ଭାରତର ରାଷ୍ଟ୍ରପତିଭାବେ ନିର୍ବାଚିତ ହେବା ସହ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ଯୋଡ଼ି ହେଲା ଏହିସବୁ ରେକର୍ଡ…

The Sakala Picture
Published On

ନୂଆଦିଲ୍ଲୀ: ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି। ପ୍ରତିପକ୍ଷ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ବଡ଼ ବ୍ୟବଧାନରେ ଦ୍ରୌପଦୀ ପରାସ୍ତ କରିଛନ୍ତି । ଓଡିଶାର ଏକ ଅଖ୍ୟାତ ପଲ୍ଲୀରୁ ଆସି ରାଷ୍ଟ୍ରପତି ହୋଇ ମୁର୍ମୁ ଇତିହାସ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି ହେବା ପରେ ତାଙ୍କୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପରେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ଯୋଡ଼ି ହୋଇଛି ଅନେକ ‘ପ୍ରଥମ’ । ସେ […]

ନୂଆଦିଲ୍ଲୀ: ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି। ପ୍ରତିପକ୍ଷ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ବଡ଼ ବ୍ୟବଧାନରେ ଦ୍ରୌପଦୀ ପରାସ୍ତ କରିଛନ୍ତି । ଓଡିଶାର ଏକ ଅଖ୍ୟାତ ପଲ୍ଲୀରୁ ଆସି ରାଷ୍ଟ୍ରପତି ହୋଇ ମୁର୍ମୁ ଇତିହାସ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି ହେବା ପରେ ତାଙ୍କୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପରେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ଯୋଡ଼ି ହୋଇଛି ଅନେକ ‘ପ୍ରଥମ’ । ସେ ଦେଶର‌ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଓଡ଼ିଶାର ପ୍ରଥମ ମହିଳା ଭାବେ ସେ ଭାରତର ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଆସୀନ ହୋଇଛନ୍ତି । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ସହ ଦ୍ରୌପଦୀ ମୁର୍ମୁ ଏହି ପାଞ୍ଚଟି ରେକର୍ଡ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ପ୍ରଥମ ରେକର୍ଡ: ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଆସୀନ ହେବାରେ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ । ମୁର୍ମୁ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ଏକ ଗରିବ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମୁର୍ମୁଙ୍କ ପୂର୍ବରୁ କୌଣସି ଆଦିବାସୀ ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହୋଇ ନାହାଁନ୍ତି। ତେବେ କେ.ଆର ନାରାୟଣନ ଏବଂ ରାମନାଥ କୋବିନ୍ଦଙ୍କ ରୂପରେ ଭାରତକୁ ଦୁଇ ଜଣ ଦଳିତ ରାଷ୍ଟ୍ରପତି ମିଳିଥିଲେ ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଦ୍ୱିତୀୟ ରେକର୍ଡ: ଦ୍ରୌପଦୀ ମୁର୍ମୁ ପ୍ରଥମ ରାଷ୍ଟ୍ରପତି ଯିଏକି ଭାରତର ସ୍ୱାଧୀନତା ପରେ ଜନ୍ମ ହୋଇଛନ୍ତି । ୧୯୪୭ ମସିହାରେ ଦେଶ ସ୍ୱାଧୀନତା ପାଇବାର ପ୍ରାୟ ୧୧ ବର୍ଷ ପରେ ଦ୍ରୌପଦୀ ମୁର୍ମୁ ୨୦ ଜୁନ୍ ୧୯୫୮ରେ ଜନ୍ମଗ୍ରହଣ କରିଥିଲେ। ମୁର୍ମୁଙ୍କୁ ଛାଡ଼ି ଦେଶର ଆଉ ସମସ୍ତ ରାଷ୍ଟ୍ରପତି ୧୯୪୭ ପୂର୍ବରୁ ଜନ୍ମ ହୋଇଥିଲେ। ମୁର୍ମୁ ରାଷ୍ଟ୍ରପତି ହେବା ସହ ପ୍ରଥମ ଥର ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପଦରେ ଏପରି ବ୍ୟକ୍ତି ରହିଛନ୍ତି ଯାହାଙ୍କ ଜନ୍ମ ସ୍ୱାଧୀନୋତ୍ତର ଭାରତରେ ହୋଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ତୃତୀୟ ରେକର୍ଡ: ଦ୍ରୌପଦୀ ମୁର୍ମୁ ମଧ୍ୟ ସର୍ବ କନିଷ୍ଠ ରାଷ୍ଟ୍ରପତି | ଦେଶର ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ରେକର୍ଡ ନୀଲମ ସଞ୍ଜୀବ ରେଡ୍ଡୀଙ୍କ ନାମରେ ଅଛି, ଯିଏ ୧୯୭୭ ମସିହାରେ ନିର୍ବିରୋଧରେ ରାଷ୍ଟ୍ରପତି ହୋଇଥିଲେ। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କଲାବେଳେ ରେଡ୍ଡୀଙ୍କ ବୟସ ୬୪ ବର୍ଷ, ୨ ମାସ ୬ ଦିନ ଥିଲା | ଅନ୍ୟପକ୍ଷରେ ଦ୍ରୌପଦୀ ମୁର୍ମୁ ଯେତେବେଳେ ଆନୁଷ୍ଠାନିକ ଭାବେ ଜୁଲାଇ ୨୫ରେ ଦାୟିତ୍ବ ଗ୍ରହଣ କରିବେ ତାଙ୍କୁ ସେତେବେଳେ ୬୪ ବର୍ଷ, ଏକ ମାସ ୮ ଦିନ ହେବ।

ଚତୁର୍ଥ ରେକର୍ଡ: ଏକଦା କାଉନସିଲର ଥିବା ଜଣେ ବ୍ୟକ୍ତି ଭାରତର ରାଷ୍ଟ୍ରପତି ହେବା ପ୍ରଥମ ଦୃଷ୍ଟାନ୍ତ । ଦ୍ରୌପଦୀ ମୁର୍ମୁ ୧୯୯୭ରେ ରାଇରଙ୍ଗପୁର କାଉନସିଲର ଭାବେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହାର ତିନି ବର୍ଷ ପରେ ୨୦୦୦ରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ଏଥିସହ ସେ ଓଡିଶାର ତତ୍କାଳୀନ ବିଜେଡି-ବିଜେପି ମେଣ୍ଟ ସରକାରରେ ଦୁଇଥର ମନ୍ତ୍ରୀ ରହିଥିଲେ ।

ପଞ୍ଚମ ରେକର୍ଡ: ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସହିତ ଓଡିଶାର ନାମ ମଧ୍ୟ ସେହି ସବୁ ରାଜ୍ୟ ସହ ଯୋଡ଼ି ହୋଇଯାଇଛି ଯାହାର ବାସିନ୍ଦା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ ଭାରତର ୭ ଜଣ ବ୍ୟକ୍ତି ରାଷ୍ଟ୍ରପତି ହୋଇଛନ୍ତି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ବିହାରର ଥିଲେ। ଦ୍ରୌପଦୀଙ୍କ ପୂର୍ବରୁ ଓଡ଼ିଶାର ବ୍ରହ୍ମପୁର ସହରରେ ଜନ୍ମ ହୋଇଥିବା ଭିଭି ଗିରି ୧୯୬୯ରେ ରାଷ୍ଟ୍ରପତି ହୋଇଥିଲେ । ତେବେ ସେ ତେଲୁଗୁ ଭାଷୀ ଥିଲେ । ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବରେ ସେ ୧୯୬୯ ମସିହା ଅଗଷ୍ଟ ୨୪ରୁ ୧୯୭୪ ମସିହା ଅଗଷ୍ଟ ୨୪ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ। ଭିଭି ଗିରିଙ୍କ ବାପା କିନ୍ତୁ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଚିନ୍ତାଲପୁରୀ ଗାଁର ବାସିନ୍ଦା ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର