ଧାମନଗର ଉପନିର୍ବାଚନ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ତିନିଦଳ ପାଇଁ ଅଗ୍ନି ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପ୍ରାର୍ଥୀପତ୍ର ଦାଖଲକୁ ଆଉ ମାତ୍ର ୪ ଦିନ ବାକି। ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନଥିଲେ ମଧ୍ୟ ଦଳ ପକ୍ଷରୁ ସାଂଗଠନିକ କାର୍ଯ୍ୟ୍ୟକ୍ରମକୁ ବ୍ୟାପକ କରାଯାଇଛି। ଜନସମ୍ପର୍କ ପଦଯାତ୍ରା ସହ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ କରି ବିଜେଡି ନିଜକୁ ପ୍ରସ୍ତୁତ କରୁଛି। ଆସନ୍ତାକାଲି ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା ସମ୍ଭାବନା ରହିଛି ଓ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଏହି ସ୍ଥିତିରେ କଂଗ୍ରେସର ରାଜ୍ୟସ୍ତରୀୟ […]

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପ୍ରାର୍ଥୀପତ୍ର ଦାଖଲକୁ ଆଉ ମାତ୍ର ୪ ଦିନ ବାକି। ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନଥିଲେ ମଧ୍ୟ ଦଳ ପକ୍ଷରୁ ସାଂଗଠନିକ କାର୍ଯ୍ୟ୍ୟକ୍ରମକୁ ବ୍ୟାପକ କରାଯାଇଛି। ଜନସମ୍ପର୍କ ପଦଯାତ୍ରା ସହ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ କରି ବିଜେଡି ନିଜକୁ ପ୍ରସ୍ତୁତ କରୁଛି। ଆସନ୍ତାକାଲି ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା ସମ୍ଭାବନା ରହିଛି ଓ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଏହି ସ୍ଥିତିରେ କଂଗ୍ରେସର ରାଜ୍ୟସ୍ତରୀୟ ନେତା ଧାମନଗରରେ ଦଳର ଭଲ ପ୍ରଦର୍ଶନ ନେଇ ଦୃଢ଼ୋକ୍ତି ପ୍ରକାଶ କରୁଥିଲେ ହେଁ ତୃଣମୂଳସ୍ତରରେ ଦଳର ସାଂଗଠନିକ ସକ୍ରିୟତା ସେତେଟା ଅନୁଭୂତ ହେଉନାହିଁ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଧାମନଗର ଉପନିର୍ବାଚନକୁ ତିନିଦଳ ପାଇଁ ଏକପ୍ରକାର ଅଗ୍ନି ପରୀକ୍ଷା ବୋଲି ବିଚାର କରାଯାଉଥିବା ବେଳେ କଂଗ୍ରେସର ନିଷ୍କ୍ରିୟତା ସାଧାରଣରେ ଆଲୋଚନା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ପରେ ଏବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଭଦ୍ରକରେ ଡେରା ପକାଇଛନ୍ତି। ସେହିପରି ଦଳୀୟ ପ୍ରାର୍ଥୀ ସୂରଜ ମଧ୍ୟ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଦଳୀୟ କର୍ମୀ ଏବଂ ସାଧାରଣ ଲୋକଙ୍କୁ ଭେଟୁଛନ୍ତି। ଆସନ୍ତାକାଲି ସୂରଜ ନାମାଙ୍କନ ଦାଖଲ କରିବେ ବୋଲି ରାଜ୍ୟ ସଭାପତି ଘୋଣୋ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ କର୍ମୀମାନଙ୍କୁ ସଂଗଠିତ କରାଯାଉଥିବା ବେଳେ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଘନ ଘନ ପ୍ରସ୍ତୁତି ବୈଠକ ଆୟୋଜିତ ହେଉଛି। ସୋମବାର ଦଳର ବହୁ ବିଧାୟକ ସମେତ ନିର୍ବାଚନମଣ୍ଡଳୀସ୍ତରୀୟ ନେତାଙ୍କୁ ନେଇ ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଏଥିରେ ନିର୍ବାଚନରେ ଦଳ କିପରି ରେକର୍ଡ ବ୍ୟବଧାନରେ ବିଜୟୀ ହେବ ଏବଂ ସେଥିରେ ପ୍ରତ୍ୟେକ ନେତା ଏବଂ କର୍ମୀଙ୍କର ଭୂମିକା କଣ ରହିବ ସେନେଇ ବିଶେଷ ଭାବେ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ବୁଥ୍‌‌ସ୍ତରରୁ ଶାସକ ଦଳ ନିଜକୁ ସଂଗଠିତ କରୁଥିବା ବେଳେ ଧାମନଗର ନିର୍ବାଚନୀ ଇତିହାସରେ ଦଳ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ଦଳର ଛାମୁଆ ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

କିନ୍ତୁ କଂଗ୍ରେସ ପକ୍ଷରୁ ନିର୍ବାଚନମଣ୍ଡଳୀରେ ସେତେଟା ଉତ୍ସାହ ପରିଲକ୍ଷିତ ହେଉନଥିବା ଦେଖିବାକୁ ମିଳିଛି। ଅଳ୍ପ କେତେକ ସ୍ଥାନରେ ଦଳର ସାଂଗଠନିକ ବୈଠକ ଛାଡ଼ିଦେଲା ପରେ ଦଳ ଏଠାରେ ଆପାତତଃ ନିରବ ରହିଛି। ସୋମବାର ଭୁବନେଶ୍ୱର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଦଳର ପ୍ରାର୍ଥିତ୍ୱ ନେଇ ଆଲୋଚନା ହେବା ସହ ତିନିଜଣଙ୍କ ନାମ ଚୂଡ଼ାନ୍ତ ହୋଇଛି। ଉପନିର୍ବାଚନକୁ ନେଇ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ଯେଉଁ ଉଷ୍ମତା ପ୍ରକାଶ ପାଉଛି ତାହା ଧାମନଗରରେ ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି। ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ମୋଟ ଭୋଟର ମାତ୍ର ୪ ପ୍ରତିଶତ ଭୋଟ ପାଇଥିଲା। ଦଳର ପ୍ରାର୍ଥୀଙ୍କ ଅମାନତ ଜବତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନିଜର ସମ୍ମାନ ଫେରିପାଇବାକୁ ହେଲେ ନିଜର ସାଂଗଠନିକ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ସହ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର