ଭାସିଯାଉଥିବା ତିନି ପୁଅଙ୍କୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁଲେ ବାପା, ଜଣେ ନିଖୋଜ

The Sakala Picture
Published On

ରାୟଗଡ଼ା: ପୁଅଙ୍କୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁଲେ ବାପା । ନଦୀର ପ୍ରଖର ସୁଅରେ ଭାସିଯାଉଥିବା ତିନି ପୁଅଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀକୁ ଡେଇଁଲେ ବାପା । ତେବେ ୨ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର ଝୁଲାପୋଲ ନିକଟରେ । ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣି ଆସିବାରୁ ଏଭଳି ଅଘଟଣ ଘଟିଛି। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଏଲୁରର ଗୋଟିଏ […]

ରାୟଗଡ଼ା: ପୁଅଙ୍କୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁଲେ ବାପା । ନଦୀର ପ୍ରଖର ସୁଅରେ ଭାସିଯାଉଥିବା ତିନି ପୁଅଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀକୁ ଡେଇଁଲେ ବାପା । ତେବେ ୨ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର ଝୁଲାପୋଲ ନିକଟରେ । ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣି ଆସିବାରୁ ଏଭଳି ଅଘଟଣ ଘଟିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଏଲୁରର ଗୋଟିଏ ପରିବାର ରାୟଗଡ଼ା ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୩ ଛୁଆ ଓ ବାପାମା’ ଥିଲେ। ସେମାନେ ଝୁଲା ପୋଲ ବୁଲି ସାରିବା ପରେ ବ୍ୟକ୍ତିଜଣକ ନିଜ ୩ ସନ୍ତାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ଏହି ସମୟରେ ନଦୀର ପ୍ରଖର ସ୍ରୋତରେ ତିନି ଜଣ ଯାକ ପିଲା ଭାସିଯାଇଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ବାପା ନଦୀକୁ ଡେଇଁ ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ। ଆଉ ଗୋଟିଏ ପିଲାକୁ ଉଦ୍ଧାର କରୁଥିବା ବେଳେ ବାପା ଗୋପାଳ କ୍ରିଷ୍ଣା ମଧ୍ୟ ଫସିଯାଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ବାପାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗୋଟିଏ ପିଲା ଏବେବି ନିଖୋଜ ଅଛି । ନିଖୋଜ ପିଲାର ନାଁ ଏ ଅମରେଶ ବୋଲି ଜଣାପଡିଛି । ତେବେ ଅଗ୍ନିଶମ ବାହୀନି ଓ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର