ଭୁବନେଶ୍ୱରରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ଜୁଲାଇରେ ଚିହ୍ନଟ ହେଲେଣି ୧୪୧ ରୋଗୀ

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ଜାନୁଆରୀ ମାସରୁ ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୨୨୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ବରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ରାଜଧାନୀବାସୀଙ୍କ ଚିନ୍ତା ବଢିଯାଇଛି। ରାଜ୍ୟର ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାକୁ ନେଇ ଲୋକଙ୍କ ମଧ୍ୟରେ […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ଜାନୁଆରୀ ମାସରୁ ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୨୨୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ବରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ରାଜଧାନୀବାସୀଙ୍କ ଚିନ୍ତା ବଢିଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ରାଜ୍ୟର ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ସାଙ୍ଗକୁ ଟେଷ୍ଟିଂ କରିବାରେ ଅବହେଳାକୁ ଦାୟୀ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ଭୁବନେଶ୍ବରରୁ ଚିହ୍ନଟ ହେଲେଣି ୨ଶହରୁ ଅଧିକ ଡେଙ୍ଗୁ ରୋଗୀ । କ୍ରମଶଃ ଏହି ସଂଖ୍ୟା ବୃଦ୍ଧି ପାଇ ୨୨୭ ରେ ପହଞ୍ଚିସାରିଛି । ଜୁନ୍ ଓ ଜୁଲାଇ ମାସରେ ଯଥାକ୍ରମେ ୬୮ ଓ ୧୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ କେବଳ ଚିହ୍ନଟ ହୋଇଛନ୍ତି ୧୮ଜଣ ଆକ୍ରାନ୍ତ । ରାଜଧାନୀରୁ ଚିହ୍ନଟ ୨୨୭ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୧୧ ଜଣ ରୋଗୀ ଅଜଣା ଥିବା ବେଳେ ଭୁବନେଶ୍ୱରରେ କେବଳ ୨୧୬ ରୋଗୀ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଅନ୍ୟପଟେ ଡେଙ୍ଗରେେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ମାସରେ ଜଣେ ଅବସର ପ୍ରାପ୍ତ ପୋଲିସ ଅଧିକାରୀଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏବେ ପୁଣି ୪ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ପୂର୍ଣ୍ଣାଂଶୁ ଚୌଧୁରୀଙ୍କର ଡେଙ୍ଗୁ ଜନିତ ମୃତ୍ୟୁ ଘଟିଛି । ଗତ ସୋମବାର ଠାରୁ ପୂର୍ଣ୍ଣାଂଶୁ ଜ୍ବରରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ । ଗତ ରବିବାର ଗୁରୁତର ହେବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଟେଷ୍ଟିଂ ଓ ରୋଗ ଚିହ୍ନଟରେ ବିଳମ୍ବ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଭୁବନେଶ୍ବରର ଲୋକ ଯେ ପର୍ଯ୍ୟନ୍ତ ସଚେତନ ହେଇନାହାଁନ୍ତି ରୋଗ ହ୍ରାସ କରିବା କଷ୍ଟକର। ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ମିଶି ଲୋକଙ୍କୁ ସଚେତନ କରୁଛନ୍ତି। ଫଗିଂ, ମଶାତେଲ ପକାଉଛନ୍ତି। ଡ୍ରାଇ ଡେ ମଧ୍ୟ ପାଳନ ହେଉଛି। ବର୍ଷା କମିଲେ ଏ ଉପଦ୍ରବ ବି କମିବ,”କହିଛନ୍ତି ବିଏମ୍‌ସି ଜନ ସ୍ଵାସ୍ଥ୍ୟ ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର। ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ସରକାରୀ ନିଦାନ କେନ୍ଦ୍ରରେ ଏଲିସା ପରୀକ୍ଷା ଜରୁରୀ । ଏହା ନକରି ଲୋକେ ଘରୋଇ ଭାବେ ଟେଷ୍ଟିଂ କରୁଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର