ସୁନ୍ଦରଗଡ଼ରେ ଏମ୍ସକୁ କେନ୍ଦ୍ରର ନାସ୍ତିବାଣୀ : ପଶ୍ଚିମ ଓଡ଼ିଶାର ୫ ବିଜେପି ସାଂସଦଙ୍କ ରହସ୍ୟମୟ ନିରବତା

The Sakala Picture
Published On

ଭୁବନେଶ୍ୱର : ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାର ବେଶ୍‍ ଉଦ୍‍ବିଗ୍ନ ଓ ଏ କ୍ଷେତ୍ରରେ ଓଡ଼ିଶାକୁ ପ୍ରାଥମିକତା ଦିଆଯାଉଛି ବୋଲି ରାଜ୍ୟର ବିଜେପି ସାଂସଦ ଓ ଦଳର ନେତାମାନେ ଅନେକବାର ତୁମ୍ଭୀତୋଫାନ କରିଥିବା ଦେଖାଯାଇଛି। ମାତ୍ର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିବା ପ୍ରସଙ୍ଗରେ ବିଜେପିର ରାଜ୍ୟ ନେତାମାନେ ତୁଣ୍ଡ ଖୋଲୁ ନାହାନ୍ତି। ବିଶେଷକରି ପୂର୍ବତନ […]

ଭୁବନେଶ୍ୱର : ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାର ବେଶ୍‍ ଉଦ୍‍ବିଗ୍ନ ଓ ଏ କ୍ଷେତ୍ରରେ ଓଡ଼ିଶାକୁ ପ୍ରାଥମିକତା ଦିଆଯାଉଛି ବୋଲି ରାଜ୍ୟର ବିଜେପି ସାଂସଦ ଓ ଦଳର ନେତାମାନେ ଅନେକବାର ତୁମ୍ଭୀତୋଫାନ କରିଥିବା ଦେଖାଯାଇଛି। ମାତ୍ର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିବା ପ୍ରସଙ୍ଗରେ ବିଜେପିର ରାଜ୍ୟ ନେତାମାନେ ତୁଣ୍ଡ ଖୋଲୁ ନାହାନ୍ତି। ବିଶେଷକରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏବର ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନିରବତା ଏ କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାଙ୍କ ସଂସଦୀୟ କ୍ଷେତ୍ରରେ ହେବାକୁଥିବା ଏହି ମହତ୍ତ୍ୱାକାଂକ୍ଷୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ କେନ୍ଦ୍ର ସରକାର ମନା କରିବା ପରେ ସେ ସାମାନ୍ୟତମ ପ୍ରତିକ୍ରିୟା ପ୍ରକାଶ ନ କରିବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ପଶ୍ଚିମ ଓଡ଼ିଶାର ଜନସାଧାରଣ ଗତ ନିର୍ବାଚନରେ ବିଜେପି ପ୍ରତି ବିଶେଷ ଆସ୍ଥା ପ୍ରକଟ କରିଛନ୍ତି। ବିଜେପିର ୫ ଜଣ ସାଂସଦଙ୍କୁ ଭୋଟ ଦେଇ ଲୋକସଭାକୁ ପଠାଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ, ବସନ୍ତ ପଣ୍ଡା, ନୀତେଶ ଗଙ୍ଗଦେବ, ସଙ୍ଗୀତା କୁମାରୀ ସିଂଦେଓ ଏବଂ ସୁରେଶ ପୂଜାରୀ ପଶ୍ଚିମ ଓଡ଼ିଶାରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ନିକଟରେ ଏହି ସାଂସଦମାନେ ନାର୍ଯ୍ୟ ଦାବି ଉପସ୍ଥାପନ କରିବା ଆଶାରେ ସେମାନଙ୍କୁ ସାଧାରଣ ଲୋକମାନେ ନିର୍ବାଚିତ କରିଛନ୍ତି। ପଛୁଆ ଜିଲ୍ଲାର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବେ ଓ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ଆଶା ବାନ୍ଧିଛନ୍ତି। ମାତ୍ର ବାସ୍ତବରେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ରାଜ୍ୟ ବିଜେପି ସାଂସଦମାନେ ସେପରି କିଛି ଆଖିଦୃଶିଆ ଦାବି କରୁଥିବା ଦେଖାଯାଉନାହିଁ। ରେଳବାଇ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବଳକା ଚାଉଳ ଉଠାଣ ସହିତ କୋଇଲା ରାଜଭାଗ ସଂଶୋଧନ, ମହିଳା ସଂରକ୍ଷଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତୁଣ୍ଡ ଫିଟାଉ ନଥିବା ଏହି ସାଂସଦମାନେ ଏମ୍ସ ପ୍ରସଙ୍ଗରେ ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଇଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏବଂ ପଶ୍ଚିମ ଓଡ଼ିଶାବାସୀଙ୍କର ଦୀର୍ଘ ଦିନର ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରି ଦେଇଛନ୍ତି; ଏହା ସତ୍ତ୍ବେ ପଶ୍ଚିମ ଓଡ଼ିଶାରୁ ନିର୍ବାତିତ ହୋଇଥିବା ବିଜେପି ସାଂସଦଙ୍କ ପାଟି ଫିଟୁ ନାହିଁ। ଆଦିବାସୀ ବହୁଳ ଏବଂ ଖଣିଜ ସମ୍ପଦ ଭରା ପଶ୍ଚିମ ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ପ୍ରସଙ୍ଗ ବିଜେପି ସାଂସଦଙ୍କ ପାଇଁ ସତେ ଯେପରି ଗୌଣ ହୋଇ ଯାଇଛି। ଓଡ଼ିଶାକୁ ଆଉ ଗୋଟିଏ ଏମ୍ସ ଦେବା ଲାଗି ବିଜେଡି ସାଂସଦମାନେ କେନ୍ଦ୍ର ସରକାରଙ୍କ ଉପରେ କ୍ରମାଗତ ଚାପ ପକାଉଥିବାବେଳେ ବିଜେପି ସାଂସଦମାନେ ଦାବି କରିବାକୁ ବଳ ପାଉ ନାହାନ୍ତି। ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠାରେ ବିଜେପି ସାଂସଦଙ୍କ ଏପରି ଆଭିମୁଖ୍ୟକୁ ନେଇ ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି।

ଚିକିତ୍ସା ସେବା ପାଇଁ ସୁଦୂର ପଶ୍ଚିମ ଓଡ଼ିଶାରୁ ରାଜଧାନୀକୁ ଆସିବା ସାଧାରଣ ଲୋକଙ୍କ ପକ୍ଷରେ ଅତ୍ୟନ୍ତ କଷ୍ଟକର। ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ଅଧ୍ୟୁଷିତ, ଖଣି ସମୃଦ୍ଧ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଦାବି କରି ଆସୁଛନ୍ତି। ଏହା ଫଳରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସହ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ରୋଗୀମାନେ ମଧ୍ୟ ଏଠାରେ ଚିକିତ୍ସିତ ହୋଇପାରିବେ। ପୂର୍ବରୁ ଆଇଜିଏଚ୍‍ରେ ମେଡ଼ିକାଲ କଲେଜ ଖୋଲାଯିବା ପ୍ରସଙ୍ଗକୁ ନେଇ ବିଜେପି ଅଡ଼ୁଆରେ ପଡ଼ିଥିଲା। ପ୍ରତିଶ୍ରୁତି ସତ୍ତ୍ବେ ମେଡ଼ିକାଲ କଲେଜ ଖୋଲା ନ ଯିବାକରୁ ବିଜେପିର ତତ୍‍କାଳୀନ ବିଧାୟକ ଦିଲ୍ଲୀପ ରାୟ ଦଳତ୍ୟାଗ କରିଥିଲେ। ପାର୍ଟି ଅପେକ୍ଷା ମାଟି ବଡ଼ ବୋଲି ଆହ୍ୱାନ ଦେଇ ସେ ସୁନ୍ଦରଗଡ଼ ଓ ପଶ୍ଚିମ ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହା ସତ୍ତ୍ବେ ରାଉରକେଲାରେ ମେଡ଼ିକାଲ କଲେଜ ସ୍ଥାପନ ହେଲା ନାହିଁ। ସୁନ୍ଦରଗଡ଼ରେ ମେଡ଼ିକାଲ କଲେଜ ସ୍ଥାପନ ନିମନ୍ତେ ରାଷ୍ଟ୍ରାୟତ୍ତ ସଂସ୍ଥା ଏନ୍‍ଟିପିସି ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିଲେ ମଧ୍ୟ ସେଥିରୁ ଓହରି ଯାଇଛି। ତେଣୁ ସେହିସ୍ଥାନରେ ଏମ୍ସ ସ୍ଥାପନ ନିମନ୍ତେ ବିଜେଡି ନିରନ୍ତର ଦାବି କରି ଆସୁଛି।

ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ସାଂସଦ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ସୁନ୍ଦରଗଡ଼ରେ ଏମ୍ସ ନିମନ୍ତେ ରାଜ୍ୟ ନିରନ୍ତର ଦାବି କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ହେଲେ ବିଜେପି ସାଂସଦଙ୍କ ପାଇଁ ଗରିବ ଲୋକଙ୍କ କଲ୍ୟାଣ ତୁଳନାରେ ରାଜନୀତି ବହୁତ ବଡ଼ ହୋଇଯାଇଛି। କେନ୍ଦ୍ରରେ ନିଜ ଦଳର ମନ୍ତ୍ରୀଙ୍କ ନିକଟରେ ଦାବି କରିବାକୁ ପଛଘୁଞ୍ଚା ଦେବା ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା ବୋଲି କୁହାଯାଉଛି।

ସଂସଦର ଚଳିତ ଅଧିବେଶନରେ ଗତ ୨ ତାରିଖରେ ବିଜେଡି ସାଂସଦ ଡ଼ ସସ୍ମିତ ପାତ୍ର ରାଜ୍ୟସଭାରେ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା କେବେ ହେବ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ନାହିଁ ବୋଲି ସଫା ସଫା କହିଥିଲେ। କେନ୍ଦ୍ର ସରକାରଙ୍କର ଏପରି ବୈମାତୃକ ମନୋଭାବକୁ ନେଇ କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ୱର ଉଠିଲାଣି, ହେଲେ ବିଜେପି ସାଂସଦମାନେ ଏ କ୍ଷେତ୍ରରେ କାହିକି ନିରବତା ଅବଲମ୍ବନ କରୁଛନ୍ତି ତାହା ଏବେ ବି ରହସ୍ୟମୟ ହୋଇ ରହିଛି।

06 Aug 2022 By The Sakala

https://www.thesakala.in/latest-odisha-news/centers-denial-of-aiims-in-sundargarh-mysterious-silence-of-5-bjp-mps-from-western-odisha/article-13926
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର