ଜଗା ଦର୍ଶନରେ କରୋନା କଟକଣା : ରାଜ୍ୟ ବାହାରଭକ୍ତଙ୍କ ପାଇଁ ଆରଟି-ପିସିଆର୍‌ ରିପୋର୍ଟ ବାଧ୍ୟତାମୂଳକ

The Sakala Picture
Published On

ପୁରୀ : କରୋନା ପାଇଁ ଜଗା ଦର୍ଶନରେ ଲାଗିଛି କଟକଣା। ଏଣିକି ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଆସନ୍ତା ୨୪ ତାରିଖ ଠାରୁ ଏହି କଟକଣା ଲାଗୁ କରାଯିବ। ଏନେଇ ଆଜି ବସିଥିବା  ଛତିଷାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ରାଜ୍ୟ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ଆରଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏଥି ସହିତ […]

ପୁରୀ : କରୋନା ପାଇଁ ଜଗା ଦର୍ଶନରେ ଲାଗିଛି କଟକଣା। ଏଣିକି ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଆସନ୍ତା ୨୪ ତାରିଖ ଠାରୁ ଏହି କଟକଣା ଲାଗୁ କରାଯିବ। ଏନେଇ ଆଜି ବସିଥିବା  ଛତିଷାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସେହିପରି ରାଜ୍ୟ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ଆରଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏଥି ସହିତ ରାଜ୍ୟ ବାହାରର ଭକ୍ତଙ୍କ ଯଦି ଟିକାର ଦୁଇଟି ଡୋଜ୍‌ ନେଇଥିବେ ତେବେ ସେହି ପ୍ରମାଣପତ୍ର ବାଧ୍ଯତାମୂଳକ କରାଯାଇଛି। ରାଜ୍ୟ ବାହାରର ଭକ୍ତଙ୍କ ୭ଦିନ ମଧ୍ୟରେ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ହେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ସେପଟେ ସାନିଟାଇଜର ଓ ମାସ୍କ ବ୍ଯବହାର ଉପରେ କଡା କଟକଣା ଜାରୀ। ଭିତରକାଠ ଦର୍ଶନ ବନ୍ଦ। ବାହାର କାଠ ନିକଟରୁ ହେବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ନେଇ ଗଠନ ହେବ ତିନୋଟି ଟିମ୍। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ତିନୋଟି ଟିମ୍ ମିଳିତ ଭାବେ ଏନଫୋର୍ସମେଣ୍ଟ କରିବେ। ସପ୍ତାହରେ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଏହି ସମୟରେ ଶ୍ରୀମନ୍ଦିର ଭିତରବେଢା, ସ୍ୱତନ୍ତ୍ର ବ୍ଯାରିକେଡ, ବଡଦାଣ୍ଡ ଆଦି ସାନିଟାଇଜେସନ କରାଯିବ। ଆଗାମୀ ୨୪ ତାରିଖ ଶନିବାର ଠାରୁ ସପ୍ତାହରେ ଦୁଇଦିନ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଛତିଷାନିଯୋଗ ବୈଠକରେ ନିସ୍ପତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର