ଭୁବନେଶ୍ୱର ପରେ କଟକକୁ ଫେରିଲା ମାସ୍କ କଟକଣା, ମାସ୍କ ବ୍ୟବହାର ବାଧ୍ୟତାମୂଳକ କଲା ସିଏମସି

The Sakala Picture
Published On

କଟକ: କଟକରେ ମାସ୍କ ବାଧ୍ୟତାମୂଳକ । ଭୁବନେଶ୍ୱର ପରେ କଟକକୁ ଫେରିଲା ମାସ୍କ କଟକଣା । ସିଏମସି ଅଞ୍ଚଳରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛି କଟକ ମହାନଗର ନିଗମ । କଟକରେ ରହୁଥିବା ଲୋକ ଏବଂ ବାହାରୁ କଟକକୁ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ ହୋଇଛି । ଏହାସହ ସାମାଜିକ ଦୂରତା ରକ୍ଷା କରିବାକୁ ସିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । କୋଭିଡ଼ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ା କଲା ପ୍ରଶାସନ । ବର୍ତ୍ତମାନ […]

କଟକ: କଟକରେ ମାସ୍କ ବାଧ୍ୟତାମୂଳକ । ଭୁବନେଶ୍ୱର ପରେ କଟକକୁ ଫେରିଲା ମାସ୍କ କଟକଣା । ସିଏମସି ଅଞ୍ଚଳରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛି କଟକ ମହାନଗର ନିଗମ । କଟକରେ ରହୁଥିବା ଲୋକ ଏବଂ ବାହାରୁ କଟକକୁ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ ହୋଇଛି । ଏହାସହ ସାମାଜିକ ଦୂରତା ରକ୍ଷା କରିବାକୁ ସିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । କୋଭିଡ଼ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ା କଲା ପ୍ରଶାସନ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ୨୦୦ ଉପରେ ରହୁଛି । ଏହାକୁ ଦୃଷ୍ଟିରେ ରଖି କରୋନା କଟକଣାକୁ କଡା କରିଛି ସିଏମସି । ଗତକାଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା । ଆଇନ୍ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବାର ସଙ୍କେତ ଦେଇଥିଲା ବିଏମସି ।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

କିଛି ଦିନର ବ୍ୟବଧନ ପରେ ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି । ଏହାସହ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଖୋର୍ଦ୍ଧା ଓ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରହି ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ବିଏମସି ପକ୍ଷରୁ ଜୁଲାଇ ଗାଇଡଲାଇନ ଜାରି କରାଯାଇଛି । ଏଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର