ଶୃଙ୍ଖଳିତ ରଥଯାତ୍ରା ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ : ବଢୁଥିବା ସଂକ୍ରମଣ ପାଇଁ କରୋନା ଲକ୍ଷଣ ଥିଲେ, ଘରେ ରହି ଟିଭିରେ ଦେଖିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରମର୍ଶ

The Sakala Picture
Published On

ପୁରୀ : ରାଜ୍ୟରେ ଦୈନିକ କୋଭିଡ୍‍ ସଂକ୍ରମଣ କ୍ରମାଗତ ଭାବେ ଉପର ମୁହାଁ ହୋଇ ରହିଛି। ଆଗକୁ ରଥଯାତ୍ରା ଆସୁଥିବାରୁ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ଅନୁରୋଧ କରିବା ସହିତ ପରିସ୍ଥିତି ଉପରେ ନଜର ରଖିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ବର୍ଷ ପରେ କୋଭିଡ୍‍ କଟକଣାକୁ ବାଦ୍‍ ଦେଇ ରଥଯାତ୍ରା ହେଉଥିବାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ। ଏପରିସ୍ଥଳେ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବା ସହିତ ସତର୍କତା ମୂଳକ […]

ପୁରୀ : ରାଜ୍ୟରେ ଦୈନିକ କୋଭିଡ୍‍ ସଂକ୍ରମଣ କ୍ରମାଗତ ଭାବେ ଉପର ମୁହାଁ ହୋଇ ରହିଛି। ଆଗକୁ ରଥଯାତ୍ରା ଆସୁଥିବାରୁ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ଅନୁରୋଧ କରିବା ସହିତ ପରିସ୍ଥିତି ଉପରେ ନଜର ରଖିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ବର୍ଷ ପରେ କୋଭିଡ୍‍ କଟକଣାକୁ ବାଦ୍‍ ଦେଇ ରଥଯାତ୍ରା ହେଉଥିବାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ। ଏପରିସ୍ଥଳେ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବା ସହିତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ପାଇଁ କୁହାଯାଇଛି। ଆଜି ସକାଳ ସୁଦ୍ଧା ରାଜ୍ୟରେ ଆଉ ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିପରି ପୁରୀରେ ପଜିଟିଭିଟି ହାର ୦.୩% ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦିଆଯାଇ ଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଡାକ୍ତରଖାନାରେ ଅମ୍ଳଜାନ୍‍ ଶଯ୍ୟା, ଆଇସିୟୁ, ଏଚ୍‍ଡିୟୁ ଶଯ୍ୟା ପ୍ରସ୍ତୁତ ରଖିବା ସହିତ କୋଭିଡ୍‍ କେୟାର ସେଣ୍ଟର ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଅନ୍ୟପଟେ ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ଯୋଗୁଁ ଏବଂ ପୁରୀରେ ସଂକ୍ରମଣ ଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେ ଆହୁରି କହିଛନ୍ତି, ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବା ଭଲ। ରଥଯାତ୍ରା ପାଇଁ ପୁରୀ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ବଡ଼ଦାଣ୍ଡରେ ହେଲଥ୍‌ କ୍ୟାମ୍ପ ଖୋଲିବ ଲକ୍ଷଣ ଥିଲେ ଚିକିତ୍ସା କରାନ୍ତୁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ରଥ ଯାତ୍ରାରେ ବହୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦେଖି ପୁରୀ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଓ ବଡ଼ଦାଣ୍ଡରେ ହେଲଥ୍‌ କ୍ୟାମ୍ପ ଖୋଲାଯାଇଛି। ସାମାନ୍ୟ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଏହି ସମୟରେ ଅନ୍ୟ ରୋଗ ଦ୍ୱାରା ଆକ୍ରାନ୍ତ ହେବା ଆଶଙ୍କା ଥିବାରୁ ସ୍ୱଚ୍ଛ ପାଣି ପିଇବା ସହ, ଭଲ ଖାଦ୍ୟ ଖାଇବାକୁ ଉପଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। କେବଳ କୋଭିଡ ନୁହେଁ, ଏହି ସମୟରେ ଝାଡ଼ାବାନ୍ତି ପରି ରୋଗ ଯେପରି ନ ବ୍ୟାପେ ସେଥିପ୍ରତି ସମସ୍ତେ ଯତ୍ନବାନ ରହିବା ଉଚିତ। ରଥଯାତ୍ରା ଦେଖିବା ପାଇଁ ଆସୁଥିବା ଲୋକେ ନିଶ୍ଚିତ ଭାବେ କୋଭିଡ୍‍ ନିୟମ ପାଳନ କରିବା ଜରୁରୀ। ମାସ୍କ ବ୍ୟବହାର କରିବା ସହିତ ଦୂରତା ରକ୍ଷା କରିବା ଜରୁରୀ। ଜ୍ୱର, କାଶ, ସର୍ଦ୍ଦି ଲକ୍ଷଣ ଥିଲେ ରଥଯାତ୍ରାକୁ ନ ଆସିବା ପାଇଁ ବାରଣ କରାଯାଇଛି। ସେହିପରି ପ୍ରବଳ ଗରମ ହେଉଥିବାରୁ ଅଂଶୁଘାତ ଭୟ ମଧ୍ୟ ରହିଛି। ଏଥିପ୍ରତି ସତର୍କତା ଅବଳମ୍ବନ କରିବା ସହ ଛୋଟ ପିଲା, ବୟସ୍କ ବ୍ୟକ୍ତି ଏବଂ ରୋଗୀଙ୍କୁ ଆସିବା ପାଇଁ ମଧ୍ୟ ବାରଣ କରାଯାଇଛି। ମଝିରେ ମଝିରେ ଓଆରଏସ୍‍ କିମ୍ବା ପାଣି ପିଇବା ଜରୁରୀ। ବାହାରେ ଖାଦ୍ୟ ଖାଉଥିଲେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ। ରାତ୍ରି ଯାପନ କଲେ ମଶାରୀ ବ୍ୟବହାର କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ପୁରୀରେ ଥିବା ସମୟରେ ସମୁଦ୍ରକୁ ନ ଯିବା ପାଇଁ କୁହାଯାଇଛି। ବଡ଼ ଦାଣ୍ଡ ଏବଂ ଅନ୍ୟ ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ ଏବଂ ଆବଶ୍ୟକ ହେଲେ ସେଠାରେ ଚିକିତ୍ସିତ ହେବା ପାଇଁ ନିବେଦନ କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଶୃଙ୍ଖଳିତ ରଥଯାତ୍ରା ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ 

ରଥଯାତ୍ରା ନେଇ ପୁରୀରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ସୂଚନା ଦେଲେ ଡିଜିପି ସୁନୀଲ ବଂଶଲ । ଶାନ୍ତିଶୃଙ୍ଖଳା ସହ କିଭଳି ରଥଯାତ୍ରା ଅନୁଷ୍ଠିତ ସେ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରା ପାଇଁ ପୁରୀରେ ୧୮୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଟ୍ରାଫିକ ନିୟମ ପାଳନ କରିବାକୁ ପୁରୀ ତଥା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅନୁରୋଧ କଲେ ଡିଜିପି । ସେହିପରି ସମୁଦ୍ର ତଟ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । କୋରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତ ବଡ଼ଦାଣ୍ଡକୁ ଯାଇ ଦେଖି ପାରିନଥିଲେ ରଥଯାତ୍ରା। ଏଥର ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ ।

ମହାପ୍ରଭୁଙ୍କ ଦୟାରେ ସୁରୁଖୁରୁରେ ରଥଯାତ୍ରା ହେବ ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି। ରଥଯାତ୍ରା ନେଇ ସବୁ ବିଭାଗର ବୈଠକ ନିଆଯାଇଛି। ସମସ୍ତେ ସଜାଗ ଅଛନ୍ତି। ଭଲ ଭାବେ କିପରି ରଥଯାତ୍ରା ହେବ, ମୁଖ୍ୟମନ୍ତ୍ରୀ ସେ ଦିଗରେ ଦୃଷ୍ଟି ଦେଉଛନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଧର୍ମର ଜୟ ହୋଇଛି, ମହାପ୍ରଭୁଙ୍କ ଜୟ ହୋଇଛି ବୋଲି ଜଗନ୍ନାଥ ସାରକା କହିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଓ ସେବାକୁ ଗୁରୁତ୍ୱ ଦିଆଯିବା ନେଇ ସମସ୍ତ ପଦକ୍ଷେପ ନିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର