ପୁଲିସ ଗାଡି ସହ ଘୁଷୁରି ବୋଝେଇ ଟ୍ରକ ଧକ୍କା, ୩ ଗୁରୁତର

The Sakala Picture
Published On

ବାରିପଦା: ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶନିବାର ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର ଫାଣ୍ଡିରୁ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ଅଣା ଯାଇଥିଲା। […]

ବାରିପଦା: ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶନିବାର ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର ଫାଣ୍ଡିରୁ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ଅଣା ଯାଇଥିଲା। ତେବେ ଡାକ୍ତରୀ ମାଇନା ସାରି ଗାଡି ଫେରୁଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ଘୁଷୁରି ବୋଝେଇ ଟ୍ରକ ସହ ଦୁର୍ଘଟଣା ଘଟିଥିଲା। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ୧୮ ନମ୍ବର ଜାତୀୟ ରାଜପଥ ପାଲବଣି ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ଦୁର୍ଘଟଣାରେ ଆହତ ହୋଇଥିବା ୨ ପୁଲିସ କର୍ମଚାରୀ ଗୋଲାପୀ ମହାନ୍ତ ଏବଂ ଡ୍ରାଇଭର ବିଭୁତି ସ୍ବାଇଁଙ୍କ ସହ ଗାଡ଼ିରେ ବସିଥିବା ପୀଡିତା ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ତ୍ରୁଟି ପୂର୍ଣ୍ଣ ଡାଇଭର୍ସନ ପାଇଁ ଏ ଅଂଚଳରେ ବାରମ୍ବାର ଏପରି ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ଘଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ଦୁର୍ଘଟଣା ଭିଆଇଥିବା ଟ୍ରକ ଡ୍ରାଇଭର କୁ ପୁଲିସ ଅଟକ ରଖି ପଚରା ଉଚୁରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

08 Oct 2022 By The Sakala

ପୁଲିସ ଗାଡି ସହ ଘୁଷୁରି ବୋଝେଇ ଟ୍ରକ ଧକ୍କା, ୩ ଗୁରୁତର

ବାରିପଦା: ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶନିବାର ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର ଫାଣ୍ଡିରୁ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ଅଣା ଯାଇଥିଲା। ତେବେ ଡାକ୍ତରୀ ମାଇନା ସାରି ଗାଡି ଫେରୁଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ଘୁଷୁରି ବୋଝେଇ ଟ୍ରକ ସହ ଦୁର୍ଘଟଣା ଘଟିଥିଲା। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ୧୮ ନମ୍ବର ଜାତୀୟ ରାଜପଥ ପାଲବଣି ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ଆହତ ହୋଇଥିବା ୨ ପୁଲିସ କର୍ମଚାରୀ ଗୋଲାପୀ ମହାନ୍ତ ଏବଂ ଡ୍ରାଇଭର ବିଭୁତି ସ୍ବାଇଁଙ୍କ ସହ ଗାଡ଼ିରେ ବସିଥିବା ପୀଡିତା ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ତ୍ରୁଟି ପୂର୍ଣ୍ଣ ଡାଇଭର୍ସନ ପାଇଁ ଏ ଅଂଚଳରେ ବାରମ୍ବାର ଏପରି ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ଘଟୁଥିବା ସାଧାରଣରେ ଅଭିଯୋଗ ହେଉଛି। ଦୁର୍ଘଟଣା ଭିଆଇଥିବା ଟ୍ରକ ଡ୍ରାଇଭର କୁ ପୁଲିସ ଅଟକ ରଖି ପଚରା ଉଚୁରା କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର