ଓଡ଼ିଶା ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର: ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶା ସବୁ କ୍ଷେତ୍ରରେ ପ୍ରଗତି କରୁଛି। ରାଜ୍ୟ ରୂପାନ୍ତରଣ ଯାତ୍ରାରେ ରହିଛି। ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଅଗ୍ରଣୀ ହୋଇପାରିଛି। ଓଡ଼ିଶା ବିକାଶରେ ଉଦ୍ୟୋଗୀ ପ୍ରମୁଖ ଭାଗିଦାରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଦେଶ ତଥା ରାଜ୍ୟର ଅଗ୍ରଣୀ ଖବର ସରବରାହ ସଂସ୍ଥା ନିଉଜ୍ ୧୮-ଓଡ଼ିଆର ଆତ୍ମନିର୍ଭର ଓଡ଼ିଶା-ବିଜନେସ୍‍ ଲିଡର୍ସ ଆୱାର୍ଡ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନାରେ […]

ଭୁବନେଶ୍ୱର : ଓଡ଼ିଶା ସବୁ କ୍ଷେତ୍ରରେ ପ୍ରଗତି କରୁଛି। ରାଜ୍ୟ ରୂପାନ୍ତରଣ ଯାତ୍ରାରେ ରହିଛି। ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଅଗ୍ରଣୀ ହୋଇପାରିଛି। ଓଡ଼ିଶା ବିକାଶରେ ଉଦ୍ୟୋଗୀ ପ୍ରମୁଖ ଭାଗିଦାରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଦେଶ ତଥା ରାଜ୍ୟର ଅଗ୍ରଣୀ ଖବର ସରବରାହ ସଂସ୍ଥା ନିଉଜ୍ ୧୮-ଓଡ଼ିଆର ଆତ୍ମନିର୍ଭର ଓଡ଼ିଶା-ବିଜନେସ୍‍ ଲିଡର୍ସ ଆୱାର୍ଡ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଉପଯୁକ୍ତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି। ରାଜ୍ୟରେ ଯୁବ ପିଢି ଆତ୍ମନିର୍ଭର ହେଉଛନ୍ତି। ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ବିକାଶ ଦର ଠାରୁ ଓଡ଼ିଶାର ବିକାଶ ଦର ଯଥେଷ୍ଟ ଆଗରେ ରହିଛି। ସାମାଜିକ ଭିତ୍ତିଭୂମି ସହ ଦୃଢ ପ୍ରୋତ୍ସାହନ ଏହା ହାସଲ କରିବାରେ ସହାୟକ ହୋଇଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ଗଢିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଏକାଧିକ କାରଣରୁ ଓଡ଼ିଶା ଆଜି ନିବେଶକମାନଙ୍କ ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର ହୋଇପାରିଛି। ପୂର୍ବର ୨ଟି ସଫଳ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ପରେ ରାଜ୍ୟ ତୃତୀୟ ସଂସ୍କରଣ ଆୟୋଜନ ପାଇଁ ଅଗ୍ରସର ହେଉଛି। ଇଜ୍‍ ଅଫ ଡୁଇଙ୍ଗ୍‍ ବିଜନେସ୍‍ରେ ରାଜ୍ୟ ଆଚିଭର୍ସ ବର୍ଗରେ ସାମିଲ ହୋଇପାରିଛି। ରାଜ୍ୟର ମୋଟ ଷ୍ଟାର୍ଟଅପ୍‍ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ମହିଳା ଉଦ୍ୟୋଗୀଙ୍କର ଅଟେ। ଇଲେକଟ୍ରିକ ଏୟାର କ୍ରାପ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହା ଆତ୍ମନିର୍ଭର ଓଡ଼ିଶାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର