ରିଲାଏନ୍ସ ଜିଓର ଦ୍ୱିତୀୟ ତ୍ରୈମାସିକ ନେଟ୍ ଲାଭ ୨୮ ପ୍ରତିଶତ ବୃଦ୍ଧି ପାଇ ୪,୫୧୮ କୋଟି ଟଙ୍କା

The Sakala Picture
Published On

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍ ଲାଭ କରିଛି । ବାର୍ଷିକ ଭିତିରେ କଂପାନିର ନେଟ୍ ଲାଭ ୨୮% ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ନେଟ୍ ଲାଭ ୩୫୨୮ କୋଟି ଟଙ୍କା ଥିଲା । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ପରିଚାଳନାଗତ ରାଜସ୍ୱ ୨୦.୨ ପ୍ରତିଶତ ବୃଦ୍ଧି ୨୨,୫୨୧ କୋଟି […]

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍ ଲାଭ କରିଛି । ବାର୍ଷିକ ଭିତିରେ କଂପାନିର ନେଟ୍ ଲାଭ ୨୮% ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ନେଟ୍ ଲାଭ ୩୫୨୮ କୋଟି ଟଙ୍କା ଥିଲା ।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ପରିଚାଳନାଗତ ରାଜସ୍ୱ ୨୦.୨ ପ୍ରତିଶତ ବୃଦ୍ଧି ୨୨,୫୨୧ କୋଟି ଟଙ୍କା ହୋଇଛି । ବର୍ଷକ ପୂର୍ବରୁ ଏହି ସମୟରେ ପରିଚାଳନାଗତ ରାଜସ୍ୱ ପରିମାଣ ୧୮,୭୩୫ କୋଟି ଟଙ୍କା ଥିଲା ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ଟ୍ରାଫିକ୍ ଗତବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୨.୭ ପ୍ରତିଶତ ବୃଦ୍ଧି ପାଇ ୨୮.୨ ବିଲିଅନ ଜିବିରେ ପହଂଚିଛି । ସେହିଭଳି, ଗ୍ରାହକ ପିଛା ମାସିକ ରାଜସ୍ୱ ୧୭୭.୨ ଟଙ୍କାକୁ ବୃଦ୍ଧି ପାଇଛି । ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ଜିଓର ଗ୍ରାହକ ସଂଖ୍ୟା ୪୨.୭୬ କୋଟି ରହିଛି ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଦେଶରେ ବଡ଼ ଧରଣର ୫ଜି ମୂତୟନ ଜାରି ରଖିଛି ଯାହା ଭାରତରେ ହାଇ ସ୍ପିଡ୍ ଇଟଂରନେଟ୍‌ର ଏକ ନୂଆ ଯୁଗ ଆରମ୍ଭ କରିବ । ଚଳିତ ମାସରେ ଜିଓ ପକ୍ଷରୁ ଦେଶର ଚାରିଟି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଅକ୍ଟୋବର ୪ ତାରିଖରେ କିଛି ନିର୍ଦିଷ୍ଟ ଗ୍ରାହକଙ୍କୁ ନେଇ ୫ଜି ସେବାର ବିଟା ପରୀକ୍ଷଣ ଆରମ୍ଭ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର