ପଦାରେ ପଡିଲା କେନ୍ଦ୍ର ସରକାରଙ୍କ ଚାଲ୍‌ବାଜି : କାଲି ଚାଷୀ ଚେତାଇଲେ, ଆଜି କେନ୍ଦ୍ର କୃଷି ମନ୍ତ୍ରୀ ଇନସ୍ୟୁରାନ୍ସ କମ୍ପାନୀକୁ ନିର୍ଦେଶ ଦେଲେ

The Sakala Picture
Published On

ଭୁବନେଶ୍ବର : ରାଜନୈତିକ ସୁଆଙ୍ଗରେ ଧୂରନ୍ଧର କେନ୍ଦ୍ରର ବିଜେପି ସରକାରଙ୍କ ସବୁ ଚାଲ୍‌ବାଜି ଆଜି ପଦାରେ ପଡିଛି। ‘ପ୍ରଧାନମନ୍ତ୍ରୀ ଫସଲ ବୀମା’ ଯୋଜନାରେ ଚାଷୀଙ୍କୁ ଭୁଆଁ ବୁଲାଇଥିବା ବିଜେପିକୁ ଗତକାଲି ବରଗଡ ପଦ୍ମପୁରରେ ଚାଷୀମାନେ ଚେତାଇବା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୀମା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିବା ପରେ ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। […]

ଭୁବନେଶ୍ବର : ରାଜନୈତିକ ସୁଆଙ୍ଗରେ ଧୂରନ୍ଧର କେନ୍ଦ୍ରର ବିଜେପି ସରକାରଙ୍କ ସବୁ ଚାଲ୍‌ବାଜି ଆଜି ପଦାରେ ପଡିଛି। ‘ପ୍ରଧାନମନ୍ତ୍ରୀ ଫସଲ ବୀମା’ ଯୋଜନାରେ ଚାଷୀଙ୍କୁ ଭୁଆଁ ବୁଲାଇଥିବା ବିଜେପିକୁ ଗତକାଲି ବରଗଡ ପଦ୍ମପୁରରେ ଚାଷୀମାନେ ଚେତାଇବା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୀମା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିବା ପରେ ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟରୁ ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ମିଳିନଥିବା ସ୍ପଷ୍ଟ ହୋଇଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପରେ ଏବେ କେନ୍ଦ୍ର ସରକାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସାଂସଦ ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟର ସାଂସଦ ଓ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ମଧ୍ୟ କନ୍ଦ୍ରେ କୃଷିମନ୍ତ୍ରୀଙ୍କୁ ଭେଟି ଦାବି କରିସାରିଥିଲେ। ହେଲେ କେନ୍ଦ୍ର ସରକାର ଚାଲବାଜି କରୁଥିଲେ। କାଲି ବରଗଡ ପଦ୍ମପୁରରେ ଚାଷୀମାନେ ଭୋଟ ପୁର୍ବରୁ ଚେତାଇବା ପରେ ଆଜି କେନ୍ଦ୍ର ସରକାରଙ୍କ ହେତୁ ପସିଛି। ଆଉ ଏହାପରେ ଯାଇ ଘୋଷଣା କରିଛନ୍ତି।  ଗତ ଅଗଷ୍ଟ ୨୯ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ନଭେମ୍ବର ୯ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନୂଆଦିଲ୍ଲୀଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ହେଲେ କେନ୍ଦ୍ର ସରକାରଙ୍କ ମୁଣ୍ଡରେ ବୁଦ୍ଧି ପଶିନଥିଲା। ସେହିପରି ଫସଲ ବୀମା କେନ୍ଦ୍ର ସରକାର ମଂଜୁର କରନ୍ତି, ବୀମା କମ୍ପାନୀ ଚାଷୀଙ୍କୁ ଏହି ରାଶି ପ୍ରଦାନ କରେ । ଏଥିରେ ରାଜ୍ୟର କୌଣସି ଭୂମିକା ନାହିଁ ବୋଲି ମଧ୍ୟ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ ଏପ୍ରିଲ ୨୦୧୬ ରୁ ୧୪ ଡିସେମ୍ବର ୨୦୨୦ ମଧ୍ୟରେ ବେସରକାରୀ ବୀମା କମ୍ପାନୀମାନେ କୃଷକମାନଙ୍କଠାରୁ ବୀମା ପ୍ରିମିୟମ୍‍ ହିସାବରେ ୧,୨୬, ୫୨୧ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ବଦଳରେ କମ୍ପାନୀଗୁଡ଼ିକ କ୍ଷତିପୂରଣ ବାବଦରେ ଚାଷୀଙ୍କୁ ପ୍ରଦାନ କରିଛନ୍ତି ମାତ୍ର ୮୭,୩୨୦ କୋଟି ଟଙ୍କା। ଅର୍ଥାତ୍‍ କମ୍ପାନୀଗୁଡିକ ୬୯ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ଫସଲ ନଷ୍ଟ ପାଇଁ କୃଷକମାନେ ଏହି ସମୟରେ ବୀମା କମ୍ପାନୀଗୁଡ଼ିକ ଠାରୁ ୯୨,୯୫୪ କୋଟି ଟଙ୍କା ଦାବି କରିଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୮୭,୩୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ବର୍ଷଗୁଡିକରେ କେବଳ ୯.୧୫ କୋଟି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ଏବଂ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଷୀଙ୍କୁ ୫୯୨୪ କୋଟି ଟଙ୍କାର ବୀମା ରାଶି ଦାବି କମ୍ପାନୀଗୁଡ଼ିକ ପ୍ରଦାନ କରିନାହାନ୍ତି। ଏହାମଧ୍ୟରୁ ଓଡ଼ିଶାର ଚାଷୀମାନେ ପ୍ରାୟ ୫୦୦ କୋଟି ଟଙ୍କା ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି।ଫଳରେ ଏହି ଯୋଜନାର ଲାଭ କୃଷକମାନଙ୍କ ପାଇଁ କମ୍‍ ଏବଂ ଘରୋଇ ବୀମା କମ୍ପାନୀଗୁଡ଼ିକ ପାଇଁ ଅଧିକ ବୋଲି କୃଷକ ସଙ୍ଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। କର୍ପୋରେଟ ସଂସ୍ଥା ଓ ବ୍ୟବସାୟୀଙ୍କ ସ୍ୱାର୍ଥ ପ୍ରତି କେନ୍ଦ୍ର ସରକାର ଯେପରି ଆଗ୍ରହ ପ୍ରକାଶ କରୁଛନ୍ତି, ଚାଷୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସେପରି ଗୁରୁତ୍ୱ ଦେଉ ନାହାନ୍ତି।

ଲୋକସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟର ତଥ୍ୟ ଅନୁଯାୟୀ, ଘରୋଇ ବୀମା କମ୍ପାନୀଗୁଡିକ ୨୦୧୬ ରୁ ୨୦୨୦ ମଧ୍ୟରେ ହାରାହାରି ୩୧ ପ୍ରତିଶତ ଲାଭ କରିଛନ୍ତି। କିଛି କମ୍ପାନୀର ଲାଭ ୫୦ ରୁ ୬୦ ପ୍ରତିଶତ ଅତିକ୍ରମ କରିଛି। ରିଲାଏନ୍ସ-ଜିଆଇସି ଲିମିଟେଡ୍‍ ପ୍ରିମିୟମ୍‍ ଭାବରେ ଚାଷୀଙ୍କ ଠାରୁ ୬୧୫୦ କୋଟି ଟଙ୍କା ସଂଗ୍ରହ କରି କୃଷକମାନଙ୍କୁ ମାତ୍ର ୨୫୮୦ କୋଟି ଟଙ୍କା ପ୍ରଦାନ କରିଛି। ଏହି ସମୟ ମଧ୍ୟରେ ଜେନେରାଲ ଇଣ୍ଡିଆ ଇନ୍ସସ୍ୟୁରାନ୍ସ ପ୍ରାୟ ୬୨%, ଇଫକୋ ୫୨% ଏବଂ ଏଚଡ଼ିଏଫସି ଏଗ୍ରୋ ୩୨% ରୋଜଗାର କରିଛି। ବୀମା ଦାବିର ସମାଧାନ ପ୍ରକ୍ରିୟାକୁ ଶୀଘ୍ର ଏବଂ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆଭିମୁଖ୍ୟ ବୋଲି କୁହାଯାଉଛି। ମାତ୍ର ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଏପରିକି ପଦ୍ମପୁର ଉପଖଣ୍ଡର ଚାଷୀମାନେ ଏ ପର୍ଯ୍ୟନ୍ତ ବୀମାରାଶି ପାଇବାରେ ସଫଳ ହୋଇ ନାହାନ୍ତି। ପଶ୍ଚିମ ଓଡ଼ିଶା ଓ ବରଗଡ଼ ଜିଲ୍ଲାର ଚାଷୀ ବ୍ୟାଙ୍କ ଓ ବୀମା କମ୍ପାନୀ ଖେଳରେ ପେଣ୍ଡୁ ପରି କେବଳ ପଦାଘାତର ଶିକାର ହୋଇ ଚାଲିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ପଲିସୀ ବଣ୍ଡ ଦିଆଯାଉ ନାହିଁ।

ଅନ୍ୟପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ୫ ବର୍ଷ ହେଲା କେନ୍ଦ୍ର ସରକାର ଚାପି ରଖିଛନ୍ତି। ମାତ୍ର ଉପନିର୍ବାଚନ ସମୟରେ ଚାଷୀ ସ୍ୱାର୍ଥ ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାଏ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆନ୍ଦୋଳନରତ ଚାଷୀ ଏବଂ ସାମାଜିକ ସଂଗଠନର ଦାବିକୁ ସମ୍ମାନ ଦେଇ ଆମେ ନାମାଙ୍କନ ଦାଖଲ ନକରି ଫେରି ଆସିଲୁ ବୋଲି ଗତକାଲି ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କେନ୍ଦ୍ରମନ୍ତ୍ରୀ ମତକୁ ସ୍ଥାନୀୟ ଜନସାଧାରଣ ମାନିବାକୁ ନାରାଜ। ବିଜେପିର କେନ୍ଦ୍ରମନ୍ତ୍ରୀ ଏହି ସମସ୍ୟା ଦିଲ୍ଲୀରେ ସମାଧାନ କରିବାରେ କାହିଁକି ପ୍ରୟାସ କଲେ ନାହିଁଁ ବୋଲି ପଦ୍ମପୁରର ଚାଷୀ ପ୍ରଶ୍ନ କରିଥିଲେ। ତେବେ ଆଗକୁ ନିର୍ବାଚନ ଥିବାରୁ  ବିଜେପିର କେନ୍ଦ୍ରମନ୍ତ୍ରୀଙ୍କର ହେତୁ ପଶିଲା । ତାହା ପରେ ସେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କଲେ । ଯାହା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

15 Nov 2022 By The Sakala

https://www.thesakala.in/latest-odisha-news/the-central-governments-sleep-broke-for-the-padmapur-bypoll/article-16579
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର