ଡାକଘରେ ମିଳୁନି ମୌଳିକ ସେବା; ଦିନକୁ ମାତ୍ର ୨ ଘଣ୍ଟା ଖୋଲା, ଚିଠି ପହଞ୍ଚିବାକୁ ଲାଗୁଛି ୧୦ ଦିନ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଏକାମ୍ର ନିର୍ବାଚନ ମଣ୍ଡଳୀର ଲିଙ୍ଗିପୁର ଗ୍ରମାପଞ୍ଚାୟତରେ ଥିବା ଶାଖା ଡାକଘର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କୌଣସି ମୌଳିକ ସେବା ପାଇବାରେ ଜନସାଧାରଣ ବଞ୍ଚିତ। ଡାକ ଟିକେଟ, ରେଭିନ୍ୟୁ ଷ୍ଟାମ୍ପ, ପୋଷ୍ଟକାର୍ଡ, ଇତ୍ୟାଦି ଜମା ଉପଲବ୍ଧ ହେଉନାହିଁ। ଏହାକୁ ନେଇକରି ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଶିଶୁପାଳଗଡ ଏବଂ ଲିଙ୍ଗିପୁର ପଞ୍ଚାୟତର ୨୬ଟି ୱାର୍ଡର ଲୋକମାନେ ଡାକସେବାର କୌଣସି ସେବା ପାଇପାରୁନାହାଁନ୍ତି। ସ୍ପିଡ ପୋଷ୍ଟ ସେବା ଏହି ଶାଖା ଡାକ ଘରେ […]

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଏକାମ୍ର ନିର୍ବାଚନ ମଣ୍ଡଳୀର ଲିଙ୍ଗିପୁର ଗ୍ରମାପଞ୍ଚାୟତରେ ଥିବା ଶାଖା ଡାକଘର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କୌଣସି ମୌଳିକ ସେବା ପାଇବାରେ ଜନସାଧାରଣ ବଞ୍ଚିତ। ଡାକ ଟିକେଟ, ରେଭିନ୍ୟୁ ଷ୍ଟାମ୍ପ, ପୋଷ୍ଟକାର୍ଡ, ଇତ୍ୟାଦି ଜମା ଉପଲବ୍ଧ ହେଉନାହିଁ। ଏହାକୁ ନେଇକରି ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଶିଶୁପାଳଗଡ ଏବଂ ଲିଙ୍ଗିପୁର ପଞ୍ଚାୟତର ୨୬ଟି ୱାର୍ଡର ଲୋକମାନେ ଡାକସେବାର କୌଣସି ସେବା ପାଇପାରୁନାହାଁନ୍ତି। ସ୍ପିଡ ପୋଷ୍ଟ ସେବା ଏହି ଶାଖା ଡାକ ଘରେ ଉପଲବ୍ଧ ଥିଲେ ମଧ୍ୟ ବିଡମ୍ବନାର ବିଷୟ ଇଣ୍ଟରନେଟ୍‍ ସେବା ଉପଲବ୍ଧି ହେଉନାହିଁ। ଫଳରେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡାକବାକ୍ସଟି ଭାଙ୍ଗି ଉପୁଡି ଯାଇଛି। ଫଳରେ ୪ କିଲୋମିଟର ଦୂର ପୁରୁଣା ଭୁବନେଶ୍ୱର ପୋଷ୍ଟ ଅଫିସ ଉପରେ ନିର୍ଭର କରିବାକୁ ପଡୁଛି। ଦିନକୁ ହାରାହାରି ୧ଘଣ୍ଟାରୁ ୨ଘଣ୍ଟା ଖୋଲା ରହୁଛି ଶାଖା ଡାକଘର (୧୦-୧୨ପର୍ଯ୍ୟନ୍ତ ଖୋଲା ରହୁଛି)। କୌଣସି ଚିଠି ଆସିଲେ ଠିକଣାରେ ପହଞ୍ଚିବା ପାଇଁ ୧୦ଦିନରୁ ଊର୍ଦ୍ଧ୍ବ ଲାଗୁଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

୧୦ହଜାରରୁ ଊର୍ଦ୍ଧ୍ବ ଏହି ଦୁଇ ପଞ୍ଚାୟତର ଲୋକ ବାଧ୍ୟ ହୋଇ ୪ କିଲୋମିଟର ଦୂର ଯିବାକୁ ପଡୁଛି ଏବଂ ଗରିବ ଲୋକମାନେ ବହୁ ହଇରାଣ ହେଉଛନ୍ତି। ଡାକ ବାକ୍ସ୍ସଟି ବିଗତ ବହୁ ଦିନ ହେଲାଣି ଅକାମୀ ହୋଇ ପଡ଼ିରହିଛି। ଶାଖା ଡାକ ଘରେ ପାଣିର କୌଣସି ସୁବିଧା ନାହିଁ। ଫଳରେ ବହୁ ଅସନ୍ତୋଷ ଦେଖାଯାଉଛି। ଡାକଘରର ନାଁ ଭିତ୍ତିଭୂମି ଅଛି ନାଁ ମୌଳିକ ସେବା ମିଳୁଛି। ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ଡାକଘର ଉପରେ ଲେଖାହୋଇଛି ୧୦ଟାରୁ ୨ଟା ଖୋଲା ରହୁଛି। କିନ୍ତୁ ସବୁଦିନ ୧ଟା ବେଳେ ବନ୍ଦ ହୋଇଯାଉଛି। ଫଳରେ ଜରୁରୀ ଚିଠି ଡାକଟିକଟ ପାଇବାରେ ସାଧାରଣ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଶାଖା ଡାକ ଘରର ଭିତ୍ତିଭୂମି ଏବଂ ମୌଳିକ ସେବା ସହିତ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲିବା ପାଇଁ ସ୍ଥାନୀୟବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି। କେନ୍ଦ୍ର ସରକାର ଡାକଘରେ ବିଭିନ୍ନ ଯୋଜନା ଥିଲେ ମଧ୍ୟ ପୋଷ୍ଟ ଅଫିସରେ କେମିତି କାର୍ଯ୍ୟକାରୀ ହେବ ତଥା ଆଧାର କାର୍ଡ ଭେରିଫିକେସନ୍‍, ଜମା ଖାତା, ଏନ୍‍ଏସି, ସୁକନ୍ୟା ଯୋଜନା ଏବଂ କେନ୍ଦ୍ର ସରକାରଙ୍କର ସବୁ ଜନକଲ୍ୟାଣକାରୀ ସୁବିଧା ମିଳିବା ପାଇଁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବୀ କରିଛନ୍ତି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର