ଭୁବନେଶ୍ୱରରେ ହୁ ହୁ ହୋଇ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ଗୋଟିଏ ଦିନରେ ଚିହ୍ନଟ ହେଲେ ୩୨ ଡେଙ୍ଗୁ ରୋଗୀ

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା  ବେଳେ  ଘରେ ଘରେ ଜର ମାଡିଗଲାଣି। ୩ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୮୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ କେବଳ ଭୁବନେଶ୍ବର ମହାନଗର ନିଗମ(ବିଏମସି)ରେ ୭୬୭ ରୋଗୀ ରହିଛନ୍ତି। ଅବଶିଷ୍ଟ ୫୧ରୋଗୀ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରେ  ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ସବୁଠୁ ଚିନ୍ତାଜନକ ବିଷୟ […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା  ବେଳେ  ଘରେ ଘରେ ଜର ମାଡିଗଲାଣି। ୩ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୮୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ କେବଳ ଭୁବନେଶ୍ବର ମହାନଗର ନିଗମ(ବିଏମସି)ରେ ୭୬୭ ରୋଗୀ ରହିଛନ୍ତି। ଅବଶିଷ୍ଟ ୫୧ରୋଗୀ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରେ  ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଗତକାଲି ଅର୍ଥାତ ୨୨ ତାରିଖରେ କେବଳ ଭୁବନେଶ୍ବର ମହାନଗର ନିମଗରେ ୩୨ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ରାଜଧାନୀବାସୀଙ୍କ ଚିନ୍ତା ଆହୁରି ବଢିଯାଇଛି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ସେପଟେ ଭୁବନେଶ୍ବର ୟୁନିଟ୍‌-୯ ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଛି। ଘରେ ଘରେ ଜର ମାଡିଗଲାଣି । ପିଏଚ୍‌ଡି ଅଫିସରେ ଏକାଧିକ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହେଲେଣି । ଜଣେ କର୍ମଚାରୀଙ୍କ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ୱାର୍ଡ ନଂ-୨୯ରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତି ଘରେ ଜଣେ ଦୁଇ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ସେହିପରି ୩୫ ନଂ ୱାର୍ଡରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ପିଏଚ୍‌ଡି ଅଫିସରେ ମାଳ ମାଳ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ କର୍ମଚାରୀ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତିନି ଦିନ ତଳେ ତାଙ୍କର ଦେହାନ୍ତ ହୋଇଛି । ତେବେ ସରକାରଙ୍କ ପାଖରେ ଏହି ତଥ୍ୟ ନାହିଁ। ଡେଙ୍ଗୁ ମୃତ୍ୟୁ ହୋଇଥିବା ନେଇ କୌଣସି ଅଭିଯୋଗ ଆସିନଥିବା ନେଇ ଏଡିୟୁପିଏଚ୍‌ଓ ଅର୍ନ୍ତଯାମୀ ମିଶ୍ର କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ସବୁ ସରକାରୀ ଅଫିସ ଏବେ ଡେଙ୍ଗୁ ମଶାଙ୍କ ଆଡ୍ଡା ପାଲଟିଛି । ଫୁଲକୁଣ୍ଡ ଏବଂ ଅନ୍ୟ ଜାଗାକୁ ଠିକ୍‌ ଭାବେ ସଫା କରାଯାଉନି । ଫଳରେ ବର୍ଷା ପାଣି ଜମିବା ପରେ ଡେଙ୍ଗୁ ମଶା ବଂଶ ବୃଦ୍ଧି ପାଉଛି । ବିଏମ୍‌ସି ପକ୍ଷରୁ କରାଯାଉଥିବା ସଚେତନତା କିଛି କାମ ଦେଉନି । ରବିବାର ଏବଂ ଗୁରୁବାର କେବଳ ଫଟୋରେ ଡ୍ରାଏ ଡେ ପାଳନ କରା ଯାଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୭୬୭ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ସର୍ବାଧିକ ଡେଙ୍ଗୁ ରୋଗୀ ବିଡିଏ କଲୋନୀ ଏବଂ ୟୁନିଟ୍‌-୯ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର, ଡମଣା ଅଞ୍ଚଳରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

ରାଜଧାନୀ ଭୁବନେଶ୍ବରରେ ବଢୁଥିବା ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ସାଙ୍ଗକୁ ଟେଷ୍ଟିଂ କରିବାରେ ଅବହେଳାକୁ ଦାୟୀ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଭୁବନେଶ୍ବରର ଲୋକ ଯେ ପର୍ଯ୍ୟନ୍ତ ସଚେତନ ହେଇନାହାଁନ୍ତି ରୋଗ ହ୍ରାସ କରିବା କଷ୍ଟକର। ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ମିଶି ଲୋକଙ୍କୁ ସଚେତନ କରୁଛନ୍ତି। ଫଗିଂ, ମଶାତେଲ ପକାଉଛନ୍ତି। ଡ୍ରାଇ ଡେ ମଧ୍ୟ ପାଳନ ହେଉଛି। ବର୍ଷା କମିଲେ ଏ ଉପଦ୍ରବ ବି କମିବ,”କହିଛନ୍ତି ବିଏମ୍‌ସି ଜନ ସ୍ଵାସ୍ଥ୍ୟ ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର। ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ସରକାରୀ ନିଦାନ କେନ୍ଦ୍ରରେ ଏଲିସା ପରୀକ୍ଷା ଜରୁରୀ । ଏହା ନକରି ଲୋକେ ଘରୋଇ ଭାବେ ଟେଷ୍ଟିଂ କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ।

23 Aug 2022 By The Sakala

ଭୁବନେଶ୍ୱରରେ ହୁ ହୁ ହୋଇ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ଗୋଟିଏ ଦିନରେ ଚିହ୍ନଟ ହେଲେ ୩୨ ଡେଙ୍ଗୁ ରୋଗୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା  ବେଳେ  ଘରେ ଘରେ ଜର ମାଡିଗଲାଣି। ୩ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୮୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ କେବଳ ଭୁବନେଶ୍ବର ମହାନଗର ନିଗମ(ବିଏମସି)ରେ ୭୬୭ ରୋଗୀ ରହିଛନ୍ତି। ଅବଶିଷ୍ଟ ୫୧ରୋଗୀ ବାଲିଅନ୍ତା, ବାଲିପାଟଣା ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରେ  ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଗତକାଲି ଅର୍ଥାତ ୨୨ ତାରିଖରେ କେବଳ ଭୁବନେଶ୍ବର ମହାନଗର ନିମଗରେ ୩୨ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଯାହା ରାଜଧାନୀବାସୀଙ୍କ ଚିନ୍ତା ଆହୁରି ବଢିଯାଇଛି।

ସେପଟେ ଭୁବନେଶ୍ବର ୟୁନିଟ୍‌-୯ ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଛି। ଘରେ ଘରେ ଜର ମାଡିଗଲାଣି । ପିଏଚ୍‌ଡି ଅଫିସରେ ଏକାଧିକ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହେଲେଣି । ଜଣେ କର୍ମଚାରୀଙ୍କ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ୱାର୍ଡ ନଂ-୨୯ରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତି ଘରେ ଜଣେ ଦୁଇ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ସେହିପରି ୩୫ ନଂ ୱାର୍ଡରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ପିଏଚ୍‌ଡି ଅଫିସରେ ମାଳ ମାଳ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ କର୍ମଚାରୀ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତିନି ଦିନ ତଳେ ତାଙ୍କର ଦେହାନ୍ତ ହୋଇଛି । ତେବେ ସରକାରଙ୍କ ପାଖରେ ଏହି ତଥ୍ୟ ନାହିଁ। ଡେଙ୍ଗୁ ମୃତ୍ୟୁ ହୋଇଥିବା ନେଇ କୌଣସି ଅଭିଯୋଗ ଆସିନଥିବା ନେଇ ଏଡିୟୁପିଏଚ୍‌ଓ ଅର୍ନ୍ତଯାମୀ ମିଶ୍ର କହିଛନ୍ତି ।

ସବୁ ସରକାରୀ ଅଫିସ ଏବେ ଡେଙ୍ଗୁ ମଶାଙ୍କ ଆଡ୍ଡା ପାଲଟିଛି । ଫୁଲକୁଣ୍ଡ ଏବଂ ଅନ୍ୟ ଜାଗାକୁ ଠିକ୍‌ ଭାବେ ସଫା କରାଯାଉନି । ଫଳରେ ବର୍ଷା ପାଣି ଜମିବା ପରେ ଡେଙ୍ଗୁ ମଶା ବଂଶ ବୃଦ୍ଧି ପାଉଛି । ବିଏମ୍‌ସି ପକ୍ଷରୁ କରାଯାଉଥିବା ସଚେତନତା କିଛି କାମ ଦେଉନି । ରବିବାର ଏବଂ ଗୁରୁବାର କେବଳ ଫଟୋରେ ଡ୍ରାଏ ଡେ ପାଳନ କରା ଯାଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୭୬୭ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ସର୍ବାଧିକ ଡେଙ୍ଗୁ ରୋଗୀ ବିଡିଏ କଲୋନୀ ଏବଂ ୟୁନିଟ୍‌-୯ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର, ଡମଣା ଅଞ୍ଚଳରେ ମଧ୍ୟ ଏକାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜଧାନୀ ଭୁବନେଶ୍ବରରେ ବଢୁଥିବା ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ସାଙ୍ଗକୁ ଟେଷ୍ଟିଂ କରିବାରେ ଅବହେଳାକୁ ଦାୟୀ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଭୁବନେଶ୍ବରର ଲୋକ ଯେ ପର୍ଯ୍ୟନ୍ତ ସଚେତନ ହେଇନାହାଁନ୍ତି ରୋଗ ହ୍ରାସ କରିବା କଷ୍ଟକର। ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ମିଶି ଲୋକଙ୍କୁ ସଚେତନ କରୁଛନ୍ତି। ଫଗିଂ, ମଶାତେଲ ପକାଉଛନ୍ତି। ଡ୍ରାଇ ଡେ ମଧ୍ୟ ପାଳନ ହେଉଛି। ବର୍ଷା କମିଲେ ଏ ଉପଦ୍ରବ ବି କମିବ,”କହିଛନ୍ତି ବିଏମ୍‌ସି ଜନ ସ୍ଵାସ୍ଥ୍ୟ ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର। ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ସରକାରୀ ନିଦାନ କେନ୍ଦ୍ରରେ ଏଲିସା ପରୀକ୍ଷା ଜରୁରୀ । ଏହା ନକରି ଲୋକେ ଘରୋଇ ଭାବେ ଟେଷ୍ଟିଂ କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର