ପୁଲିସର ତଦନ୍ତରେ ଶିଥିଳତା ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରକୃତି

The Sakala Picture
Published On

କଟକ: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୁଲିସର ତଦନ୍ତରେ ଶିଥିଳତା ନେଇ କୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରକୃତି। ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ବାପାଙ୍କ ଦ୍ଵାରା ହୋଇଥିବା ଆକ୍ରମଣ ମାମଲାରେ ପୁଲିସ ସଠିକ୍ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି ପ୍ରକୃତି। ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତି। ଗତ ଜୁଲାଇ ୨୩ ତାରିଖରେ ପ୍ରକୃତି ଦେଇଥିଲେ ଏତଲା। […]

କଟକ: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୁଲିସର ତଦନ୍ତରେ ଶିଥିଳତା ନେଇ କୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରକୃତି। ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ବାପାଙ୍କ ଦ୍ଵାରା ହୋଇଥିବା ଆକ୍ରମଣ ମାମଲାରେ ପୁଲିସ ସଠିକ୍ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି ପ୍ରକୃତି। ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତି। ଗତ ଜୁଲାଇ ୨୩ ତାରିଖରେ ପ୍ରକୃତି ଦେଇଥିଲେ ଏତଲା। ଏହି ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି କୋର୍ଟରେ ପ୍ରାର୍ଥନା କରିଛନ୍ତି ପ୍ରକୃତି। ଏହି ମାମଲାରେ ଖାରବେଳ ନଗର ଥାନା ଆଇସିସି, ଭୁବନେଶ୍ୱର ଡିସିପି, ଡିଜିପି, ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରଯାଇଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ପ୍ରକୃତି ଗଣମାଧ୍ଯକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋ ସାଙ୍ଗରେ ନ୍ୟାୟ କି ଅନ୍ୟାୟ ହୋଇଛି, ତାହା ସମସ୍ତେ ଦେଖିଛନ୍ତି। ମୋର କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି। ମୋତେ ନ୍ୟାୟ ନିଶ୍ଚିତ ମିଳିବ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର