେଜରୁ ତଡା ଖାଇବେ ୧୨ ବିଦ୍ୟାର୍ଥୀ

The Sakala Picture
Published On

ବ୍ରହ୍ମପୁର: ମହଙ୍ଗା ପଡିଲା ଛାତ୍ରୀଙ୍କୁ ରାଗିଂ କରିବା । ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛତ୍ରୀ ରାଗିଂ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ । ଅନ୍ୟପଟେ ଛାତ୍ରୀଙ୍କୁ ରାଗିଂ କରୁଥିବା ଭାଇରାଲ୍‌ ଭିଡିଓରେ ଥିବା ୧୨ ଜଣ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ କଲେଜରୁ ଟ୍ରାନସଫର ସାର୍ଟିଫିକେଟ ଦେଇ ବାହାର କରିବା ନେଇ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏନେଇ ବ୍ରହ୍ମପୁର ଏସପି ଓ ବଡ ବଜାର ଥାନା ଅଧିକାରୀ କଲେଜ କର୍ତ୍ତୃପକ୍ଷ ସହ ଆଲୋଚନା […]

ବ୍ରହ୍ମପୁର: ମହଙ୍ଗା ପଡିଲା ଛାତ୍ରୀଙ୍କୁ ରାଗିଂ କରିବା । ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛତ୍ରୀ ରାଗିଂ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ । ଅନ୍ୟପଟେ ଛାତ୍ରୀଙ୍କୁ ରାଗିଂ କରୁଥିବା ଭାଇରାଲ୍‌ ଭିଡିଓରେ ଥିବା ୧୨ ଜଣ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ କଲେଜରୁ ଟ୍ରାନସଫର ସାର୍ଟିଫିକେଟ ଦେଇ ବାହାର କରିବା ନେଇ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏନେଇ ବ୍ରହ୍ମପୁର ଏସପି ଓ ବଡ ବଜାର ଥାନା ଅଧିକାରୀ କଲେଜ କର୍ତ୍ତୃପକ୍ଷ ସହ ଆଲୋଚନା କରିଛନ୍ତି । ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ସାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ନାବାଳକଙ୍କୁ ବାଳସୁଧାର ଗୃହ ପଠା ଯାଇଛି। ରାଗିଂରେ ସଂପୃକ୍ତ ଥିବା ଛାତ୍ରୀମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ପି କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁଲିଗଲେ ୩୫୦୦ ଟଙ୍କା ପ୍ରତିଶ୍ରୁତି, ଭତ୍ତାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

କଲେଜ ଛାତ୍ରୀଙ୍କୁ ଅନେକ ଛାତ୍ରଛାତ୍ରୀ ସମ୍ମିଳିତ ଭାବେ ରାଗିଂ କରିବା ପରି ନିନ୍ଦନୀୟ ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ବ୍ରହ୍ମପୁର ଭଳି କଲେଜରେ ଏଭଳି ଘଟଣା ଘଟିବାକୁ ସମସ୍ତେ ନିନ୍ଦା ପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ +୨ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଜଣେ ନବାଗତା ଛାତ୍ରୀଙ୍କୁ ବରିଷ୍ଠ ଛାତ୍ର ଅନ୍ୟ ଛାତ୍ରଛାତ୍ରୀଙ୍କ ସମକ୍ଷରେ ହାତରେ ଏକ ପାଇପ୍‌ ଖଣ୍ଡ ଧରି ଅତି କଦର୍ଯ୍ୟ ବ୍ୟବହାର କରି ରାଗିଂ କରୁଥିବା ଓ ଏହାର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରିବାକୁ ଅନ୍ୟ ସିନିୟର୍‌ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଉଥିବା ଏକ ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ମାସରେ ଖୋଲିବ 'ସୁଭଦ୍ରା' ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

ଭିଡିଓରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ରଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଦେଖିବାକୁ ମିଳିଥିଲା । ଏହାସହ ଜୋର୍ ଜବରଦସ୍ତ ଆଇ ଲଭ୍ ୟୁ କହିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଏଥିରେ ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଲିସ ସଂପୃକ୍ତ ଛାତ୍ରକୁ ଅଟକ ରଖିଥିଲା ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଲଜ୍ଜା: କର୍ମା ପୂଜା ଦେଖି ଫେରୁଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର