ଏମ୍ସ ହସ୍ପିଟାଲରେ ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କଲା ପୁଲିସ

The Sakala Picture
Published On

ଭୁବନେଶ୍ୱର: ଏମ୍ସରୁ ଗିରଫ ହେଲେ ଟିକେଟ ଦଲାଲ । ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ । ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ ଏହି ଦଲାଲମାନେ । ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଏମାନେ ଟଙ୍କା ନେଉଥିଲେ । ଟିକେଟ, ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ସେମାନଙ୍କୁ […]

ଭୁବନେଶ୍ୱର: ଏମ୍ସରୁ ଗିରଫ ହେଲେ ଟିକେଟ ଦଲାଲ । ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ । ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ ଏହି ଦଲାଲମାନେ । ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଏମାନେ ଟଙ୍କା ନେଉଥିଲେ । ଟିକେଟ, ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ସେମାନଙ୍କୁ ଲୁଟୁଥିଲେ । ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ବେ ସେମାନେ ହନ୍ତସନ୍ତ ହେଉଥିଲେ। ଦଲାଲ ମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ ୪ରୁ ୫ ହଜାର ଟଙ୍କାରେ ବିକୁଥିଲେ ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ଏନେଇ ଖଣ୍ଡଗିରି ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଆଜି ଚଢ଼ାଉ କରି ୧୨ ଜଣକୁ ଗିରଫ କରିଛି ପୁଲିସ । ଘଟଣାରେ ଧରପଗଡ଼ ଜାରି ରହିଥିବା ବେଳେ, ଆଗକୁ ଦଲାଲଙ୍କ ସଂଖ୍ୟା ବଢିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି I

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

04 Nov 2022 By The Sakala

ଏମ୍ସ ହସ୍ପିଟାଲରେ ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର: ଏମ୍ସରୁ ଗିରଫ ହେଲେ ଟିକେଟ ଦଲାଲ । ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ । ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ ଏହି ଦଲାଲମାନେ । ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଏମାନେ ଟଙ୍କା ନେଉଥିଲେ । ଟିକେଟ, ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ସେମାନଙ୍କୁ ଲୁଟୁଥିଲେ । ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ବେ ସେମାନେ ହନ୍ତସନ୍ତ ହେଉଥିଲେ। ଦଲାଲ ମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ ୪ରୁ ୫ ହଜାର ଟଙ୍କାରେ ବିକୁଥିଲେ ।

ଏନେଇ ଖଣ୍ଡଗିରି ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଆଜି ଚଢ଼ାଉ କରି ୧୨ ଜଣକୁ ଗିରଫ କରିଛି ପୁଲିସ । ଘଟଣାରେ ଧରପଗଡ଼ ଜାରି ରହିଥିବା ବେଳେ, ଆଗକୁ ଦଲାଲଙ୍କ ସଂଖ୍ୟା ବଢିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି I

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର