ରାଜଧାନୀରେ ପାର୍ବଣ ଭିଡ଼ରେ ନାକେଦମ୍‍ ଲୋକେ; ଘଣ୍ଟା ଘଣ୍ଟା ଅଟକି ରହୁଛି ଗାଡ଼ି

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ରାଜପଥଠାରୁ ଜନପଥ ସବୁଠି ଟ୍ରାଫିକ ସ୍ଥିତି ଅସମ୍ଭାଳ। ପୂଜା ଆରମ୍ଭ ନ ହେଉଣୁ ଆଜିଠୁ ଟ୍ରାଫିକ୍‍ ଅବ୍ୟବସ୍ଥାର ଭୟାନକ ଚିତ୍ର ଦେଖିବାକୁ ମିଳିଲାଣି। ଏମିତି ଟ୍ରାଫିକ ପରିସ୍ଥିତି ଦେଖି ଆଗକୁ ଆହୁରି ଭିଡ଼ ହେବ ବୋଲି ଅନୁମାନ କରାଯାଉଛି। ସହର ଭିଡ଼ରେ ଫସି ନାକେଦମ୍‍ ହେଲେଣି ଲୋକେ। ଘଣ୍ଟାଘଣ୍ଟା ଛକଗୁଡ଼ିକରେ ଅଟକି ରହୁଛି ଗାଡ଼ି। ଦୁଇ ଚକିଆ ଠାରୁ ଚାରିକିଆ ସବୁ ଟ୍ରାଫିକରେ ଫସି ରହୁଛନ୍ତି। ନା ଆଗକୁ ଯାଇ ହେଉଛି ନା ପଛକୁ […]

ଭୁବନେଶ୍ୱର: ରାଜଧାନୀ ରାଜପଥଠାରୁ ଜନପଥ ସବୁଠି ଟ୍ରାଫିକ ସ୍ଥିତି ଅସମ୍ଭାଳ। ପୂଜା ଆରମ୍ଭ ନ ହେଉଣୁ ଆଜିଠୁ ଟ୍ରାଫିକ୍‍ ଅବ୍ୟବସ୍ଥାର ଭୟାନକ ଚିତ୍ର ଦେଖିବାକୁ ମିଳିଲାଣି। ଏମିତି ଟ୍ରାଫିକ ପରିସ୍ଥିତି ଦେଖି ଆଗକୁ ଆହୁରି ଭିଡ଼ ହେବ ବୋଲି ଅନୁମାନ କରାଯାଉଛି। ସହର ଭିଡ଼ରେ ଫସି ନାକେଦମ୍‍ ହେଲେଣି ଲୋକେ। ଘଣ୍ଟାଘଣ୍ଟା ଛକଗୁଡ଼ିକରେ ଅଟକି ରହୁଛି ଗାଡ଼ି। ଦୁଇ ଚକିଆ ଠାରୁ ଚାରିକିଆ ସବୁ ଟ୍ରାଫିକରେ ଫସି ରହୁଛନ୍ତି। ନା ଆଗକୁ ଯାଇ ହେଉଛି ନା ପଛକୁ ଫେରି ହେଉଛି। ଯେଉଁଠି ଅଟକିଛି ସେଇଠି ଛିଡ଼ାହୋଇ ରହିଛି ଗାଡ଼ି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ରାଜଧାନୀ ପ୍ରବେଶପଥ କୁହାଯାଉଥିବା କୁଆଖାଇ ପୋଲ ଉପରୁ ରସୁଲଗଡ଼ ଛକ ପର୍ଯ୍ୟନ୍ତ ଲାଗିଛି ଗାଡ଼ିର ଲମ୍ବାଧାଡ଼ି। ସେ ବାଣୀବିହାର ଫ୍ଲାଏଓଭର ହେଉ ଅବା ଜୟଦେବ ବିହାର ଠାରୁ ଖଣ୍ଡଗିରି ଯାଏଁ ଭିଡ଼ ପ୍ରବଳ ଲାଗୁଛି। ସହର ଭିତର କଥା କହିବା କାଠିକର ପାଠ ହୋଇଯାଇଛି। ଗୋଟିଏ ଲେଖାଏଁ ଛକକୁ ଅତିକ୍ରମ କରିବା ଲାଗି ଅଧ୍ୟ ଘଣ୍ଟାଏ ସମୟ ଲାଗିଯାଉଛି। ଆମ୍ବୁଲାନ୍ସଠୁ ଆରମ୍ଭ କରି ଜରୁରିକାଳୀନ ଗାଡ଼ିଗୁଡିକ ଫସି ରହୁଛନ୍ତି। ଦୁଇ ଦିନ ହେଲା ସନ୍ଧ୍ୟା ହେଲେ ବଦଳିଯାଉଛି ସହରର ଟ୍ରାଫିକ ସ୍ଥିତି। ଯାଏ ଯୁଆଡେ ପାରିଲା ପଶିଲା। ଏଣୁ ଭିଡ଼କୁ ନିୟନ୍ତ୍ରଣ କରିବାରେ ହରଡଘଣାରେ ପଡ଼ିଛି ଟ୍ରାଫିକ ପୁଲିସ। ଏଣୁ ମଣ୍ଡପ ସାମ୍‍ନାରେ ଗାଡ଼ିଗୁଡିକ ପାର୍କିଂ କରାଇ ଦିଆଯାଉନାହିଁ। ଏପରିକି ପୂଜା ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଦୁଇ ଚକିଆ ଯାନ ନେଇ ଆସିବାକୁ କୁହାଯାଇଛି। ଅନ୍ୟପକ୍ଷରେ ପଳାଶୁଣି, ହଂସପାଳ, ରସୁଲଗଡ଼ ଓ ସପ୍ତସତୀ ଛକରେ ୪ଟି ଗାଡ଼ି ବ୍ରେକ୍‍ ଫେଲ୍‍ ହୋଇଯାଇଥିଲା। ଗାଡ଼ିଗୁଡିକ ରାସ୍ତାରୁ ନ ହଟିବାରୁ ଗହଳି ପ୍ରବଳ ହୋଇଥିଲା। ଏପଟରୁ ସେପଟ ପର୍ଯ୍ୟନ୍ତ ଗାଡ଼ିଗୁଡିକ ଲମ୍ବାଲାଇନ୍‍ ଲାଗିଥିଲା। ଟ୍ରାଫିକ ପୁଲିସ ଭିଡ଼କୁ ଏଡେଇବା ଲାଗି ନାକେଦମ୍‍ ହୋଇଥିଲା। ଶେଷରେ କ୍ରେନ୍‍ ସହାୟତାରେ ଗାଡ଼ିଗୁଡ଼ିକ ହଟାଯାଇଥିଲା।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର