ଶ୍ୱେତା ଆତ୍ମହତ୍ୟା ମାମଲା : ଭାଇରାଲ ହେଲା ଆଉ ଏକ ହ୍ୱାଟ୍‍ସଆପ୍‍ ଚାଟ୍‌, ସୌମ୍ୟଜିତ୍‍କୁ ଧରିବାକୁ ଭୁବନେଶ୍ୱର ବାହାରେ ଦୁଇଟି ଟିମ୍‍

The Sakala Picture
Published On

ଭୁବନେଶ୍ୱର : ଶ୍ୱେତା ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଶ୍ୱେତାଙ୍କର ଗୋଟିଏ ପରେ ଗୋଟିଏ ହ୍ୱାଟ୍ସଆପ୍‍ ଚାଟ ଭାଇରାଲ ହେବା ପରେ ସୌମ୍ୟଜିତଙ୍କ ଚରିତ୍ରକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ଜଣେ ଯୁବତୀଙ୍କ ସହ ଶ୍ୱେତାଙ୍କର ହ୍ୱାଟ୍‍ସଆପ୍‍ ବାର୍ତ୍ତାଳାପ ଭାଇରାଲ ହେବା ପରେ ସୌମ୍ୟଜିତ୍‍ ଯେ ଟଙ୍କା ପାଇଁ ଏକାଧିକ ଯୁବତୀଙ୍କୁ ଫସାଉଥିଲେ ତାହା ଚର୍ଚ୍ଚା ହେଉଛି। ଅବଶ୍ୟ ଏହି ହ୍ୱାଟ୍‍ସଆପ୍‍ର ସତ୍ୟତା ନେଇ କେହି ସ୍ପଷ୍ଟ କରିନାହାନ୍ତି। ଭାଇରାଲ୍‍ ହୋଇଥିବା […]

ଭୁବନେଶ୍ୱର : ଶ୍ୱେତା ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଶ୍ୱେତାଙ୍କର ଗୋଟିଏ ପରେ ଗୋଟିଏ ହ୍ୱାଟ୍ସଆପ୍‍ ଚାଟ ଭାଇରାଲ ହେବା ପରେ ସୌମ୍ୟଜିତଙ୍କ ଚରିତ୍ରକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ଜଣେ ଯୁବତୀଙ୍କ ସହ ଶ୍ୱେତାଙ୍କର ହ୍ୱାଟ୍‍ସଆପ୍‍ ବାର୍ତ୍ତାଳାପ ଭାଇରାଲ ହେବା ପରେ ସୌମ୍ୟଜିତ୍‍ ଯେ ଟଙ୍କା ପାଇଁ ଏକାଧିକ ଯୁବତୀଙ୍କୁ ଫସାଉଥିଲେ ତାହା ଚର୍ଚ୍ଚା ହେଉଛି। ଅବଶ୍ୟ ଏହି ହ୍ୱାଟ୍‍ସଆପ୍‍ର ସତ୍ୟତା ନେଇ କେହି ସ୍ପଷ୍ଟ କରିନାହାନ୍ତି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଭାଇରାଲ୍‍ ହୋଇଥିବା ହ୍ୱାଟ୍‍ସଆପ ଚାଟ୍‍ ଅନୁସାରେ ଶ୍ୱେତା ଜଣେ ଯୁବତୀଙ୍କୁ ସୌମ୍ୟଜିତ୍‍ଙ୍କ ସମ୍ପର୍କରେ ସଚେତନ କରାଉଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ ସୌମ୍ୟଜିତ୍‍ଙ୍କ ଫାସରେ ଫସିଯାଅନି। ପ୍ରଥମେ ସୌମ୍ୟଜିତ୍‍ ମିଠା କଥା କହି ଜାଲରେ ଫସେଇବ, ତୁମ ଗୁଣକୁ ନେଇ ପ୍ରଶଂସା କରିବ। ତା’ ପରେ ସମ୍ପର୍କ ନିବିଡ଼ କରିବାକୁ ଜାଲ ବୁଣିବ। ଏହା ପରେ ତୁମଠାରୁ ପଇସା ନେଇ ତୁମକୁ ଅଦରକାରୀ ଜିନିଷ ଭାବେ ଛାଡ଼ିଦେବ ବୋଲି ସମ୍ପୃକ୍ତ ଯୁବତୀଙ୍କୁ ହ୍ୱାଟ୍‍ସ ଆପ୍‍ ମେସେଜରେ ଚେତାଇଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଶ୍ୱେତାଙ୍କୁ ସୌମ୍ୟଜିତ୍‍ ନିର୍ଯାତନା ଦେଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଶ୍ୱେତାଙ୍କୁ ସେ ଜବରଦସ୍ତି ଟଙ୍କା ମାଗୁଥିଲେ। ଟଙ୍କା ନ ଦେଲେ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଜଣାପଡ଼ିଛି। ଚାକିରି ଛାଡ଼ିବା ପରେ ସୌମ୍ୟଜିତ୍‍ ଶ୍ୱେତାଙ୍କ ସହ ରହୁଥିଲେ। ଏହି ସମୟରେ ସେ ନିର୍ଯାତନା ଦେବା ସହ ଟଙ୍କା ଲୁଟି ନେଉଥିଲେ। ଏତିକିରେ ତାଙ୍କ ମନ ଭରିନଥିଲା। ଶ୍ୱେତା ଟଙ୍କା ଦେବା ବନ୍ଦ କରି ଦେବା ପରେ ଅନ୍ୟ ଯୁବତୀଙ୍କୁ ଫସାଇଥିଲେ। ଜଣେ ନୁହେଁ ଏକାଧିକ ଯୁବତୀଙ୍କ ସହ ସୌମ୍ୟ ସମ୍ପର୍କ ରଖିଥିବା ଶ୍ୱେତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଭଲ ପାଇବା ବାହାନାରେ ପ୍ରେମରେ ଫସାଇ ଟଙ୍କା ଲୁଟିବା ଥିଲା ସୌମ୍ୟଜିତ୍‍ଙ୍କ କାମ। ତେଣୁ ସୌମ୍ୟଜିତ୍‍ ଫସାଇଥିବା ଏକାଧିକ ଯୁବତୀଙ୍କୁ ସଚେତନ କରୁଥିଲେ ଶ୍ୱେତା।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ସୌମ୍ୟଜିତ୍‍ଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ମଧ୍ୟ ସାହାସ ଜୁଟାଇଥିଲେ ଶ୍ୱେତା। କିନ୍ତୁ ଥାନାକୁ ଗଲେ ସୌମ୍ୟଜିତ୍‍ଙ୍କ ନିକଟରେ ଥିବା ଅଶ୍ଲୀଳ ଭିଡ଼ିଓ ଏବଂ ଫଟୋକୁ ଭାଇରାଲ କରି ଦେବାକୁ ଧମକ ଦେଇଥିଲେ। ଯେଉଁଥି ପାଇଁ ଶ୍ୱେତା ଲୋକ ଲଜ୍ଜ୍ୟା ଭୟରେ ଥାନାକୁ ଯିବା ପାଇଁ ଡରିଥିଲେ। ଏକାଧିକ ଥର ସୌମ୍ୟଙ୍କୁ ଫୋନ୍‍ କରି ଶ୍ୱେତା ଭୁଲ୍‍ ମାଗି ତାଙ୍କ ସହ ରହିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସୌମ୍ୟଜିତ୍‍ ତାଙ୍କ ଫୋନ୍‍ ଉଠାଉନଥିଲେ। ଯଦି ଉଠାଉଥିଲେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ବିଭିନ୍ନ ଧମକ ଚମକ ଦେଉଥିଲେ। ସୌମ୍ୟଜିତ୍‍ଙ୍କ ବିରୋଧରେ ପୁଲିସ ଏକାଧିକ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିବା ପାଇଁ ୨ଟି ଟିମ୍‍ ଭୁବନେଶ୍ୱର ବାହାରକୁ ଯାଇଥିବା ଜଣାପଡ଼ିଛି। ସୌମ୍ୟଜିତ୍‍ ଗିରଫ ହେବା ପରେ ପୂରା ଘଟଣା ପଦାକୁ ଆସିବ ବୋଲି ପୁଲିସ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର