ଭୁବନେଶ୍ବରରେ ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା, ଆଜି ୧୯୦ ପଜିଟିଭ୍ ଚିହ୍ନଟ

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ମଧ୍ୟରେ ରାଜଧାନୀରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବା ଭୁବନେଶ୍ବରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ୧୯୦ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବାବେଳେ ସେ ଭିତରୁ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ବେଳେ ସଂଗରୋଧରୁ ୩୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୩ ହଜାର ୭୦୨ରେ ପହଂଚିଛି। […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ମଧ୍ୟରେ ରାଜଧାନୀରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବା ଭୁବନେଶ୍ବରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ୧୯୦ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବାବେଳେ ସେ ଭିତରୁ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ବେଳେ ସଂଗରୋଧରୁ ୩୮ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୩ ହଜାର ୭୦୨ରେ ପହଂଚିଛି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ବିଏମସିର ରିପୋର୍ଟ ମୁତାବକ ରାଜଧାନୀରୁ ଚିହ୍ନଟ ହୋଇଛନ୍ତି ମୋଟ ୧୫୨ ସ୍ଥାନୀୟ ସଂକ୍ରମିତ । ବିଶେଷକରି ବଡଗଡ, ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର, ଝାରପଡା, ସାମନ୍ତବିହାର ଅଂଚଳରୁ ଏକାଧିକ ଲୋକାଲ୍ କେସ୍ ସାମ୍ନାକୁ ଆସିଛି । ଯାହାକି ବିଏମସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଖାଲି ସେତିକି ନୁହେଁ ମଂଚେଶ୍ୱର ଓ ସୁନ୍ଦରପଦା ଅଂଚଳରୁ ମଧ୍ୟ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଭୁବନେଶ୍ବରରେ ୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩୨ ହଜାର ୩୨୦ରେ ପହଂଚିଛି। ଏଯାଏଁ ୨୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛନ୍ତି। ଏବେ ୧୧୧୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

12 Apr 2021 By The Sakala

https://www.thesakala.in/latest-odisha-news/190-corona-positive-case-today-in-bhubaneswar/article-1478
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର