ମନୋରଞ୍ଜନ
ଓଡ଼ିଶା
କମୁଛି ଦେଶର ଖାଦ୍ୟ ଭଣ୍ଡାର: ଦେଶରେ ଚଳିତ ବର୍ଷ ୬୭ ଲକ୍ଷ ଟନ୍ କମ୍ ଚାଉଳ ଉତ୍ପାଦନ ଆଶଙ୍କା
ଭୁବନେଶ୍ୱର: ଦିନକୁ ଦିନ ଖରାପ ହେଉଛି ଦେଶର ଆର୍ଥିକ ସ୍ଥିତି। ବୈଦେଶିକ ମୁଦ୍ରାଭଣ୍ଡାର ଦିନକୁ ଦିନ କମିବାରେ ଲାଗିଛି। ଦେଶର ସଂରକ୍ଷିତ ଖାଦ୍ୟ ଭଣ୍ଡାର ଖାଲି ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱବ୍ୟାଙ୍କ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୪%କୁ ହ୍ରାସ କରି ୬.୮% ହୋଇପାରେ ବୋଲି ଆକଳନ କରିଛି। ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଓ ବିଶ୍ୱବ୍ୟାଙ୍କର ଆର୍ଥିକ ଅଭିବୃଦ୍ଧି ହାର ହାସ ଆକଳନ ଅପେକ୍ଷା ଦେଶର ଖାଦ୍ୟ ଭଣ୍ଡାର ହ୍ରାସକୁ ନେଇ ଅର୍ଥନୀତିଜ୍ଞମାନେ ଉଦ୍ବେଗ ପ୍ରକାଶ […]
ଭୁବନେଶ୍ୱର: ଦିନକୁ ଦିନ ଖରାପ ହେଉଛି ଦେଶର ଆର୍ଥିକ ସ୍ଥିତି। ବୈଦେଶିକ ମୁଦ୍ରାଭଣ୍ଡାର ଦିନକୁ ଦିନ କମିବାରେ ଲାଗିଛି। ଦେଶର ସଂରକ୍ଷିତ ଖାଦ୍ୟ ଭଣ୍ଡାର ଖାଲି ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱବ୍ୟାଙ୍କ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୪%କୁ ହ୍ରାସ କରି ୬.୮% ହୋଇପାରେ ବୋଲି ଆକଳନ କରିଛି। ବୈଦେଶିକ ମୁଦ୍ରାଭଣ୍ଡାରରେ ହ୍ରାସ ଓ ବିଶ୍ୱବ୍ୟାଙ୍କର ଆର୍ଥିକ ଅଭିବୃଦ୍ଧି ହାର ହାସ ଆକଳନ ଅପେକ୍ଷା ଦେଶର ଖାଦ୍ୟ ଭଣ୍ଡାର ହ୍ରାସକୁ ନେଇ ଅର୍ଥନୀତିଜ୍ଞମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଦେଶର ଖାଦ୍ୟ ଭଣ୍ଡାର ପୂର୍ବବର୍ଷ ତୁଳନାରେ ପାଖାପାଖି ୨୯୦ ଲକ୍ଷ ଟନ୍ କମ୍ ରହିବା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼଼଼଼଼ାଇଛି। ଏହି ସ୍ଥିତିରେ ଗହମ ଓ ଧାନ ଉତ୍ପାଦନ ହ୍ରାସ ଆଶଙ୍କା ଭବିଷ୍ୟତ ସ୍ଥିତି ଅଧିକ ଜଟିଳ କରିବାର ଆଶଙ୍କା ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ୨୦୨୧ ଜୁନ୍ ମାସ ଶେଷ ସୁଦ୍ଧା ଦେଶର
ଖାଦ୍ୟଭଣ୍ଡାରରେ ୩୦୪.୮୫ ଲକ୍ଷ ଟନ୍ ଚାଉଳ, ୬୦୨.୯୧ ଲକ୍ଷ ଟନ୍ ଗହମକୁ ମିଶାଇ ମୋଟ ୯୦୨.୧୬ ଲକ୍ଷ ଟନ୍ ଖାଦ୍ୟ ସାମଗ୍ରୀ ଗଚ୍ଛିତ ଥିଲା। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହା ୭୮୬.୧୯ ଲକ୍ଷ ଟନ୍କୁ ହ୍ରାସ ପାଇଥିଲା। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବାରୁ ଏହି ହ୍ରାସ ସ୍ୱାଭାବିକ ବୋଲି କୁହାଯାଉଥିଲା। ମାତ୍ର ଧାନ ଓ ଚାଉଳ କ୍ରୟରେ ବିଚ୍ୟୁତି, ଗହମର ଉତ୍ପାଦନ ହ୍ରାସ ଚଳିତ ବର୍ଷ ଦେଶର ଖାଦ୍ୟଭଣ୍ଡାରକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ୩୩୧.୨ଲକ୍ଷ ଟନ୍ ଚାଉଳ, ୩୧୧.୪୨ ଲକ୍ଷ ଟନ୍ ଗହମକୁ ମିଶାଇ ମୋଟ ୬୪୨.୬୨ ଲକ୍ଷ ଟନ୍ ଖାଦ୍ୟ ସାମଗ୍ରୀ ସରକାରଙ୍କ ଭଣ୍ଡାରରେ ରହିଥିଲା। ଗତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହା ୪୯୨.୮୫ ଲକ୍ଷ ଟନ୍କୁ ହ୍ରାସ ପାଇଛି। ଯାହାକି ଗତବର୍ଷର ଗଚ୍ଛିତ ଖାଦ୍ୟଶସ୍ୟ ତୁଳନାରେ ପାଖାପାଖି ୨୯୩ ଲକ୍ଷ ଟନ୍ କମ୍। ଅକ୍ଟୋବର ୧୦ ତାରିଖ ସୁଦ୍ଧା ଏହି ଖାଦ୍ୟଭଣ୍ଡାର ଆହୁରି ହ୍ରାସ ପାଇଛି ଏବଂ ୪୩୨.୧୩ ଲକ୍ଷ ଟନରେ ପହଞ୍ଚିଛି। ଉତ୍ତରଭାରତରୁ ଗହମ ଓ ଧାନ କ୍ରୟ ସମୟ ଆରମ୍ଭ ହୋଇ ଯାଇଥିବାରୁ ହୁଏତ ଆଗାମୀ ଦିନରେ ଏହି ଭଣ୍ଡାର କିଛି ପରିମାଣରେ ପୂରଣ କରାଯିବା ନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁକ୍ତି ଗ୍ରହଣ ଯୋଗ୍ୟ ହୋଇପାରୁ ନାହିଁ। ଗତ ରବି ଋତୁରେ ଗ୍ରହମ କ୍ରୟ କରିବାରେ ସରକାରଙ୍କ ଅସାମର୍ଥ୍ୟ ଓ ଚଳିତ ଖରିଫ ଋତୁରେ ଗହମ ଉତ୍ପାଦନ ହ୍ରାସକୁ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଗତବର୍ଷ କେନ୍ଦ୍ର ସରକାର ରବି ଋତୁୁରେ ୪୪୪ ଲକ୍ଷ ଟନ୍ ଗହମ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଳେ ହେଁ ମାତ୍ର ୧୮୭.୯୨ ଲକ୍ଷ ଗହମ କିଣିବାକୁ ସମର୍ଥ ହୋଇଥିଲେ।
ଏହି ପରିପ୍ରେକ୍ଷୀରେ ଖାଦ୍ୟଭଣ୍ଡାରକୁ ସମୃଦ୍ଧ କରିବାକୁ ଚାଉଳ ସଂଗ୍ରହ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି। ଓଡ଼ିଶା, ତେଲଙ୍ଗାନା ପରି ରାଜ୍ୟ ବିପୁଳ ଚାଉଳ ସଂଗ୍ରହ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହି ଦୁଇ ରାଜ୍ୟରୁ ଚାଉଳ ଉଠାଇବାକୁ ଆଗ୍ରହପ୍ରକାଶ କରୁନାହାନ୍ତି। ରାଜ୍ୟରୁ ଚାଉଳ ଉଠାଇବା ପାଇଁ ଏଫ୍ସିଆଇ କରୁଥିବା ଟାଳଟୁଳ ବିରୋଧରେ ଶାସକ ବିଜେଡିର ସାଂସଦ, ରାଜ୍ୟ କୃଷି ବିଭାଗ, କୃଷିମନ୍ତ୍ରୀ ଓ ଖୋଦ୍ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି କରିଥିବା ସତ୍ତ୍ବେ ଏହାକୁ କେନ୍ଦ୍ର ସରକାର ଗୁରୁ୍ତ୍ୱ ଦେଉନାହାନ୍ତି। ଓଡ଼ିଶାରୁ ଉଷୁନା ଉଠାଣ ପ୍ରସଙ୍ଗଙ୍କୁ ନେଇ କେନ୍ଦ୍ର ଖାଦ୍ୟ ଯୋଗାଣମନ୍ତ୍ରୀ ପୀୟୂଷ ଗୋଏଲ୍ ମଧ୍ୟ ନିରବ। ଓଡ଼ିଶାରୁ ବଳକା ୧୫ ଲକ୍ଷ ଟନ୍ ଚାଉଳ ଉଠାଣ ପ୍ରସଙ୍ଗ ଏଡ଼ାଇବା ପାଇଁ ବିଦେଶକୁ ଚାଉଳ ରପ୍ତାନୀ କରାଯାଉ ନାହିଁ ବୋଲି ବିଚିତ୍ର ଉତ୍ତର ଲୋକସଭାରେ ପ୍ରଦାନ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଓଡ଼ିଶାର ଚାଷୀ ପ୍ରତ୍ୟକ୍ଷଭାବରେ ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି। ଏପରି ସ୍ଥିତିରେ ଚଳିତ ବର୍ଷ ଦେଶର ଚାଉଳ ଉତ୍ପାଦନ ୬୭.୭ ଲକ୍ଷ ଟନ୍ ହ୍ରାସ ପାଇବ ବୋଲି କେନ୍ଦ୍ର କୃଷି ମନ୍ତ୍ରଣାଳୟ ଆକଳନ କରିଛି। ତେଣୁ ଓଡ଼ିଶାରେ ଗଚ୍ଛିତ ଉଷୁନା ଚାଉଳ ଉଠାଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି।
କମୁଛି ଦେଶର…






