ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ: ଆଜି ପେଟ୍‍ସିଟି, ଆଇପିଡି, ଆଇସିୟୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

କଟକ: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ପରିସରସ୍ଥ ଲିନାକ କୋଠାରେ ଥିବା ପେଟ୍‍ ସିଟି ସ୍କାନ୍‍ ମେସିନ୍‍, ନୂତନ ଆଇପିଡି ଏବଂ ଆଇସିୟୁ ଗୃହର ଗୁରୁବାର ଲୋକାର୍ପଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ସମୟରେ ଭର୍ଚୁଆଲ ପ୍ଲାଟ୍‍ଫର୍ମରେ ଯୋଗଦେଇ ନୂତନ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରିବେ। ଏହି ଲୋକାର୍ପଣ ପରେ ୨୦ଟି ନୂତନ ଆଇସିୟୁ ଶଯ୍ୟା ଉପଲବ୍ଧ ହେବା ସହିତ ପ୍ରତିଷ୍ଠାନରେ ଶଯ୍ୟା ସଂଖ୍ୟା ୫୦୭ ଛୁଇଁବ। କର୍କଟ ରୋଗ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର […]

କଟକ: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ପରିସରସ୍ଥ ଲିନାକ କୋଠାରେ ଥିବା ପେଟ୍‍ ସିଟି ସ୍କାନ୍‍ ମେସିନ୍‍, ନୂତନ ଆଇପିଡି ଏବଂ ଆଇସିୟୁ ଗୃହର ଗୁରୁବାର ଲୋକାର୍ପଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ସମୟରେ ଭର୍ଚୁଆଲ ପ୍ଲାଟ୍‍ଫର୍ମରେ ଯୋଗଦେଇ ନୂତନ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରିବେ। ଏହି ଲୋକାର୍ପଣ ପରେ ୨୦ଟି ନୂତନ ଆଇସିୟୁ ଶଯ୍ୟା ଉପଲବ୍ଧ ହେବା ସହିତ ପ୍ରତିଷ୍ଠାନରେ ଶଯ୍ୟା ସଂଖ୍ୟା ୫୦୭ ଛୁଇଁବ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

କର୍କଟ ରୋଗ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ପୂର୍ବ ଭାରତର ସର୍ବବୃହତ୍‍ ସରକାରୀ ଚିକିତ୍ସାଳୟ। ଏଠାରେ ଦୁଇଟି ଲିନାକ୍‍ ମେସିନ୍‍ ସ୍ଥାପନ ହେବା ପରେ ବିକିରଣ ଚିକିତ୍ସା କ୍ଷେତ୍ରରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଜି+୬ ମହଲା ବିଶିଷ୍ଟ ‘ଲିନାକ୍‍ କୋଠା’ର ତଳ ମହଲାରେ ଅତ୍ୟାଧୁନିକ ବିକିରଣ ପଦ୍ଧତିରେ ଲିନିୟର ଆକ୍ସିଲିରେଟର ଚିକିତ୍ସା(ଲିନାକ୍‍) ସେବା ମିଳୁଛି। ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ସମ୍ପୂର୍ଣ୍ଣ ଲିନାକ୍‍ କୋଠା ନିର୍ମାଣ ହୋଇଛି। ତେବେ ୨୦୧୯ରେ କୋଠାର ଉପର ମହଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା କୋଠା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୂର୍ତ୍ତ ବିଭାଗ ଆକଳନ କରିଥିଲା। ମାତ୍ର କୋଭିଡ୍‍ କଟକଣା ଯୋଗୁଁ ନିର୍ମାଣ କାର୍ଯ୍ୟରେ ବାଧାପ୍ରାପ୍ତ ଘଟିଥିଲା। ଏବେ କାର୍ଯ୍ୟ ଶେଷ ହୋଇଥିବାବେଳେ ୭ଟି ଯାକ ମହଲା କାର୍ଯ୍ୟକ୍ଷମ ହୋଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ପ୍ରତ୍ତି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ୨୮୩ ସଂଖ୍ୟକ ଶଯ୍ୟା ରହିଛି। କୋଠା ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ଉପର ମହଲାଗୁଡ଼ିରେ ଆଇପିଡି ଏବଂ ଆଇସିୟୁ ବ୍ୟବସ୍ଥା ହୋଇଛି। ଏଥି ସହିତ ପ୍ରତିଷ୍ଠାନରେ ଶଯ୍ୟା ସଂଖ୍ୟା ୫୦୭ରେ ପହଞ୍ଚିଛି। ଲିନାକ୍‍ କୋଠାରେ ଥିବା ଆଇପିଡି ଏବଂ ଆଇସିୟୁକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ। ସେହିପରି ଲିନାକ୍‍ କୋଠାରେ ରହିଛି ପେଟ୍‍ ସିଟି ସ୍କାନ ମେସିନ୍‍। ସେପ୍ଟେମ୍ବର ମାସରୁ ରୋଗୀଙ୍କର ପରୀକ୍ଷାମୂଳକ ଭାବେ ପେଟ୍‍ ସିଟି ସ୍କାନ କରାଯାଉଛି। ହେଲେ ଏହି ସେବାକୁ ଆନୁଷ୍ଠାନିକ ଭାବେ ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକାର୍ପଣ କରିବେ। ସୂଚନାଯୋଗ୍ୟ, ପେଟ୍‍ ସିଟି ସ୍କାନ ଅର୍ଥାତ୍‍ ପୋଜିଟ୍ରନ୍‍ ଏମିସନ ଟୋମୋଗ୍ରାଫି ଆଣ୍ଡ କମ୍ପ୍ୟୁଟେଡ୍‍ ଟୋମୋଗ୍ରାଫି ସ୍କାନ୍‍। ପୋଜିଟ୍ରନ୍‍ ହେଉଛି ଇଲେକ୍‍ଟ୍ରନ ସହ ସମାନ ବସ୍ତୁତ୍ୱ ବିଶିଷ୍ଟ ବିପରୀତ(ଯୁତ୍କାତ୍ମକ) ବୈଦ୍ୟୁତିକ ପ୍ରଭାବ ଥିବା ମୂଳକଣିକା। ପୋଜିଟ୍ରନକୁ ନିଃସରଣ କରାଯାଇ ରୋଗ ଚିହ୍ନଟ ହେବା ପ୍ରକ୍ରିୟା ହେଉଛି ପେଟ୍‍ ସିଟି ସ୍କାନ। ଏହା ଦ୍ୱାରା କ୍ୟାନ୍ସର ଚିହ୍ନଟ କରାଯିବା ସହିତ ରୋଗର ସ୍ତର ଜାଣିହେବ। ବାୟୋପ୍ସି କରାଯିବା ପାଇଁ ଶରୀରର ପ୍ରକୃଷ୍ଟ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇ ପାରିବ। କ୍ୟାନ୍ସର ରୋଗର ଚିକିତ୍ସା ସଠିକ୍‍ ଭାବେ ଚାଲିଛି ନା ନାହିଁ ତାହା ମଧ୍ୟ ନିରୂପଣ କରିବ ଏହି ପରୀକ୍ଷା। ଚିକିତ୍ସା ଶେଷ ହେବା ପରେ ଶରୀରରେ ପୁଣି ଥରେ କ୍ୟାନ୍ସର ରୋଗ ବ୍ୟାପୁଛି କି ନାହିଁ ତାହା ଜାଣିବା ପାଇଁ ପେଟ୍‍ ସିଟି ସ୍କାନ ପରୀକ୍ଷା ମଧ୍ୟ ସହାୟକ ହେବ। ପୂର୍ବରୁ ପେଟ୍‍ ସିଟି ସ୍କାନ ପରୀକ୍ଷା ପାଇଁ ରୋଗୀମାନେ ଘରୋଇ କେନ୍ଦ୍ରଗୁଡ଼ିକ ଉପରେ ନିର୍ଭର କରୁଥିଲେ। ପରୀକ୍ଷା ପାଇଁ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ରୋଗୀଙ୍କୁ ଭୁବନେଶ୍ୱର ମଧ୍ୟ ଯିବାକୁ ପଡୁଥିଲା। ହେଲେ ଏହି ସମସ୍ୟା ଦୂର ହୋଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏଏଚ୍‍ପିଜିଆଇସିରେ ପେଟ୍‍ ସିଟି ସ୍କାନ ମେସିନ୍‍ ସଂସ୍ଥାପିତ ହୋଇଛି। ପବ୍ଲିକ୍‍-ପ୍ରାଇଭେଟ ପାର୍ଟନର୍‍ସିପ(ପିପିପି) ମୋଡ୍‍ରେ ଏହି ବ୍ୟବସ୍ଥା କରାଯାଇଛି। ସିମେନ୍ସ ହେଲ୍‍ଥ କେୟାର ଜରିଆରେ ଜାପାନ ଟେକ୍ନୋଲୋଜିର ଉନ୍ନତଧରଣର ମେସିନ୍‍ ଅଣାଯାଇଛି।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

13 Oct 2022 By The Sakala

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ: ଆଜି ପେଟ୍‍ସିଟି, ଆଇପିଡି, ଆଇସିୟୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ପରିସରସ୍ଥ ଲିନାକ କୋଠାରେ ଥିବା ପେଟ୍‍ ସିଟି ସ୍କାନ୍‍ ମେସିନ୍‍, ନୂତନ ଆଇପିଡି ଏବଂ ଆଇସିୟୁ ଗୃହର ଗୁରୁବାର ଲୋକାର୍ପଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ସମୟରେ ଭର୍ଚୁଆଲ ପ୍ଲାଟ୍‍ଫର୍ମରେ ଯୋଗଦେଇ ନୂତନ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରିବେ। ଏହି ଲୋକାର୍ପଣ ପରେ ୨୦ଟି ନୂତନ ଆଇସିୟୁ ଶଯ୍ୟା ଉପଲବ୍ଧ ହେବା ସହିତ ପ୍ରତିଷ୍ଠାନରେ ଶଯ୍ୟା ସଂଖ୍ୟା ୫୦୭ ଛୁଇଁବ।

କର୍କଟ ରୋଗ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ପୂର୍ବ ଭାରତର ସର୍ବବୃହତ୍‍ ସରକାରୀ ଚିକିତ୍ସାଳୟ। ଏଠାରେ ଦୁଇଟି ଲିନାକ୍‍ ମେସିନ୍‍ ସ୍ଥାପନ ହେବା ପରେ ବିକିରଣ ଚିକିତ୍ସା କ୍ଷେତ୍ରରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଜି+୬ ମହଲା ବିଶିଷ୍ଟ ‘ଲିନାକ୍‍ କୋଠା’ର ତଳ ମହଲାରେ ଅତ୍ୟାଧୁନିକ ବିକିରଣ ପଦ୍ଧତିରେ ଲିନିୟର ଆକ୍ସିଲିରେଟର ଚିକିତ୍ସା(ଲିନାକ୍‍) ସେବା ମିଳୁଛି। ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ସମ୍ପୂର୍ଣ୍ଣ ଲିନାକ୍‍ କୋଠା ନିର୍ମାଣ ହୋଇଛି। ତେବେ ୨୦୧୯ରେ କୋଠାର ଉପର ମହଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା କୋଠା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୂର୍ତ୍ତ ବିଭାଗ ଆକଳନ କରିଥିଲା। ମାତ୍ର କୋଭିଡ୍‍ କଟକଣା ଯୋଗୁଁ ନିର୍ମାଣ କାର୍ଯ୍ୟରେ ବାଧାପ୍ରାପ୍ତ ଘଟିଥିଲା। ଏବେ କାର୍ଯ୍ୟ ଶେଷ ହୋଇଥିବାବେଳେ ୭ଟି ଯାକ ମହଲା କାର୍ଯ୍ୟକ୍ଷମ ହୋଇଛି।

ସମ୍ପ୍ରତ୍ତି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ୨୮୩ ସଂଖ୍ୟକ ଶଯ୍ୟା ରହିଛି। କୋଠା ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ଉପର ମହଲାଗୁଡ଼ିରେ ଆଇପିଡି ଏବଂ ଆଇସିୟୁ ବ୍ୟବସ୍ଥା ହୋଇଛି। ଏଥି ସହିତ ପ୍ରତିଷ୍ଠାନରେ ଶଯ୍ୟା ସଂଖ୍ୟା ୫୦୭ରେ ପହଞ୍ଚିଛି। ଲିନାକ୍‍ କୋଠାରେ ଥିବା ଆଇପିଡି ଏବଂ ଆଇସିୟୁକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ। ସେହିପରି ଲିନାକ୍‍ କୋଠାରେ ରହିଛି ପେଟ୍‍ ସିଟି ସ୍କାନ ମେସିନ୍‍। ସେପ୍ଟେମ୍ବର ମାସରୁ ରୋଗୀଙ୍କର ପରୀକ୍ଷାମୂଳକ ଭାବେ ପେଟ୍‍ ସିଟି ସ୍କାନ କରାଯାଉଛି। ହେଲେ ଏହି ସେବାକୁ ଆନୁଷ୍ଠାନିକ ଭାବେ ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକାର୍ପଣ କରିବେ। ସୂଚନାଯୋଗ୍ୟ, ପେଟ୍‍ ସିଟି ସ୍କାନ ଅର୍ଥାତ୍‍ ପୋଜିଟ୍ରନ୍‍ ଏମିସନ ଟୋମୋଗ୍ରାଫି ଆଣ୍ଡ କମ୍ପ୍ୟୁଟେଡ୍‍ ଟୋମୋଗ୍ରାଫି ସ୍କାନ୍‍। ପୋଜିଟ୍ରନ୍‍ ହେଉଛି ଇଲେକ୍‍ଟ୍ରନ ସହ ସମାନ ବସ୍ତୁତ୍ୱ ବିଶିଷ୍ଟ ବିପରୀତ(ଯୁତ୍କାତ୍ମକ) ବୈଦ୍ୟୁତିକ ପ୍ରଭାବ ଥିବା ମୂଳକଣିକା। ପୋଜିଟ୍ରନକୁ ନିଃସରଣ କରାଯାଇ ରୋଗ ଚିହ୍ନଟ ହେବା ପ୍ରକ୍ରିୟା ହେଉଛି ପେଟ୍‍ ସିଟି ସ୍କାନ। ଏହା ଦ୍ୱାରା କ୍ୟାନ୍ସର ଚିହ୍ନଟ କରାଯିବା ସହିତ ରୋଗର ସ୍ତର ଜାଣିହେବ। ବାୟୋପ୍ସି କରାଯିବା ପାଇଁ ଶରୀରର ପ୍ରକୃଷ୍ଟ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇ ପାରିବ। କ୍ୟାନ୍ସର ରୋଗର ଚିକିତ୍ସା ସଠିକ୍‍ ଭାବେ ଚାଲିଛି ନା ନାହିଁ ତାହା ମଧ୍ୟ ନିରୂପଣ କରିବ ଏହି ପରୀକ୍ଷା। ଚିକିତ୍ସା ଶେଷ ହେବା ପରେ ଶରୀରରେ ପୁଣି ଥରେ କ୍ୟାନ୍ସର ରୋଗ ବ୍ୟାପୁଛି କି ନାହିଁ ତାହା ଜାଣିବା ପାଇଁ ପେଟ୍‍ ସିଟି ସ୍କାନ ପରୀକ୍ଷା ମଧ୍ୟ ସହାୟକ ହେବ। ପୂର୍ବରୁ ପେଟ୍‍ ସିଟି ସ୍କାନ ପରୀକ୍ଷା ପାଇଁ ରୋଗୀମାନେ ଘରୋଇ କେନ୍ଦ୍ରଗୁଡ଼ିକ ଉପରେ ନିର୍ଭର କରୁଥିଲେ। ପରୀକ୍ଷା ପାଇଁ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ରୋଗୀଙ୍କୁ ଭୁବନେଶ୍ୱର ମଧ୍ୟ ଯିବାକୁ ପଡୁଥିଲା। ହେଲେ ଏହି ସମସ୍ୟା ଦୂର ହୋଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏଏଚ୍‍ପିଜିଆଇସିରେ ପେଟ୍‍ ସିଟି ସ୍କାନ ମେସିନ୍‍ ସଂସ୍ଥାପିତ ହୋଇଛି। ପବ୍ଲିକ୍‍-ପ୍ରାଇଭେଟ ପାର୍ଟନର୍‍ସିପ(ପିପିପି) ମୋଡ୍‍ରେ ଏହି ବ୍ୟବସ୍ଥା କରାଯାଇଛି। ସିମେନ୍ସ ହେଲ୍‍ଥ କେୟାର ଜରିଆରେ ଜାପାନ ଟେକ୍ନୋଲୋଜିର ଉନ୍ନତଧରଣର ମେସିନ୍‍ ଅଣାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର