ଆଗକୁ କଣ ହେବ କହି ହେବନି, କେବେ କମିବ ଅନୁମାନ କରିହେଉନି : ଆଇଏଲସ ନିର୍ଦେଶକ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।  ଧିରେ ଧିରେ କରୋନା ଗ୍ରାଫ୍‌ ଉପରମୁହାଁ ହେବା ସହ କରୋନାର ଦ୍ୱିତୀୟ ଲହରର କୋପ ଦେଖିବାକୁ ମିଳୁଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିବା ସହ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଇଏଲସ ନିର୍ଦେଶକ ଅଜୟ ପରିଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି, ଭାଇରସର ଏଇ ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ। ଏହି […]

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।  ଧିରେ ଧିରେ କରୋନା ଗ୍ରାଫ୍‌ ଉପରମୁହାଁ ହେବା ସହ କରୋନାର ଦ୍ୱିତୀୟ ଲହରର କୋପ ଦେଖିବାକୁ ମିଳୁଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିବା ସହ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଇଏଲସ ନିର୍ଦେଶକ ଅଜୟ ପରିଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି, ଭାଇରସର ଏଇ ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ। ଏହି ଦ୍ୱିତୀୟ ଷ୍ଟ୍ରେନ ଦ୍ରୁତ ଗତିରେ ସଂକ୍ରମଣ କରୁଛି ଯାହା ଚିନ୍ତାଜନକ। ଯେଉଁଭଳି ଭାବେ ବର୍ତ୍ତମାନ ସଂଖ୍ୟା ବଢ଼ୁଛି ତାହା ଚିନ୍ତାଜନକ। ଆଗକୁ କଣ ହେବ କିଛି କହି ହେବନି। କେବେ କମିବ ତାହା ଅନୁମାନ କରିହେଉନି। ଆମେ ଭାଇରସର ଏହି ନୂଆ ଷ୍ଟ୍ରେନ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛୁ।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ଆଇଏଲସ ନିର୍ଦେଶକ ଅଜୟ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ଲୋକମାନେ ସଚେତନ ହେବା ନିହାତି ଦରକାର। ଯଦି ଲୋକମାନେ ସଚେତନ ନ ହେବେ ପରିସ୍ଥିତି ବହୁତ ଭୟଙ୍କର ହେବ। ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ଆଗକୁ ବି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି।ସୀମାବର୍ତ୍ତୀ ଅଞ୍ଚଳରେ ସଂଖ୍ୟା ବଢ଼ୁଥିବାରୁ ନାଇଟ କର୍ଫ୍ୟୁ କରାଯାଇଛି । ବାହାର ଲୋକ ଆସୁଥିବାରୁ ଭୁବନେଶ୍ବରରେ ସଂଖ୍ୟା ବଢ଼ୁଛି କିଛି ସହରାଞ୍ଚଳରେ ବି ସଂଖ୍ୟା ବଢୁଛି । ବିଶେଷ କରି ଭୁବନେଶ୍ୱରରେ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହେଉଛି ବୋଲି ଆଇଏଲସ ନିର୍ଦେଶକ ଅଜୟ ପରିଡ଼ା କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

08 Apr 2021 By The Sakala

ଆଗକୁ କଣ ହେବ କହି ହେବନି, କେବେ କମିବ ଅନୁମାନ କରିହେଉନି : ଆଇଏଲସ ନିର୍ଦେଶକ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।  ଧିରେ ଧିରେ କରୋନା ଗ୍ରାଫ୍‌ ଉପରମୁହାଁ ହେବା ସହ କରୋନାର ଦ୍ୱିତୀୟ ଲହରର କୋପ ଦେଖିବାକୁ ମିଳୁଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିବା ସହ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଇଏଲସ ନିର୍ଦେଶକ ଅଜୟ ପରିଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି, ଭାଇରସର ଏଇ ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ। ଏହି ଦ୍ୱିତୀୟ ଷ୍ଟ୍ରେନ ଦ୍ରୁତ ଗତିରେ ସଂକ୍ରମଣ କରୁଛି ଯାହା ଚିନ୍ତାଜନକ। ଯେଉଁଭଳି ଭାବେ ବର୍ତ୍ତମାନ ସଂଖ୍ୟା ବଢ଼ୁଛି ତାହା ଚିନ୍ତାଜନକ। ଆଗକୁ କଣ ହେବ କିଛି କହି ହେବନି। କେବେ କମିବ ତାହା ଅନୁମାନ କରିହେଉନି। ଆମେ ଭାଇରସର ଏହି ନୂଆ ଷ୍ଟ୍ରେନ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛୁ।

ଆଇଏଲସ ନିର୍ଦେଶକ ଅଜୟ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ଲୋକମାନେ ସଚେତନ ହେବା ନିହାତି ଦରକାର। ଯଦି ଲୋକମାନେ ସଚେତନ ନ ହେବେ ପରିସ୍ଥିତି ବହୁତ ଭୟଙ୍କର ହେବ। ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ଆଗକୁ ବି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି।ସୀମାବର୍ତ୍ତୀ ଅଞ୍ଚଳରେ ସଂଖ୍ୟା ବଢ଼ୁଥିବାରୁ ନାଇଟ କର୍ଫ୍ୟୁ କରାଯାଇଛି । ବାହାର ଲୋକ ଆସୁଥିବାରୁ ଭୁବନେଶ୍ବରରେ ସଂଖ୍ୟା ବଢ଼ୁଛି କିଛି ସହରାଞ୍ଚଳରେ ବି ସଂଖ୍ୟା ବଢୁଛି । ବିଶେଷ କରି ଭୁବନେଶ୍ୱରରେ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହେଉଛି ବୋଲି ଆଇଏଲସ ନିର୍ଦେଶକ ଅଜୟ ପରିଡ଼ା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର