ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାଜଶାସ୍ତ୍ର ବିଭାଗ ପକ୍ଷରୁ ଜାତୀୟ ଆଲୋଚନା ଚକ୍ର 

The Sakala Picture
Published On

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜ ଶାସ୍ତ୍ର ବିଭାଗ ଏବଂ ଭାରତୀୟ ବାଣିଜ୍ୟ ପ୍ରତିଷ୍ଠାନର ମିଳିତ ସହଯୋଗରେ ସମାଜ ବିଜ୍ଞାନର ଗବେଷଣା କ୍ଷେତ୍ର, କ୍ଷେତ୍ର ତଥ୍ୟ ସଂଗ୍ରହ ଏବଂ କ୍ଷେତ୍ର ଗବେଷକ ଦୃଷ୍ଟିକୋଣରୁ ଶିକ୍ଷଦାନ ଏବଂ ଗବେଷଣା ଶୀର୍ଷକରେ ଏକ ଜାତୀୟ ଆଲୋଚନାଚକ୍ର କଟକସ୍ଥିତ ହୋଟେଲ ଦ୍ଵାରକାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଲକାତା ସ୍ଥିତ ବାଣିଜ୍ୟ ପ୍ରତିଷ୍ଠାନର ପ୍ରଫେସର ଦିବ୍ୟାନ୍ଦୁ ନନ୍ଦୀ ଏବଂ ଡକ୍ଟର ଅନିର୍ବାଣ ମଣ୍ଡଳ ,ଇଗ୍ନୌ ଆଞ୍ଚଳିକ କେନ୍ଦ୍ରର ଉପ ନିର୍ଦ୍ଦେଶକ ଡକ୍ଟର ବିମଳ ଚନ୍ଦ୍ର […]

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜ ଶାସ୍ତ୍ର ବିଭାଗ ଏବଂ ଭାରତୀୟ ବାଣିଜ୍ୟ ପ୍ରତିଷ୍ଠାନର ମିଳିତ ସହଯୋଗରେ ସମାଜ ବିଜ୍ଞାନର ଗବେଷଣା କ୍ଷେତ୍ର, କ୍ଷେତ୍ର ତଥ୍ୟ ସଂଗ୍ରହ ଏବଂ କ୍ଷେତ୍ର ଗବେଷକ ଦୃଷ୍ଟିକୋଣରୁ ଶିକ୍ଷଦାନ ଏବଂ ଗବେଷଣା ଶୀର୍ଷକରେ ଏକ ଜାତୀୟ ଆଲୋଚନାଚକ୍ର କଟକସ୍ଥିତ ହୋଟେଲ ଦ୍ଵାରକାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଲକାତା ସ୍ଥିତ ବାଣିଜ୍ୟ ପ୍ରତିଷ୍ଠାନର ପ୍ରଫେସର ଦିବ୍ୟାନ୍ଦୁ ନନ୍ଦୀ ଏବଂ ଡକ୍ଟର ଅନିର୍ବାଣ ମଣ୍ଡଳ ,ଇଗ୍ନୌ ଆଞ୍ଚଳିକ କେନ୍ଦ୍ରର ଉପ ନିର୍ଦ୍ଦେଶକ ଡକ୍ଟର ବିମଳ ଚନ୍ଦ୍ର ନନ୍ଦ ଏବଂ ସମାଜଶାସ୍ତ୍ରର ବିଭାଗୀୟ ମୁଖ୍ୟ ପ୍ରଫେସର ବିକ୍ରମ କେଶରୀ ମିଶ୍ର ଯୋଗ ଦେଇ ଶୀର୍ଷକ ଆଧାରରେ ତଥ୍ୟ ସମ୍ବଳିତ ଅଭିଭାଷଣ ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଗବେଷକ ମାନେ ମାନବାଧିକାର,ଗୋପନୀୟତା, ତଥ୍ୟର ସତ୍ୟତା ଏବଂ ମୌଳିକ ମାନବୀୟ ମୂଲ୍ୟବୋଧ ଯତ୍ନବାନ୍ ହେବା ଆବଶ୍ୟକ। ଗବେଷଣା ନିମିତ୍ତ ବ୍ୟବହୃତ ସମସ୍ତ ପଦ୍ଧତି, ନମୂନା, ଅବଧାରଣା ଏବଂ କୌଶଳ କ୍ଷେତ୍ର ଉପଯୋଗୀ ହେବା ଉଚିତ ଅନ୍ୟଥା ଲୁପ୍ତ ତଥ୍ୟ ଓ ଗୁଢ ତତ୍ତ୍ୱର ପରିପ୍ରକାଶ ସମ୍ଭବ ନୁହେଁ | ଏହି ଆଲୋଚନାଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଏବଂ ଗବେଷିକା ଯୋଗ ଦେଇଥିଲେ ।ବିଭାଗର ଅଧ୍ୟାପିକା ଡକ୍ଟର ମନୋସ୍ମିତା ମହାପାତ୍ର, ଡକ୍ଟର ରୋଶିନା ୟୁସୁଫି, ଡକ୍ଟର ଲୁସି ମିଶ୍ର ଅଧ୍ୟାପକ ଡକ୍ଟର ଜ୍ଞାନ ରଞ୍ଜନ ପୃଷ୍ଟି, ସାଗରଜିତ ଭଟ୍ଟାଚାର୍ଯ୍ୟ, ଗବେଷିକା ସିଲନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସମାଜ ଶାସ୍ତ୍ର ସ୍ନାତକ ଦ୍ଵିତୀୟ ବର୍ଷର ଛାତ୍ର ରୋହିତ କୁମାର ଦାସ, ତୃତୀୟ ବର୍ଷର ଛାତ୍ର ୟଶ୍ ଶର୍ମା ଏବଂ ଭାରତୀୟ ବାଣିଜ୍ୟ ପ୍ରତିଷ୍ଠାନର ପ୍ରତିନିଧି ଶ୍ରୀଯୁକ୍ତ ଆଶୁତୋଷ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର