ମୋବାଇଲ ଫୋନ୍‍ ଖୋଲିବ ରାଇମୋହନଙ୍କ ମୃତ୍ୟୁର ରହସ୍ୟ, ଆଜି ଆସିବ ଶବ ବ୍ୟବଚ୍ଛେଦ ରିପୋର୍ଟ

The Sakala Picture
Published On

ଭୁବନେଶ୍ୱର : ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାର ଗୁମର ଫିଟୁଛି। ଆତ୍ମହତ୍ୟାକୁ ୩ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଉପରୁ ହଟୁନି ପରଦା। ଦିନ ଗଡ଼ିବା ସହ ରହସ୍ୟ ବି ବଢ଼ୁଛି। ଆଉ ସାମ୍‍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଗୁମର କଥା। ରାଇମୋହନ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ପତ୍ନୀଙ୍କୁ ଶେଷ ଫୋନ୍‍ କଲ୍‍ କରିଥିଲେ। ସେହିପରି ଗୋଟିଏ ମିନିଟ୍‍ ଲେଖାଏଁ ବ୍ୟବଧାନରେ ଦୁଇ ଝିଅ ଓ ପତ୍ନୀଙ୍କ ହ୍ୱାଟ୍ସଆପ ନମ୍ବରକୁ ରାଇମୋହନ ‘ବାଏ’ […]

ଭୁବନେଶ୍ୱର : ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାର ଗୁମର ଫିଟୁଛି। ଆତ୍ମହତ୍ୟାକୁ ୩ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ଉପରୁ ହଟୁନି ପରଦା। ଦିନ ଗଡ଼ିବା ସହ ରହସ୍ୟ ବି ବଢ଼ୁଛି। ଆଉ ସାମ୍‍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଗୁମର କଥା। ରାଇମୋହନ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ପତ୍ନୀଙ୍କୁ ଶେଷ ଫୋନ୍‍ କଲ୍‍ କରିଥିଲେ। ସେହିପରି ଗୋଟିଏ ମିନିଟ୍‍ ଲେଖାଏଁ ବ୍ୟବଧାନରେ ଦୁଇ ଝିଅ ଓ ପତ୍ନୀଙ୍କ ହ୍ୱାଟ୍ସଆପ ନମ୍ବରକୁ ରାଇମୋହନ ‘ବାଏ’ ଲେଖିଥିଲେ। ତେବେ ରାଇମୋହନଙ୍କ ମୋବାଇଲ ଫୋନ୍‍ ଆତ୍ମହତ୍ୟାର ପୂରା ରହସ୍ୟ ଖୋଲିବ ବୋଲି ଆଶା କରୁଛି ତଦନ୍ତକାରୀ ଟିମ୍‍। ଏଣୁ ଅଧିକ ଖୋଳତାଡ଼ କରିବା ଲାଗ ଟେକ୍ନିକାଲ ଏକ୍ସପର୍ଟ ଟିମ୍‍ଙ୍କୁ ତଦନ୍ତରେ ନିୟୋଜିତ କରାଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବୋମାମାଡ଼, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

କମିସନରେଟ୍‌ ପୁଲିସ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଇମୋହନ ଆତ୍ମହତ୍ୟା କରିଥିବା ଦିନ ଅର୍ଥାତ୍‍ ଶୁକ୍ରବାର ଦିନ ୧୧ଟା ୧୭, ୧୧ଟା୧୮, ୧୧ଟା ୧୯ମିନିଟରେ ପତ୍ନୀ ଓ ଦୁଇ ଝିଅ ହ୍ୱାଟ୍ସଆପ ନମ୍ବରକୁ ‘ବାଏ’ ମେସେଜ୍‍ ଲେଖିଥିଲେ। ପରେ ୧୧ଟା ୫୭ମିନିଟ ସମୟରେ ପତ୍ନୀଙ୍କୁ ଫୋନ କରି କଥା ହୋଇଥିଲେ। ତେବେ ଜୀବନର ଶେଷ ଫୋନ କଲରେ ପତ୍ନୀଙ୍କୁ ରାଇମୋହନ କଣ କହିଥିଲେ? ଶେଷ ଫୋନ କଲରେ କେତେ ସମୟ କଥା ହୋଇଥିଲେ ? ଫୋନ କରି ପତ୍ନୀଙ୍କୁ କିଛି କହିଥିଲେ କି ? ଏସବୁ ବିଷୟରେ ଜାଣିବା ଲାଗି ରାଇମୋହନଙ୍କ ମୋବାଇଲ ଫୋନ୍‍କୁ ଜବତ କରି ସିଡ଼ିଆର ଯାଞ୍ଚ ଜାରି ରହିଛି।

ଆହୁରି ପଢ଼ନ୍ତୁ: କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ

ସେହିପରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିବା ବେଳେ ପରିବାରଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ତେବେ ପରିବାରଲୋକେ ଆତ୍ମହତ୍ୟା କରିଥିବା କାରଣ ଜାଣିବା ଲାଗି ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏଣୁ ପୁଲିସ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ କରାଯାଉଥିବା ଜୋନ୍‍-୫ ଇନ୍‍ଚାର୍ଜ ଏସିପି ହିମାଂଶୁ ସ୍ୱାଇଁ ସୂଚନା ଦେଇଛନ୍ତି। ସେଭଳି ଆଗକୁ ପଡୋଶୀ ଓ ନିକଟତ୍ତର ବନ୍ଧୁଙ୍କୁ ମଧ୍ୟ ଜେରା କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୃତ୍ୟୁର କିଛିଦିନ ପୂର୍ବର ଏକ ସିସିଟିଭି ଫୁଟେଜ ସାମ୍‍ନାକୁ ଆସିଛି। ଯେଉଁଥିରେ ରାଇମୋହନ ଖାଦ୍ୟ ଆଣିବା ଲାଗି ଏକ ହୋଟେଲକୁ ଯାଇଥିଲେ। ହୋଟେଲରେ କିଛି ସମୟ ଛିଡା ହୋଇଥିଲେ। ପରେ ହସ ହସ ମୁହଁରେ ହୋଟେଲ କର୍ମଚାରୀଙ୍କ ସହ କଥା ହେବା ସହ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ସେଲ୍‌ଫି ଉଠାଇଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ ଭାସିଯାଇ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା

ଗତ ଶୁକ୍ରବାର ଦିନ ୧୨ଟା ସମୟରେ ରାଇମୋହନ ଘର ଭିତରେ ଏକ ଧୋତି ସହାୟତାରେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ସମୟରେ ସେ ଘରେ ଏକୁଟିଆ ଥିଲେ। କାରଣ ତାଙ୍କ ଗାଡ଼ି ଚାଳକ ଅଶୋକଙ୍କ ବିବାହ ଥିଲେ। ଏଣୁ ଆଶୋକଙ୍କ ବିବାହର ସାମଗ୍ରୀ କିଣିବା ଲାଗି ପତ୍ନୀ ଓ ବଡ଼ ଝିଅ କଟକକୁ ମାର୍କେଟିଂ କରିବାକୁ ଯାଇଥିଲେ। ଆଉ ସାନ ଝିଅ କଲେଜ ଯାଇଥିଲେ। ଦିନ ସାଢେ ୧୨ଟା ସମୟରେ ପୁତୁରା ପ୍ରଥମେ ଝୁଲନ୍ତା ଅବସ୍ଥାରେ ରାଇମୋହନଙ୍କୁ ଦେଖିଥିଲେ। ପରେ ୧୨ଟା ୪୫ମିନିଟରେ ପତ୍ନୀ ଓ ଝିଅ ପହଞ୍ଚିଥିଲେ। ତେବେ ସମସ୍ତେ ମିଳିମିଶି ରାଇମୋହନଙ୍କୁ ତଳକୁ ଆଣିଥିଲେ। ହେଲେ ସେତେବେଳକୁ ତାଙ୍କ ଜୀବନ ଚାଲି ଯାଇଥିଲା। ଏଥିସହିତ ରାଇମୋହନ ୧୦ ଫୁଟ୍‍ ଉଚ୍ଚାରୁ ବେକରେ ଧୋତି ଲଗାଇ ଝୁଲିପଡ଼ିଥିଲେ। ଏଣୁ ହତ୍ୟା କରାଯାଇଥିବା ଦିଗକୁ ନେଇ ବି ଖୋତଳାଡ ଜାର ରଖିଛି ପୁଲିସ।

ସେଭଳି ଏଥିମଧ୍ୟରେ ସାମ୍‍ନାକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଗତ ମେ’ ୩୦ତାରିଖରେ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ସେହିଭଳି ମୃତ୍ୟୁର ସପ୍ତାହ ତଳେ କୌଣସି କଥାକୁ ନେଇ ରାଇମୋହନ ମଞ୍ଚେଶ୍ୱର ଥାନାକୁ ଆସିଥିଲେ। ତେବେ ପରିବାର ମଧ୍ୟରେ ଅଶାନ୍ତି ଥିବାରୁ ସେ ଆତ୍ମହତ୍ୟା କରିଛନ୍ତି କି? ନା ମୃତ୍ୟୁ ପଛରେ ରହିଛି ଆଉ କିଛି କାରଣ। ଏଭଳି ଅନେକ ଦିଗକୁ ନେଇ ଅନୁସନ୍ଧାନ କରୁଛି ମଞ୍ଚେଶ୍ୱର ଥାନା ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର