ରାୟପୁର ଓ କୋଲକାତାରେ ପରବର୍ତ୍ତୀ ଇନଭେଷ୍ଟର୍ସ ମିଟ୍, ଆସିବ ଆହୁରି ଅଧିକ ପୁଞ୍ଜି

The Sakala Picture
Published On

ଭୁବନେଶ୍ବର: ଦୁବାଇରୁ ଆରମ୍ଭ ହୋଇ ହାଇଦ୍ରାବାଦରେ ସରିଛି ଇନଭେଷ୍ଟର୍ସ ମିଟ୍ । ଆଗକୁ ରାୟପୁର ଓ କୋଲକାତାରେ ହେବ ଇନଭେଷ୍ଟର୍ସ ମିଟ୍ । ଅକ୍ଟୋବର ୨୭ରୁ ୨୯ ଯାଏଁ ରାୟପୁରରେ, ନଭେମ୍ବର ୪ରୁ ୬ ଯାଏଁ କୋଲକାତାରେ ହେବ ନିବେଶକ ସମ୍ମିଳନୀ। ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ସେ କହିଛନ୍ତି, ‘ଦୁଇବାରୁ ଆରମ୍ଭ ହୋଇ ହାଇଦ୍ରାବାଦରେ ସରିଥିବା ସମସ୍ତ ନିବେଶକ ସମ୍ମିଳନୀରେ ଜବରଦସ୍ତ ରେସପନ୍ସ ମିଳିଛି । ଓଡ଼ିଶା ଆସି ପୁଞ୍ଜି […]

ଭୁବନେଶ୍ବର: ଦୁବାଇରୁ ଆରମ୍ଭ ହୋଇ ହାଇଦ୍ରାବାଦରେ ସରିଛି ଇନଭେଷ୍ଟର୍ସ ମିଟ୍ । ଆଗକୁ ରାୟପୁର ଓ କୋଲକାତାରେ ହେବ ଇନଭେଷ୍ଟର୍ସ ମିଟ୍ । ଅକ୍ଟୋବର ୨୭ରୁ ୨୯ ଯାଏଁ ରାୟପୁରରେ, ନଭେମ୍ବର ୪ରୁ ୬ ଯାଏଁ କୋଲକାତାରେ ହେବ ନିବେଶକ ସମ୍ମିଳନୀ। ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ସେ କହିଛନ୍ତି, ‘ଦୁଇବାରୁ ଆରମ୍ଭ ହୋଇ ହାଇଦ୍ରାବାଦରେ ସରିଥିବା ସମସ୍ତ ନିବେଶକ ସମ୍ମିଳନୀରେ ଜବରଦସ୍ତ ରେସପନ୍ସ ମିଳିଛି । ଓଡ଼ିଶା ଆସି ପୁଞ୍ଜି ନିବେଶ କରିବାକୁ ପୁଞ୍ଜିପତିମାନେ ଆଗ୍ରହ ଦେଖାଇଛନ୍ତି । ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରେ ୩୭ ଜଣ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିବେଶ ସମ୍ମିଳନୀରେ ୪୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ।’

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ସେ ଆହୁରି କହିଛନ୍ତି, ‘ହାଇଦ୍ରାବାଦରେ ଆଇଟି, ଲଜିଷ୍ଟିକ, ଫାର୍ମା, ହସ୍ପିଟାଲ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଲାଗି ପ୍ରତିଶ୍ରୁତି ମିଳିଛି । ୨୦୧୮ ଅପେକ୍ଷା ୨୦୨୨ରେ ଅଧିକ ପୁଞ୍ଜି ଆସିବା ନେଇ ଆଶା କରାଯାଉଛି । ମେକ ଇନ ଓଡିଶାର ଦ୍ଵିତୀୟ ସଂସ୍କରଣରେ ୪ ଲକ୍ଷ ୨୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ନଭେମ୍ବର ୩୦ରେ ହେବାକୁ ଥିବା ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣରେ ଆହୁରି ଅଧିକ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ।’

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

19 Oct 2022 By The Sakala

ରାୟପୁର ଓ କୋଲକାତାରେ ପରବର୍ତ୍ତୀ ଇନଭେଷ୍ଟର୍ସ ମିଟ୍, ଆସିବ ଆହୁରି ଅଧିକ ପୁଞ୍ଜି

ଭୁବନେଶ୍ବର: ଦୁବାଇରୁ ଆରମ୍ଭ ହୋଇ ହାଇଦ୍ରାବାଦରେ ସରିଛି ଇନଭେଷ୍ଟର୍ସ ମିଟ୍ । ଆଗକୁ ରାୟପୁର ଓ କୋଲକାତାରେ ହେବ ଇନଭେଷ୍ଟର୍ସ ମିଟ୍ । ଅକ୍ଟୋବର ୨୭ରୁ ୨୯ ଯାଏଁ ରାୟପୁରରେ, ନଭେମ୍ବର ୪ରୁ ୬ ଯାଏଁ କୋଲକାତାରେ ହେବ ନିବେଶକ ସମ୍ମିଳନୀ। ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ।

ସେ କହିଛନ୍ତି, ‘ଦୁଇବାରୁ ଆରମ୍ଭ ହୋଇ ହାଇଦ୍ରାବାଦରେ ସରିଥିବା ସମସ୍ତ ନିବେଶକ ସମ୍ମିଳନୀରେ ଜବରଦସ୍ତ ରେସପନ୍ସ ମିଳିଛି । ଓଡ଼ିଶା ଆସି ପୁଞ୍ଜି ନିବେଶ କରିବାକୁ ପୁଞ୍ଜିପତିମାନେ ଆଗ୍ରହ ଦେଖାଇଛନ୍ତି । ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରେ ୩୭ ଜଣ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିବେଶ ସମ୍ମିଳନୀରେ ୪୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ।’

ସେ ଆହୁରି କହିଛନ୍ତି, ‘ହାଇଦ୍ରାବାଦରେ ଆଇଟି, ଲଜିଷ୍ଟିକ, ଫାର୍ମା, ହସ୍ପିଟାଲ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଲାଗି ପ୍ରତିଶ୍ରୁତି ମିଳିଛି । ୨୦୧୮ ଅପେକ୍ଷା ୨୦୨୨ରେ ଅଧିକ ପୁଞ୍ଜି ଆସିବା ନେଇ ଆଶା କରାଯାଉଛି । ମେକ ଇନ ଓଡିଶାର ଦ୍ଵିତୀୟ ସଂସ୍କରଣରେ ୪ ଲକ୍ଷ ୨୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ନଭେମ୍ବର ୩୦ରେ ହେବାକୁ ଥିବା ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣରେ ଆହୁରି ଅଧିକ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ।’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର