ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଆଉ ଶୁଭିବନି ରାଇ ଭାଇଙ୍କ “ଏ ଜ୍ୟୋତି ମାଷ୍ଟ୍ରାଣୀ’ସଂଳାପ : ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ, ମୁଖାଗ୍ନି ଦେଲେ ସାନ ଝିଅ

The Sakala Picture
Published On

ଭୁବନେଶ୍ବର : ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହୋଇଛି। ରାଇମୋହନଙ୍କ ପାର୍ଥିବ ଶରୀରରେ ତାଙ୍କର ସାନ ଝିଅ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସଂପର୍କୀୟ, ବନ୍ଧୁବର୍ଗ ଓ ସିନେମା ଜଗତର କିଛି ଜଣାଶୁଣା ବ୍ୟକ୍ତି ଉପସ୍ଥିତ ଥିଲେ।ଏହି ସମୟରେ ସ୍ୱାର୍ଗଦ୍ୱାରରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅଗଣିତ ସିନେ ପ୍ରେମୀଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଫେରିଯାଇଛନ୍ତି ବରିଷ୍ଠ ଓଲିଉଡ ଅଭିନେତା ତଥା ସଭିଙ୍କ ପ୍ରିୟର ଖଳନାୟକ ରାଇମୋହନ ପରିଡା। ତାଙ୍କ ମୃତ୍ୟୁ […]

ଭୁବନେଶ୍ବର : ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହୋଇଛି। ରାଇମୋହନଙ୍କ ପାର୍ଥିବ ଶରୀରରେ ତାଙ୍କର ସାନ ଝିଅ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସଂପର୍କୀୟ, ବନ୍ଧୁବର୍ଗ ଓ ସିନେମା ଜଗତର କିଛି ଜଣାଶୁଣା ବ୍ୟକ୍ତି ଉପସ୍ଥିତ ଥିଲେ।ଏହି ସମୟରେ ସ୍ୱାର୍ଗଦ୍ୱାରରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଆହୁରି ପଢ଼ନ୍ତୁ: ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି

ଅଗଣିତ ସିନେ ପ୍ରେମୀଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଫେରିଯାଇଛନ୍ତି ବରିଷ୍ଠ ଓଲିଉଡ ଅଭିନେତା ତଥା ସଭିଙ୍କ ପ୍ରିୟର ଖଳନାୟକ ରାଇମୋହନ ପରିଡା। ତାଙ୍କ ମୃତ୍ୟୁ ଖବରରେ ପୂରା ଓଲିଉଡ, ଯାତ୍ରା ଜଗତ ଏବଂ ଓଡିଶାବାସୀ ସ୍ତବ୍ଧ। ରିଏଲ୍‍ ଲାଇଫ୍‍ରେ କନ୍ଧାଉଥିବା ବ୍ୟକ୍ତି ଶେଷରେ ଅନ୍ୟକୁ କନ୍ଦାଇ ଚାଲିଗଲେ। ଓଡ଼ିଶା ସିନେମା ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଶେଷରେ ଆତ୍ମହତ୍ୟା କରିଛନ୍ତି। ମଞ୍ଚେଶ୍ୱର ଥାନା ପ୍ରାଚୀବିହାର ଉଦୟ-ପୁର ବାସଭବନରେ ଶୁକ୍ରବାର ସକାଳୁ ସେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଖାଇବାକୁ ଡାକିବାକୁ ଯାଇଥିବା ପୁତୁରା ପ୍ରଥମେ ତାଙ୍କର ଝୁଲନ୍ତା ମୃତଦେହ ଦେଖିଥିଲେ। ସେ ତୁରନ୍ତ ପାଖ ପଡୋଶୀଙ୍କୁ ଚିତ୍କାର କରି ଡାକିଥିଲେ। ପଡୋଶୀ ଆସିବା ପରେ ବେକରେ ଲାଗିଥିବା ଓଢଣିଙ୍କୁ ତୁରନ୍ତ କାଟି ତଳକୁ ଆଣିଥିଲେ। ସେ ବଞ୍ଚିଥିବା ଭାବି ତାଙ୍କ ଛାତିକୁ ପମ୍ପିଂ କରି ପ୍ରାଥମିକ ଚିକିତ୍ସା କରିଥିଲେ। ହେଲେ ତାଙ୍କର କିଛି ଶୋରଶବ୍ଧ ନମିଳିବାରୁ ମଞ୍ଚେଶ୍ୱର ଥାନା ପୁଲିସକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ନିଖିଲ ହତ୍ୟାକାଣ୍ଡକୁ କେନ୍ଦ୍ର କରି ରାୟଗଡ଼ାରେ ପୁଣି ଉତ୍ତେଜନା: ଥାନା ଆଗରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ମଞ୍ଚେଶ୍ୱର ଥାନା ପୁଲିସ ସେଠାରେ ପହଞ୍ଚିବା ପରେ ତଦନ୍ତ କରିବା ପରେ ରାଇମୋହନଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲା। ମୃତଦେହ ନିକଟରୁ ପୁଲିସ ରାଇମୋହନଙ୍କ ମୋବାଇଲ୍‍ ଫୋନ୍‍ ଏବଂ ବେକରେ ଝୁଲିଥିବା କପଡ଼ା ଜବତ କରିଛି। ପାରିବାରିକ କଳହ ରାଇମୋହନଙ୍କ ମୃତ୍ୟୁର କାରଣ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ରାଇମୋହନଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ଘର ଆଗରେ କଳାପ୍ରେମୀଙ୍କ ଭିଡ଼ ଜମିଥିଲା। ଏପରିକି ଅନେକ ନାମିଦାମୀ କଳାକାର ଏବଂ ତାଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ସେଠାରେ ପହଞ୍ଚିଥିଲେ। ଏପରିକି ତାଙ୍କ ଶବ ବ୍ୟବଛେଦ ଗୃହ ନିକଟରେ ମଧ୍ୟ ସମର୍ଥକଙ୍କ ଭିଡ଼ ଜମିଥିଲା। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଛେଦ କରାଯିବା ପରେ ମୃତଦେହକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ସେଠାରୁ ତାଙ୍କ ମୃତଦେହକୁ ପ୍ରାଚୀ ବିହାର ସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଅନେକ କଳାକାର ତାଙ୍କୁ ଶେଷ ଦର୍ଶନ କରିବା ପରେ ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ଆହୁରି ପଢ଼ନ୍ତୁ: ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣା: ବନ୍ଧାହେଲେ ଆଉ ୪ ଅଭିଯୁକ୍ତ, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି

ରାଇମୋହନ ମୃତ୍ୟୁ ପୂର୍ବରୁ ୧୧.୨୦ ସମୟରେ ପତ୍ନୀ ଏବଂ ଝିଅକୁ ବାଏ ଲେଖି ଝୁଲିପଡ଼ିଥିଲେ। ପୁଲିସ ସୂଚନା ଅନୁସାରେ, ତାଙ୍କ ବଡ଼ ଝିଅ ବିବାହରକୁ କେନ୍ଦ୍ରକରି ରାଇମୋହନ୍‍ଙ୍କ ଘରେ ପାରିବାରିକ କଳହ ଲାଗୁଥିଲା। ଗତ ରଜରେ ରାଇମୋହନ୍‍ଙ୍କ ବଡ଼ ଝିଅ ଘରକୁ ଆସିଥିଲେ। ଯାହାକୁ ନେଇ ପରିବାରରେ କଳହ ଲାଗି ରହୁଥିଲା। ଗତ ଗୁରୁବାର ରାତିରେ ଝିଅ ଏବଂ ସ୍ତ୍ରୀଙ୍କ ସହ ରାଇମୋହନଙ୍କର ଝଗଡ଼଼ା ହୋଇଥିଲା ବୋଲି ପୁଲିସ ପଡୋଶୀଙ୍କୁ ପଚରାଉଚରା କରିବା ପରେ ଜାଣିବାକୁ ପାଇଛି। ଯେଉଁଥି ପାଇଁ ସକାଳୁ ରାଇମୋହନ ମାନସୀକ ଚାପରେ ଥିଲେ। ସେ ସକାଳୁ ଉଠି ସତ୍‍ସଂଘ ବିହାରରେ ଥିବା ସାଙ୍ଗମାନଙ୍କ ଖଟିକୁ ଯାଇଥିଲେ। ସେଠାରେ ଚା’ ପିଇ ଘରକୁ ଫେରିଥିଲେ। କିନ୍ତୁ ସେ ମାନସୀକ ଚାପରେ ଥିବାଭଳି ଜଣାପଡୁନଥିବା ସାଙ୍ଗମାନେ ଗଣମାଧ୍ୟମକୁ କହିଛନ୍ତି। ସେଠାକୁ ଘରକୁ ଫେରିବା ପରେ ବଡ଼ ଝିଅ ଏବଂ ପତ୍ନୀ ମାର୍କେଟିଂ କରିବାକୁ କଟକ ଯାଇଥିଲେ। ଆଉ ସାନ ଝିଅ କଲେଜ ଯାଇଥିଲେ। ଘରେ ଏକା ଥିଲେ ରାଇମୋହନ୍‍। ଏପରିକି ସେ ଶେଷଥର ପତ୍ନୀଙ୍କ ସହ କଥା ହୋଇଥିଲେ। କେଉଁଠୁ ଖାଇବ ବୋଲି ପଚାରିଥିଲେ। ଡ୍ରାଇଭର ଆସିଲେ ଖାଇବାକୁ ଯିବି ବୋଲି ରାଇମୋହନ କହିଥିଲେ। ଏହାପରେ ସେ ୧୧.୩୦ରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ। ଏନେଇ ମଞ୍ଚେଶ୍ୱର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଗତକାଲି ମଧ୍ୟ ସେ ଏକ ଫିଲ୍ମ ପାଇଁ ୩୦ ହଜାର ଟଙ୍କା ନେଇଥିଲେ।

୧୯୬୩ ମସିହାରେ ରାଇମୋହନ ପରିଡ଼ା ଜନ୍ମ ହୋଇଥିଲେ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଉଦୟପୁର ଗାଁରେ। କରଞ୍ଜିଆ କଲେଜରେ ପାଠପଡ଼ା ଶେଷ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ସେ ଏଠାରେ ନାଟକ ବିଭଗର ଛାତ୍ର ଥିଲେ। ସେ ଅଭିନୟରେ ତାଲିମ ନେଇଥିଲେ। ରାଇମୋହନଙ୍କର ପତ୍ନୀ ଓ ୨ ଝିଅ ଅଛନ୍ତି। ଜଣେ ଝିଅ ବିବାହ କରିସାରିଛନ୍ତି। ରାଇମୋହନ ପ୍ରାଚୀ ବିହାର ଘରେ ପତ୍ନୀ ଓ ସାନ ଝିଅ ସହିତ ରହୁଥିଲେ।“ରାଇମୋହନ ପରିଡ଼ା ୯୦ଟି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବା ସହିତ ୧୫ଟି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି। ସେ ୪୦ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ କାମ କରିଛନ୍ତି।

24 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର