ବାଲିରେ ପ୍ରଧାନମନ୍ତ୍ରୀଙ୍କ ବାଲିଯାତ୍ରା ଚର୍ଚ୍ଚା, କହିଲେ- କଟକର ବାଲିଯାତ୍ରା ଭାରତ-ଇଣ୍ଡୋନେସିଆ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କର ନିଦର୍ଶନ

The Sakala Picture
Published On

ନୂଆଦିଲ୍ଲୀ : ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ବାଲିଯାତ୍ରା ଚର୍ଚ୍ଚା।ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଣ୍ଡୋନେସିଆର ବାଲି ଗସ୍ତରେ ଅଛନ୍ତି। ଏଠାରେ ଭାରତୀୟ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟନକୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ପ୍ରଧାନମନ୍ତ୍ରୀ କଟକର ବାଲିଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏହି ପର୍ବ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ହଜାରେ ବର୍ଷର ବାଣିଜ୍ୟ ସମ୍ପର୍କର ଉତ୍ସବ ଅଟେ […]

ନୂଆଦିଲ୍ଲୀ : ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ବାଲିଯାତ୍ରା ଚର୍ଚ୍ଚା।ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଣ୍ଡୋନେସିଆର ବାଲି ଗସ୍ତରେ ଅଛନ୍ତି। ଏଠାରେ ଭାରତୀୟ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟନକୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ପ୍ରଧାନମନ୍ତ୍ରୀ କଟକର ବାଲିଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏହି ପର୍ବ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ହଜାରେ ବର୍ଷର ବାଣିଜ୍ୟ ସମ୍ପର୍କର ଉତ୍ସବ ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ବାଲିଯାତ୍ରା ଭଲ ଏବଂ ଖରାପ ସମୟରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ ମଜବୁତ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଇଣ୍ଡୋନେସିଆର ବାଲି ଦ୍ବୀପରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ଅବସରରେ ମୋଦୀ କହିଛନ୍ତି, “ ମୁଁ ଏଠାରେ ଆପଣମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂର କଟକଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି।ଏହି ମହୋତ୍ସବ ହଜାର ହଜାର ବର୍ଷର ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କକୁ ପାଳନ କରିଥାଏ । ଇଣ୍ଡୋନେସିଆର ଲୋକମାନେ ଏହି ବାଲିଯାତ୍ରାର ଫଟୋ ଇଣ୍ଟରନେଟରେ ଦେଖି ନିଶ୍ଚିତ ଖୁସି ହେଉଥିବେ । କୋଭିଡ ପାଇଁ ଦୁଇବର୍ଷ ଏଥିରେ ବାଧା ଉପୁଜିଥିଲେ ମଧ୍ୟ ଚଳିତବର୍ଷ ଧୁମଧାମରେ ଏହା ପାଳନ ହେଉଛି। ଲକ୍ଷାଧିକ ଲୋକ ଏହି ମହୋତ୍ସବରେ ସାମିଲ ହୋଇ ଏହାକୁ ଭବ୍ୟ କରିଛନ୍ତି। ଓଡ଼ିଶାରେ ଆଜି ଯେଉଁମାନେ ବାଲି ଯାତ୍ରାରେ ଏକାଠି ହୋଇଛନ୍ତି, ସେମାନଙ୍କ ଶରୀର ସେଠାରେ ଅଛି କିନ୍ତୁ ମନ ଏଠାରେ(ବାଲି) ରହିଛି ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ବାଲିରେ ଏକ ଅଲଗା ମାହୋଲ ରହିଛି ଏବଂ ଆମକୁ ଏହି ମାହୋଲ ଭିନ୍ନ ପ୍ରକାର ଶକ୍ତି ଦେଉଛି। ଆଜି ଆମେ ବାଲିର ପରମ୍ପରାର ଗୀତ ଗାଉଛୁ। ଭାରତର କଟକ ସହରରେ ମହାନଦୀ କୂଳରେ ବାଲିଯାତ୍ରା ଚାଲିଛି। ଓଡ଼ିଶାର ଲୋକମାନଙ୍କ ମନ ବାଲିରେ ରହିଛି। ତରଙ୍ଗ ଭଳି ଇଣ୍ଡୋନେସିଆ ସହ ଆମର ସମ୍ପର୍କ ରହିଛି ବୋଲି ମୀଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଇଣ୍ଡୋନେସିଆର ବାଲି ଆସିବା ପରେ ହିନ୍ଦୁସ୍ତାନୀଙ୍କୁ ଏକ ଅଲଗା ପ୍ରକାରର ଅନୁଭୂତି ମିଳିଥାଏ ଏବଂ ଭିନ୍ନ ପ୍ରକାରର ଅନୁଭବ ହୋଇଥାଏ। ମୁଁ ବି ସେହି କମ୍ପନ ଅନୁଭବ କରୁଛି ବୋଲି ମୋଦୀ କହିଛନ୍ତି।

15 Nov 2022 By The Sakala

https://www.thesakala.in/latest-odisha-news/pm-modi-greets-gathering-of-indians-in-bali-speaks-about-cuttack-balijatra/article-16581
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର