ଆଇଏଲଏସ୍ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ପରଲୋକ
ଭୁବନେଶ୍ବର: ଆଇଏଲଏସ୍ (ILS) ନିର୍ଦ୍ଦେଶକ ପଦ୍ମଶ୍ରୀ ଡା. ଅଜୟ ପରିଡାଙ୍କ ପରଲୋକ। ଗୌହାଟୀରେ ଡାକ୍ତର ଅଜୟ ପରିଡାଙ୍କ ପରଲୋକ ଘଟିଛି । ତାଙ୍କ ପରଲୋକ ନେଇ ILS ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତ୍ୟୁବେଳକୁ ଅଜୟ ପରିଡ଼ାଙ୍କୁ ୫୮ବର୍ଷ ହୋଇଥିବା ଜଣାପଡିଛି । ହୃଦଘାତରେ ତାଙ୍କର ମୃତ୍ଯୁ ଘଟିଥିବା ସୂଚନା। ସୂଚନା ଅନୁଯାୟୀ, ଅଜୟ ପରିଡ଼ା ଗୌହାଟୀରେ ଚାଲିଥିବା ଏକ ପ୍ରେସ୍ କନ୍ଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି […]
ଭୁବନେଶ୍ବର: ଆଇଏଲଏସ୍ (ILS) ନିର୍ଦ୍ଦେଶକ ପଦ୍ମଶ୍ରୀ ଡା. ଅଜୟ ପରିଡାଙ୍କ ପରଲୋକ। ଗୌହାଟୀରେ ଡାକ୍ତର ଅଜୟ ପରିଡାଙ୍କ ପରଲୋକ ଘଟିଛି । ତାଙ୍କ ପରଲୋକ ନେଇ ILS ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତ୍ୟୁବେଳକୁ ଅଜୟ ପରିଡ଼ାଙ୍କୁ ୫୮ବର୍ଷ ହୋଇଥିବା ଜଣାପଡିଛି । ହୃଦଘାତରେ ତାଙ୍କର ମୃତ୍ଯୁ ଘଟିଥିବା ସୂଚନା।
ସୂଚନା ଅନୁଯାୟୀ, ଅଜୟ ପରିଡ଼ା ଗୌହାଟୀରେ ଚାଲିଥିବା ଏକ ପ୍ରେସ୍ କନ୍ଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି ।
ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ
ରାଜ୍ୟରେ କୋଭିଡ଼ ମହାମାରୀ ସମୟରେ ILS ନିର୍ଦ୍ଦେଶକଙ୍କ ପରିଚାଳନା ଏବଂ କରୋନା ଟେଷ୍ଟିଂରେ ତାଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏପିରିକି ରାଜ୍ୟବାସୀଙ୍କୁ କୋଭିଡ଼ ମହାମାରୀ ନେଇ ସବୁବେଳେ ସତର୍କ କରାଉଥିଲେ ଅଜୟ ପରିଡ଼ା ।






