ପୁଲିସ ହାତରେ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ସିଡ଼ିଆର ରିପୋର୍ଟ, ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଙ୍କୁ ୧୫ ଥର କଲ କରିଥିଲେ ଶ୍ୱେତା

The Sakala Picture
Published On

ଭୁବନେଶ୍ବର : ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା ଏବେ ଭିନ୍ନମୋଡ଼ ନେଇଛି। ଏହି ଆତ୍ମହତ୍ୟା ପଛରେ ତାଙ୍କ ପୁରୁଷବନ୍ଧୁଙ୍କ ହାତଥିବା ନେଇ ଶ୍ୱେତାଙ୍କ ପରିବାର ଲୋକେ ସୋମବାର ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ପୁଲିସ ହାତରେ ଲାଗିଛି ଶ୍ଵେତା ଉତ୍କଳ କୁମାରୀଙ୍କ ମୋବାଇଲ ସିଡ଼ିଆର ରିପୋର୍ଟ। ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ୧୫ ଥର କଲ କରିଥିଲେ ଶ୍ୱେତା। ରାତି ୧ ଟା ୩୦ ପର୍ଯ୍ୟନ୍ତ ସୌମ୍ୟଙ୍କୁ ଶେଷ କଲ […]

ଭୁବନେଶ୍ବର : ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା ଏବେ ଭିନ୍ନମୋଡ଼ ନେଇଛି। ଏହି ଆତ୍ମହତ୍ୟା ପଛରେ ତାଙ୍କ ପୁରୁଷବନ୍ଧୁଙ୍କ ହାତଥିବା ନେଇ ଶ୍ୱେତାଙ୍କ ପରିବାର ଲୋକେ ସୋମବାର ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ପୁଲିସ ହାତରେ ଲାଗିଛି ଶ୍ଵେତା ଉତ୍କଳ କୁମାରୀଙ୍କ ମୋବାଇଲ ସିଡ଼ିଆର ରିପୋର୍ଟ। ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ୧୫ ଥର କଲ କରିଥିଲେ ଶ୍ୱେତା। ରାତି ୧ ଟା ୩୦ ପର୍ଯ୍ୟନ୍ତ ସୌମ୍ୟଙ୍କୁ ଶେଷ କଲ କରିଥିଲେ ଶ୍ୱେତା। କିନ୍ତୁ ଶ୍ଵେତାଙ୍କ କଲ ରିସିଭ କରିନଥିଲେ ସୌମ୍ୟଜିତ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଅନ୍ୟପଟେ ସପ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଶ୍ଵେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ନୋଟିସ କରିଛି। ଫୋନ ଯୋଗେ ନୋଟିସ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ନୋଟିସ ପରେ ଆଜି ସୌମ୍ୟଜିତ ଥାନାରେ ହାଜର ହେବାନେଇ ପୁଲିସ କହିଥିବା ବେଳେ ସୌମ୍ୟଜିତ ଫେରାର ଥିବା ଚର୍ଚ୍ଚା ହେଉଛି। ଗତକାଲି ରାତିରେ ସୌମ୍ୟଜିତ ତାଙ୍କ ସମ୍ବଳପୁର ସ୍ଥିତି ଘରୁ ଏକ ବୁଲେଟ ବାଇକରେ କେଉଁଆଡେ ଯାଉଥିବା ସିସିଟିଭି ଫୁଟେଜ୍‌ ଭାଇରାଲ ହେଉଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ତେବେ ପୁଲିସ କହିବା କଥା ସୌମ୍ୟଜିତ ଭୁବନେଶ୍ବର ଆସୁଥିବା କହିଛନ୍ତି। କିନ୍ତୁ ଏଯାଏଁ ସେ ଥାନାରେ ହାଜର ହୋଇନଥିବା ବେଳେ  ତାଙ୍କ ଫୋନ୍‌ ବର୍ତ୍ତମାନ ସୁଇଚଅଫ୍‌ ଆସୁଛି। ଏଣୁ ସେ ଏବେ କେଉଁଠି ଅଛନ୍ତି। ସେ ଫେରାର ହୋଇଛନ୍ତି ନା ଆଜି ପୁଲିସ ନିକଟରେ ହାଜର ହେବେ ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର