ଇଡି ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ: ଯଦି ମୁଁ ଦୋଷୀ ତେବେ ଗିରଫ କରି ଦେଖାଅ- ହେମନ୍ତ ସୋରେନ

The Sakala Picture
Published On

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଶୟ ମୁହାଁମୁହିଁ  ହୋଇଛନ୍ତି। ଇଡିରୁ ନୋଟିସ ଆସିବା ସ୍ୱତେ କାର୍ଯ୍ୟାଳୟରେ ହାଜର ହେଉ ନାହାଁନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବେଆଇନ୍‌ ଖଣି ଖନନ ମାମଲାରେ ଝାଡଖଣ୍ଡରେ ଇଡିର ଖୋଲତାଡ ଜାରି ରହିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ହାଜର ହେବା ପାଇଁ ନୋଟିସ ହେବାପରେ ରାଜନୀତି ଜୋର ଧରିଛି । ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏକ ପ୍ରତିବାଦ କାର୍ଯ୍ୟକ୍ରମ କରିଛି […]

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଶୟ ମୁହାଁମୁହିଁ  ହୋଇଛନ୍ତି। ଇଡିରୁ ନୋଟିସ ଆସିବା ସ୍ୱତେ କାର୍ଯ୍ୟାଳୟରେ ହାଜର ହେଉ ନାହାଁନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବେଆଇନ୍‌ ଖଣି ଖନନ ମାମଲାରେ ଝାଡଖଣ୍ଡରେ ଇଡିର ଖୋଲତାଡ ଜାରି ରହିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ହାଜର ହେବା ପାଇଁ ନୋଟିସ ହେବାପରେ ରାଜନୀତି ଜୋର ଧରିଛି । ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏକ ପ୍ରତିବାଦ କାର୍ଯ୍ୟକ୍ରମ କରିଛି । ଯେଉଁଥିରେ ସାମିଲ ହୋଇଥିଲେ ହେମନ୍ତ ସୋରେନ । ଇଡିକୁ ଟାର୍ଗେଟ କରି ସୋରେନ କହିଥିଲେ, ଯାହା କରିବାର ଅଛି କର । କିନ୍ତୁ ମୁଁ ହାଜର ହେବାର ପ୍ରଶ୍ନ ଉଠୁନାହିଁ । ଯଦି ମୁଁ ଦୋଷୀ ତେବେ ଆସ, ମୋତେ ଆରେଷ୍ଟ କର ବୋଲି ଖୁଲମଖୋଲା କହିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

କାର୍ଯ୍ୟକ୍ରମରେ ଯୋଗଦେଇ ସୋରେନ ଆହୁରୁ ମଧ୍ୟ କହିଥିଲେ ଯେ, ଝାଡଖଣ୍ଡ ଆଦିବାସୀ କେବେ ବି ବାହାର ନେତାଙ୍କୁ ଗ୍ରହଣ କରିବେ ନାହିଁ । ଆଦିବାସୀଙ୍କ ପରମ୍ପରା ଉପରେ ପ୍ରଭାବ ପକାଉଥିବା ଲୋକଙ୍କ ସ୍ଥାନ ଏଠି କଦାପି ନାହିଁ । ବାହାର ରାଜ୍ୟରୁ ଆସିଥିବା ଲୋକଙ୍କ ମନ୍ଦ ଉଦ୍ଦେଶ୍ୟ ଏଠି ଚଳିବ ନାହିଁ । ଆଗକୁ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅଛି । ଝାଡଖଣ୍ଡର ସାଧାରଣ ଜନତା ଏହାର ସଠିକ ଜବାବ ଦେବେ ବୋଲି କହିଛନ୍ତି ହେମନ୍ତ ସୋରେନ ।  ଯଦି ସାହାସ ଅଛି ଆସିକି ଆରେଷ୍ଟ କରିନିଅ । ଯଦି ମୁଁ ଦୋଶୀ ତେବେ ଆଦିବାସୀଙ୍କ କାର୍ଯ୍ୟକ୍ରମରୁ ମୋତେ ଗିରଫ କରିନିଅ ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ମୁଖ୍ୟ ହେମନ୍ତ ସୋରେନ ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

03 Nov 2022 By The Sakala

ଇଡି ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ: ଯଦି ମୁଁ ଦୋଷୀ ତେବେ ଗିରଫ କରି ଦେଖାଅ- ହେମନ୍ତ ସୋରେନ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଶୟ ମୁହାଁମୁହିଁ  ହୋଇଛନ୍ତି। ଇଡିରୁ ନୋଟିସ ଆସିବା ସ୍ୱତେ କାର୍ଯ୍ୟାଳୟରେ ହାଜର ହେଉ ନାହାଁନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବେଆଇନ୍‌ ଖଣି ଖନନ ମାମଲାରେ ଝାଡଖଣ୍ଡରେ ଇଡିର ଖୋଲତାଡ ଜାରି ରହିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ହାଜର ହେବା ପାଇଁ ନୋଟିସ ହେବାପରେ ରାଜନୀତି ଜୋର ଧରିଛି । ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଏକ ପ୍ରତିବାଦ କାର୍ଯ୍ୟକ୍ରମ କରିଛି । ଯେଉଁଥିରେ ସାମିଲ ହୋଇଥିଲେ ହେମନ୍ତ ସୋରେନ । ଇଡିକୁ ଟାର୍ଗେଟ କରି ସୋରେନ କହିଥିଲେ, ଯାହା କରିବାର ଅଛି କର । କିନ୍ତୁ ମୁଁ ହାଜର ହେବାର ପ୍ରଶ୍ନ ଉଠୁନାହିଁ । ଯଦି ମୁଁ ଦୋଷୀ ତେବେ ଆସ, ମୋତେ ଆରେଷ୍ଟ କର ବୋଲି ଖୁଲମଖୋଲା କହିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

କାର୍ଯ୍ୟକ୍ରମରେ ଯୋଗଦେଇ ସୋରେନ ଆହୁରୁ ମଧ୍ୟ କହିଥିଲେ ଯେ, ଝାଡଖଣ୍ଡ ଆଦିବାସୀ କେବେ ବି ବାହାର ନେତାଙ୍କୁ ଗ୍ରହଣ କରିବେ ନାହିଁ । ଆଦିବାସୀଙ୍କ ପରମ୍ପରା ଉପରେ ପ୍ରଭାବ ପକାଉଥିବା ଲୋକଙ୍କ ସ୍ଥାନ ଏଠି କଦାପି ନାହିଁ । ବାହାର ରାଜ୍ୟରୁ ଆସିଥିବା ଲୋକଙ୍କ ମନ୍ଦ ଉଦ୍ଦେଶ୍ୟ ଏଠି ଚଳିବ ନାହିଁ । ଆଗକୁ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅଛି । ଝାଡଖଣ୍ଡର ସାଧାରଣ ଜନତା ଏହାର ସଠିକ ଜବାବ ଦେବେ ବୋଲି କହିଛନ୍ତି ହେମନ୍ତ ସୋରେନ ।  ଯଦି ସାହାସ ଅଛି ଆସିକି ଆରେଷ୍ଟ କରିନିଅ । ଯଦି ମୁଁ ଦୋଶୀ ତେବେ ଆଦିବାସୀଙ୍କ କାର୍ଯ୍ୟକ୍ରମରୁ ମୋତେ ଗିରଫ କରିନିଅ ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ମୁଖ୍ୟ ହେମନ୍ତ ସୋରେନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର