ଜୁଲାଇ ୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ୱେବସାଇଟ୍ ଓ ଏସଏମଏସ୍ ମାଧ୍ଯମରେ ଜାଣିପାରିବେ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ବର : ମାଟ୍ରିକ ଫଳାଫଳ ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ।  କଟକ ବୋର୍ଡ ଅଫିସରେ ଦିନ ଗୋଟାଏ ସମୟରେ ପ୍ରକାଶ ହେବ ରେଜଲ୍ଟ। ଏହା ପରେ ୱେବସାଇଟରେ ଉପଲବ୍ଧ ହେବ ମାଟ୍ରିକ ଫଳ । ୨ଟି ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ।  www.bseodisha.nic.in ବା www.bseodisha.ac.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ। ଇଣ୍ଟରନେଟ ନ ଥିଲେ ଏସଏମଏସ୍ ମାଧ୍ଯମରେ ମିଳିବ ମାଟ୍ରିକ ରେଜଲ୍ଟ। OR10 ଏବଂନିଜ ରୋଲ ନମ୍ବର ଟାଇପ କରି ୫୬୭୬୭୫୦କୁ ଏସଏମଏସ୍ କଲେ […]

ଭୁବନେଶ୍ବର : ମାଟ୍ରିକ ଫଳାଫଳ ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ।  କଟକ ବୋର୍ଡ ଅଫିସରେ ଦିନ ଗୋଟାଏ ସମୟରେ ପ୍ରକାଶ ହେବ ରେଜଲ୍ଟ। ଏହା ପରେ ୱେବସାଇଟରେ ଉପଲବ୍ଧ ହେବ ମାଟ୍ରିକ ଫଳ । ୨ଟି ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ।  www.bseodisha.nic.in ବା www.bseodisha.ac.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ। ଇଣ୍ଟରନେଟ ନ ଥିଲେ ଏସଏମଏସ୍ ମାଧ୍ଯମରେ ମିଳିବ ମାଟ୍ରିକ ରେଜଲ୍ଟ। OR10 ଏବଂନିଜ ରୋଲ ନମ୍ବର ଟାଇପ କରି ୫୬୭୬୭୫୦କୁ ଏସଏମଏସ୍ କଲେ ମିଳିବ ରେଜଲ୍ଟ। ପରୀକ୍ଷାଫଳ ବାହାରିବା ପରେ ଯେଉଁ ଛାତ୍ରଛାତ୍ରୀ ନିଜ ରେଜଲ୍ଟରେ ଅସନ୍ତୁଷ୍ଠ ଥିବେ ରି- ଚେକ ପାଇଁ ଆବେଦନ କରିବେ। ରି- ଚେକ ନେଇ ସମ୍ପୂର୍ଣ୍ଣ ତଥ୍ଯ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବାପରେ ଦିଆଯିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସୂଚନାଯୋଗ୍ୟ, ଗତ ୨ ବର୍ଷ ହେଲା କରୋନା ଯୋଗୁ ଅଫଲାଇନ୍‌ ପରୀକ୍ଷା ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଆୟୋଜିତ ହୋଇଛି ଅଫଲାଇନ୍‌ ପରୀକ୍ଷା। ସୁରୁଖୁରୁାର ପରୀକ୍ଷା ସରିଥିବା ବେଳେ ଖାତାଦେଖା ଓ ଟାବୁଲେସନ୍‌ ସରି ଚୂଡ଼ାନ୍ତ ଫଳ ପ୍ରକାଶନ ପାଇଁ ପ୍ରୋସେସିଂ ଜାରି ରହିଛି । ପରୀକ୍ଷାଫଳକୁ କିପରି ସଂପୂର୍ଣ୍ଣ ନିର୍ଭୁଲ୍‌ କରାଯିବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ ବୋର୍ଡ ପକ୍ଷରୁ କରାଯାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍‌ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ଯନ୍ତ ଚାଲିଥିଲା । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ,୬୫ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

04 Jul 2022 By The Sakala

ଜୁଲାଇ ୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ୱେବସାଇଟ୍ ଓ ଏସଏମଏସ୍ ମାଧ୍ଯମରେ ଜାଣିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ମାଟ୍ରିକ ଫଳାଫଳ ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ।  କଟକ ବୋର୍ଡ ଅଫିସରେ ଦିନ ଗୋଟାଏ ସମୟରେ ପ୍ରକାଶ ହେବ ରେଜଲ୍ଟ। ଏହା ପରେ ୱେବସାଇଟରେ ଉପଲବ୍ଧ ହେବ ମାଟ୍ରିକ ଫଳ । ୨ଟି ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ।  www.bseodisha.nic.in ବା www.bseodisha.ac.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ। ଇଣ୍ଟରନେଟ ନ ଥିଲେ ଏସଏମଏସ୍ ମାଧ୍ଯମରେ ମିଳିବ ମାଟ୍ରିକ ରେଜଲ୍ଟ। OR10 ଏବଂନିଜ ରୋଲ ନମ୍ବର ଟାଇପ କରି ୫୬୭୬୭୫୦କୁ ଏସଏମଏସ୍ କଲେ ମିଳିବ ରେଜଲ୍ଟ। ପରୀକ୍ଷାଫଳ ବାହାରିବା ପରେ ଯେଉଁ ଛାତ୍ରଛାତ୍ରୀ ନିଜ ରେଜଲ୍ଟରେ ଅସନ୍ତୁଷ୍ଠ ଥିବେ ରି- ଚେକ ପାଇଁ ଆବେଦନ କରିବେ। ରି- ଚେକ ନେଇ ସମ୍ପୂର୍ଣ୍ଣ ତଥ୍ଯ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବାପରେ ଦିଆଯିବ।

ସୂଚନାଯୋଗ୍ୟ, ଗତ ୨ ବର୍ଷ ହେଲା କରୋନା ଯୋଗୁ ଅଫଲାଇନ୍‌ ପରୀକ୍ଷା ହୋଇପାରି ନ ଥିବା ବେଳେ ଚଳିତ ବର୍ଷ ଆୟୋଜିତ ହୋଇଛି ଅଫଲାଇନ୍‌ ପରୀକ୍ଷା। ସୁରୁଖୁରୁାର ପରୀକ୍ଷା ସରିଥିବା ବେଳେ ଖାତାଦେଖା ଓ ଟାବୁଲେସନ୍‌ ସରି ଚୂଡ଼ାନ୍ତ ଫଳ ପ୍ରକାଶନ ପାଇଁ ପ୍ରୋସେସିଂ ଜାରି ରହିଛି । ପରୀକ୍ଷାଫଳକୁ କିପରି ସଂପୂର୍ଣ୍ଣ ନିର୍ଭୁଲ୍‌ କରାଯିବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ ବୋର୍ଡ ପକ୍ଷରୁ କରାଯାଇଛି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍‌ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ଯନ୍ତ ଚାଲିଥିଲା । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ,୬୫ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଥିଲା।

https://www.thesakala.in/latest-odisha-news/students-can-find-out-through-the-10th-result-website-and-sms/article-13025
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର