ଏମ୍ସ ଭୁବନେଶ୍ୱରର ଦଶମ ପ୍ରତିଷ୍ଠା ଦିବସ ପାଳିତ: ଅଗଷ୍ଟରୁ ଏମ୍ସରେ ଆରମ୍ଭ ହେବ ବୃକକ ପ୍ରତିରୋପଣ ସେବା

The Sakala Picture
Published On

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଲୋକମାନଙ୍କର ଆସ୍ଥାଭାଜନ ହେବାରେ ସଫଳ ହୋଇଛି। ଆଗାମୀ କିଛିବର୍ଷ ମଧ୍ୟରେ ଏହା ଦେଶର ଏକ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବା ନେଇ କୌଣସି ସଂଶୟ ନାହିଁ। ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଏହି ଜାତୀୟ ଅନୁଷ୍ଠାନ ଅନେକ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏକ ଗୌରବମୟ ଭବିଷ୍ୟତର ବିଶ୍ୱାସ ସୃଷ୍ଟି କରିଛି। ରୋଗୀ ସେବା, ଗବେଷଣା ଅଥବା ଅନ୍ୟାନ୍ୟ ବିଭିନ୍ନ […]

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଲୋକମାନଙ୍କର ଆସ୍ଥାଭାଜନ ହେବାରେ ସଫଳ ହୋଇଛି। ଆଗାମୀ କିଛିବର୍ଷ ମଧ୍ୟରେ ଏହା ଦେଶର ଏକ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବା ନେଇ କୌଣସି ସଂଶୟ ନାହିଁ। ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଏହି ଜାତୀୟ ଅନୁଷ୍ଠାନ ଅନେକ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏକ ଗୌରବମୟ ଭବିଷ୍ୟତର ବିଶ୍ୱାସ ସୃଷ୍ଟି କରିଛି। ରୋଗୀ ସେବା, ଗବେଷଣା ଅଥବା ଅନ୍ୟାନ୍ୟ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟ, ଏମ୍ସ ଭୁବନେଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଅନେକ ପ୍ରଶଂସା ଅର୍ଜନ କରିଥିବା ଏହି ଅନୁଷ୍ଠାନର ଦଶମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଚଳିତ ମାସ ୧୫ରେ ଅନୁଷ୍ଠିତ ଏମ୍ସର ଦଶମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଏମ୍ସ ଯୋଧପୁରର ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମ ଦଶନ୍ଧିର ସଫଳ ଯାତ୍ରା ପାଇଁ ଏମ୍ସ ଭୁବନେଶ୍ୱରର ଚିକିତ୍ସକ, କର୍ମଚାରୀ ଏବଂ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଏବଂ ଗବେଷଣାରେ ଡିଜିଟାଲ ନବସୃଜନ ପାଇଁ ଟେକ୍ନୋଲୋଜିର ସହଯୋଗ ଉପରେ ପ୍ରଫେସର ମିଶ୍ର ଗୁରୁତ୍ୱାରୋପ କରିଥିଲେ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆଭାଷୀ ସମ୍ଭାଷଣରେ ଏମ୍ସ ଭୁବନେଶ୍ୱର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁପରିଚାଳନା ପାଇଁ ଉନ୍ନତ ଦଳଗତ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏମ୍ସକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଭାବରେ ପରିଣତ କରିବା ପାଇଁ ସେ ପ୍ରତିବଦ୍ଧ ରହିବେ ବୋଲି ଡାକ୍ତର ବିଶ୍ୱାସ ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

ଏହି ଅବସରରେ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ସୂଚନା ଦେଇ କହିଥିଲେ ଯେ, ଏମ୍ସ ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ ବୃକକ (ରେନାଲ୍ ଟ୍ରାନ୍ସପ୍ଲାଣ୍ଟ) ସର୍ଜରୀ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ଜାତୀୟ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶାଳୟ (ଡିଏମଇଟି)ଙ୍କ ଠାରୁ ଆବଶ୍ୟକ ଅନୁମତି ପାଇସାରିଛି। ଏଥିସହିତ ଖୁବ୍ ଶୀଘ୍ର ଏଠାରେ ଏକ ଉତ୍ସର୍ଗୀକୃତ ଵର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ୱାର୍ଡ, ନୂତନ ଟ୍ରମା ଏବଂ ଜରୁରୀକାଳୀନ ୱାର୍ଡ ଏବଂ ଧର୍ମଶାଳା ସେବା ଆରମ୍ଭ ହେବାକୁ ଯାଉଥିବା ଡକ୍ଟର ତ୍ରିପାଠୀ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡିନ୍ (ଏକାଡେମିକ୍) ଡାକ୍ତର ଦେବାଶିଷ ହୋତା, ମେଡିକାଲ୍ ଅଧୀକ୍ଷକ ଡାକ୍ଟର ସଚ୍ଚିଦାନନ୍ଦ ମହାନ୍ତି, ଡିନ୍ ରିସର୍ଚ୍ଚ ଡାକ୍ଟର ବିନୋଦ କୁମାର ପାତ୍ର, ଡିନ୍ ପରୀକ୍ଷା ଡାକ୍ଟର ମନୋଜ କୁମାର ମହାନ୍ତି ଏହି ଜାତୀୟ ଅନୁଷ୍ଠାନର ବିଭିନ୍ନ ସଫଳତା ଏବଂ ଭବିଷ୍ୟତର ଦୃଷ୍ଟିକୋଣ ଉପରେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏମ୍ସ କୁଳସଚିବଙ୍କ ସମେତ ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟଯେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଏବଂ ଏହି ଅନୁଷ୍ଠାନ ୨୦୧୨ ରେ କାର୍ଯ୍ୟ ଆରମ୍ଭ କରିଥିଲା। ୨୦୧୪ ରେ ହସ୍ପିଟାଲ ଉଦ୍ଘାଟିତ ହୋଇଥିଲା। ଏମ୍ସ ଭୁବନେଶ୍ୱର ହେଉଛି ଦେଶର ଦ୍ୱିତୀୟ ଏବଂ ଏକମାତ୍ର ଏମ୍ସ ଯାହା ବାଜପେୟୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ସଦ୍ୟ ସୂଚନା ଅନୁସାରେ ଏମ୍ସ ଭୁବନେଶ୍ୱରକୁ ପ୍ରତିଦିନ ସାଢ଼େ ଚାରି ହଜାରରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି।

18 Jul 2022 By The Sakala

ଏମ୍ସ ଭୁବନେଶ୍ୱରର ଦଶମ ପ୍ରତିଷ୍ଠା ଦିବସ ପାଳିତ: ଅଗଷ୍ଟରୁ ଏମ୍ସରେ ଆରମ୍ଭ ହେବ ବୃକକ ପ୍ରତିରୋପଣ ସେବା

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଲୋକମାନଙ୍କର ଆସ୍ଥାଭାଜନ ହେବାରେ ସଫଳ ହୋଇଛି। ଆଗାମୀ କିଛିବର୍ଷ ମଧ୍ୟରେ ଏହା ଦେଶର ଏକ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବା ନେଇ କୌଣସି ସଂଶୟ ନାହିଁ। ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଏହି ଜାତୀୟ ଅନୁଷ୍ଠାନ ଅନେକ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏକ ଗୌରବମୟ ଭବିଷ୍ୟତର ବିଶ୍ୱାସ ସୃଷ୍ଟି କରିଛି। ରୋଗୀ ସେବା, ଗବେଷଣା ଅଥବା ଅନ୍ୟାନ୍ୟ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟ, ଏମ୍ସ ଭୁବନେଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଅନେକ ପ୍ରଶଂସା ଅର୍ଜନ କରିଥିବା ଏହି ଅନୁଷ୍ଠାନର ଦଶମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି।

ଚଳିତ ମାସ ୧୫ରେ ଅନୁଷ୍ଠିତ ଏମ୍ସର ଦଶମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଏମ୍ସ ଯୋଧପୁରର ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମ ଦଶନ୍ଧିର ସଫଳ ଯାତ୍ରା ପାଇଁ ଏମ୍ସ ଭୁବନେଶ୍ୱରର ଚିକିତ୍ସକ, କର୍ମଚାରୀ ଏବଂ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଏବଂ ଗବେଷଣାରେ ଡିଜିଟାଲ ନବସୃଜନ ପାଇଁ ଟେକ୍ନୋଲୋଜିର ସହଯୋଗ ଉପରେ ପ୍ରଫେସର ମିଶ୍ର ଗୁରୁତ୍ୱାରୋପ କରିଥିଲେ।

ଆଭାଷୀ ସମ୍ଭାଷଣରେ ଏମ୍ସ ଭୁବନେଶ୍ୱର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁପରିଚାଳନା ପାଇଁ ଉନ୍ନତ ଦଳଗତ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏମ୍ସକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଭାବରେ ପରିଣତ କରିବା ପାଇଁ ସେ ପ୍ରତିବଦ୍ଧ ରହିବେ ବୋଲି ଡାକ୍ତର ବିଶ୍ୱାସ ପ୍ରକାଶ କରିଥିଲେ।

ଏହି ଅବସରରେ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ସୂଚନା ଦେଇ କହିଥିଲେ ଯେ, ଏମ୍ସ ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ ବୃକକ (ରେନାଲ୍ ଟ୍ରାନ୍ସପ୍ଲାଣ୍ଟ) ସର୍ଜରୀ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ଜାତୀୟ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶାଳୟ (ଡିଏମଇଟି)ଙ୍କ ଠାରୁ ଆବଶ୍ୟକ ଅନୁମତି ପାଇସାରିଛି। ଏଥିସହିତ ଖୁବ୍ ଶୀଘ୍ର ଏଠାରେ ଏକ ଉତ୍ସର୍ଗୀକୃତ ଵର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ୱାର୍ଡ, ନୂତନ ଟ୍ରମା ଏବଂ ଜରୁରୀକାଳୀନ ୱାର୍ଡ ଏବଂ ଧର୍ମଶାଳା ସେବା ଆରମ୍ଭ ହେବାକୁ ଯାଉଥିବା ଡକ୍ଟର ତ୍ରିପାଠୀ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡିନ୍ (ଏକାଡେମିକ୍) ଡାକ୍ତର ଦେବାଶିଷ ହୋତା, ମେଡିକାଲ୍ ଅଧୀକ୍ଷକ ଡାକ୍ଟର ସଚ୍ଚିଦାନନ୍ଦ ମହାନ୍ତି, ଡିନ୍ ରିସର୍ଚ୍ଚ ଡାକ୍ଟର ବିନୋଦ କୁମାର ପାତ୍ର, ଡିନ୍ ପରୀକ୍ଷା ଡାକ୍ଟର ମନୋଜ କୁମାର ମହାନ୍ତି ଏହି ଜାତୀୟ ଅନୁଷ୍ଠାନର ବିଭିନ୍ନ ସଫଳତା ଏବଂ ଭବିଷ୍ୟତର ଦୃଷ୍ଟିକୋଣ ଉପରେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏମ୍ସ କୁଳସଚିବଙ୍କ ସମେତ ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟଯେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଏବଂ ଏହି ଅନୁଷ୍ଠାନ ୨୦୧୨ ରେ କାର୍ଯ୍ୟ ଆରମ୍ଭ କରିଥିଲା। ୨୦୧୪ ରେ ହସ୍ପିଟାଲ ଉଦ୍ଘାଟିତ ହୋଇଥିଲା। ଏମ୍ସ ଭୁବନେଶ୍ୱର ହେଉଛି ଦେଶର ଦ୍ୱିତୀୟ ଏବଂ ଏକମାତ୍ର ଏମ୍ସ ଯାହା ବାଜପେୟୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ସଦ୍ୟ ସୂଚନା ଅନୁସାରେ ଏମ୍ସ ଭୁବନେଶ୍ୱରକୁ ପ୍ରତିଦିନ ସାଢ଼େ ଚାରି ହଜାରରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର