ବିଶ୍ୱପ୍ରସିଦ୍ଧ ସୂର୍ଯ୍ଯମନ୍ଦିର ହେବ ବାଲୁକା ମୁକ୍ତ, ଗର୍ଭଗୃହ ଭିତରୁ କଢାଯିବ ବାଲି

The Sakala Picture
Published On

କୋଣାର୍କ: ବିଶ୍ୱପ୍ରସିଦ୍ଧ ସୂର୍ଯ୍ଯମନ୍ଦିର ହେବ ବାଲୁକା ମୁକ୍ତ। ସୂର୍ଯ୍ଯମନ୍ଦିର ଗର୍ଭଗୃହ ଭିତରୁ କଢାଯିବ ବାଲି। ଦୀର୍ଘ ବର୍ଷ ଧରି ଗବେଷଣା ଓ ଅନୁସନ୍ଧାନ ପରେ ସୂର୍ଯ୍ଯ ମନ୍ଦିରରୁ ବାଲି କାଢିବା ପାଇଁ ଏଏସ୍‌ଆଇ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏଥିଲାଗି ପ୍ରଥମ ପ୍ରର୍ଯ୍ଯାୟରେ ମଧ୍ୟ କାମ ଆରମ୍ଭ ହୋଇଛି । ସେହିପରି ଏହି କାମକୁ ତିନି ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବୈଶୟିକ ଜ୍ଞାନ କୌଶଳରେ ଏକ ଘରୋଇ କମ୍ପାନୀ ଦ୍ୱରା ବାଲି ଓ […]

କୋଣାର୍କ: ବିଶ୍ୱପ୍ରସିଦ୍ଧ ସୂର୍ଯ୍ଯମନ୍ଦିର ହେବ ବାଲୁକା ମୁକ୍ତ। ସୂର୍ଯ୍ଯମନ୍ଦିର ଗର୍ଭଗୃହ ଭିତରୁ କଢାଯିବ ବାଲି। ଦୀର୍ଘ ବର୍ଷ ଧରି ଗବେଷଣା ଓ ଅନୁସନ୍ଧାନ ପରେ ସୂର୍ଯ୍ଯ ମନ୍ଦିରରୁ ବାଲି କାଢିବା ପାଇଁ ଏଏସ୍‌ଆଇ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏଥିଲାଗି ପ୍ରଥମ ପ୍ରର୍ଯ୍ଯାୟରେ ମଧ୍ୟ କାମ ଆରମ୍ଭ ହୋଇଛି । ସେହିପରି ଏହି କାମକୁ ତିନି ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବୈଶୟିକ ଜ୍ଞାନ କୌଶଳରେ ଏକ ଘରୋଇ କମ୍ପାନୀ ଦ୍ୱରା ବାଲି ଓ ପଥର କାଢ଼ିବା ପାଇଁ ଏକ ପ୍ଲଟ ଫର୍ମ ନିର୍ମାଣର ଏଏସଆଇ ପକ୍ଷରୁ ଭୂମି ପୂଜା ହୋଇଛି।ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ପଟୁ ଗର୍ତ୍ତ କରି ଗର୍ଭଗୃହରୁ ବାଲି କଢ଼ାଯିବ ବୋଲି ଏଏସଆଇ ସୁପରିଣ୍ଟଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି । ୧୯୦୩ ମସିହାରେ ସୂର୍ଯ୍ଯ ମନ୍ଦିରର ସୁରକ୍ଷା ପାଇଁ ଇଂରେଜମାନେ ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ତେବେ ବାଲି କାଢ଼ିବା ପାଇଁ ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ ଘରୋଇ କଂପାନୀକୁ ଟେଣ୍ଡର ଦିଆଯାଇଛି। BDR ନିର୍ମାଣ ପ୍ରାଇଭେଟ ଲିମିଟେଡ ନାମକ କଂପାନୀକୁ ଏହି ଟେଣ୍ଡର ମିଳିଛି । ଘରୋଇ କମ୍ପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ ଓ ବାଲି କାଢିବା କାର୍ଯ୍ଯରେ ଏଏସଆଇର କର୍ମଚାରୀମାନେ ନିୟୋଜିତ ହେବେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର