୧୦ ଟଙ୍କାର ଏମ୍‌ସ ଓପିଡି ଟିକଟ ପାଇଁ ଦେଢ଼ ହଜାର, ଦଲାଲଙ୍କ କବଳରୁ ବାଦ ପଡ଼ିଲେନି ସିବିଆଇ ଅଧିକାରୀ

The Sakala Picture
Published On

ଖଣ୍ଡଗିରି : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‍ସ) ଭୁବନେଶ୍ୱର ଟିକଟ କାଉଣ୍ଟର ଦଲାଲଙ୍କ କବ୍‍ଜାରେ ରହିଥିବା ଆଜି ପୁଣି ଥରେ ପ୍ରମାଣିତ ହୋଇଛି। ପୂର୍ବରୁ ଅନେକ ସାଧାରଣ ଲୋକ ଦଲାଲଙ୍କ ଶୋଷଣର ଶିକାର ହୋଇଥିବା ବେଳେ ଏବେ ସିବିଆଇ ଅଧିକାରୀ ମଧ୍ୟ ଦଲାଲଙ୍କ କବଳରୁ ବାଦ ପଡ଼ି ନାହାନ୍ତି। କୋଲକାତାସ୍ଥିତ ସିବିଆଇ ଅଫିସରେ କାର୍ଯ୍ୟରତ ଯାଜପୁର ବିଞ୍ଝାରପୁର ଥାନା ଅଞ୍ଚଳର ସିବିଆଇ ଇନସପେକ୍ଟର ଦେଢ଼ ହଜାର ଟଙ୍କା ଦେଇ ଏମ୍‍ସରେ ଓପିଡି ଟିକଟ କରିବା ପରେ […]

ଖଣ୍ଡଗିରି : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‍ସ) ଭୁବନେଶ୍ୱର ଟିକଟ କାଉଣ୍ଟର ଦଲାଲଙ୍କ କବ୍‍ଜାରେ ରହିଥିବା ଆଜି ପୁଣି ଥରେ ପ୍ରମାଣିତ ହୋଇଛି। ପୂର୍ବରୁ ଅନେକ ସାଧାରଣ ଲୋକ ଦଲାଲଙ୍କ ଶୋଷଣର ଶିକାର ହୋଇଥିବା ବେଳେ ଏବେ ସିବିଆଇ ଅଧିକାରୀ ମଧ୍ୟ ଦଲାଲଙ୍କ କବଳରୁ ବାଦ ପଡ଼ି ନାହାନ୍ତି। କୋଲକାତାସ୍ଥିତ ସିବିଆଇ ଅଫିସରେ କାର୍ଯ୍ୟରତ ଯାଜପୁର ବିଞ୍ଝାରପୁର ଥାନା ଅଞ୍ଚଳର ସିବିଆଇ ଇନସପେକ୍ଟର ଦେଢ଼ ହଜାର ଟଙ୍କା ଦେଇ ଏମ୍‍ସରେ ଓପିଡି ଟିକଟ କରିବା ପରେ ଏଭଳି ଘଟଣା ପଦାକୁ ଆସିଛି।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ସୂଚନା ଅନୁସାରେ, ସିବିଆଇ ଅଧିକାରୀ ଜଣକ ତାଙ୍କ ମାଆଙ୍କୁ ନ୍ୟୁରୋଲୋଜି (ସ୍ନାୟୁ ବିଭାଗ)ର ଡାକ୍ତରଙ୍କ ପରାମର୍ଶ କରାଇବା ପାଇଁ ଦୁଇ ଦିନ ପୂର୍ବେ ଏମ୍‍ସ ଆସିଥିଲେ। ଓପିଡି ଟିକଟ କରାଇବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ ମଧ୍ୟ ତାଙ୍କୁ ଟିକଟ ମିଳି ନ ଥିଲା। ଟିକଟ ନ ପାଇ ଫେରି ଯାଉଥିବା ବେଳେ ଦଲାଲ ପ୍ରଭାକର ହାବୁଡ଼ରେ ପଡ଼ିଥିଲେ। ପ୍ରଭାକର ନ୍ୟୁରୋଲୋଜି ବିଭାଗର ଟିକଟ କରାଇଦେବ ବୋଲି କହିବା ସହ ଟିକଟ ପାଇଁ ଦେଢ଼ ହଜାର ଟଙ୍କା ନେବ ବୋଲି ଦାବି କରିଥିଲେ। ୧୦ ଟଙ୍କିଆ ଟିକଟର ମୂଲ୍ୟ ଦେଢ଼ ହଜାର ଟଙ୍କା ଶୁଣି ସମ୍ପୃକ୍ତ ସିବିଆଇ ଅଧିକାରୀଙ୍କୁ ପ୍ରଥମେ ଆଶ୍ଚର୍ଯ୍ୟ ଲାଗିଥିଲା। ହେଲେ ଅଧିକାରୀ ଜଣକ ଆଉ କୌଣସି ଉପାୟ ନପାଇ ପ୍ରଭାକରର କଥାରେ ସହମତି ହୋଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

ଏହାପରେ ଗତକାଲି ସିବିଆଇ ଅଧିକାରୀ ଜଣକ ପ୍ରଭାକରକୁ ହ୍ୱାଟ୍‍ସଆପ ଯୋଗେ ତାଙ୍କ ମାଆଙ୍କ ଆଧାର କାର୍ଡ ପଠାଇବା ସହିତ ଫୋନ୍‍ ପେ’ ମାଧ୍ୟମରେ ଏକ ହଜାର ଟଙ୍କା ପଠାଇଥିଲେ। ଟଙ୍କା ପଠାଇବା ପରେ ପ୍ରଭାକର ତାଙ୍କୁ ଆଜି ଏମ୍‍ସ ଆସିବା ପାଇଁ କହିଥିଲେ। ସିବିଆଇ ଅଧିକାରୀ ଜଣକ ଆଜି ଏମ୍‍ସରେ ପହଞ୍ଚିବା ପରେ ପ୍ରଭାକରକୁ ଫୋନ କରି କେଉଁଠି ଦେଖା କରିବି ବୋଲି ପଚାରିଥିଲେ। ନ୍ୟୁରୋଲୋଜି ବିଭାଗକୁ ଯାଆନ୍ତୁ, ସେଠାରେ ୬ନଂ ସିରିଏଲରେ ଆପଣଙ୍କ ଟିକଟ ରହିଛି ବୋଲି କହିବା ସହିତ ଉକ୍ତ ବିଭାଗରେ ଥିବା ଜଣେ ଠିକା କର୍ମଚାରୀଙ୍କୁ ଅବଶିଷ୍ଟ ୫ଶହ ଟଙ୍କା ଦେଇଦେବେ ବୋଲି ପ୍ରଭାକର ସିବିଆଇ ଅଧିକାରୀଙ୍କୁ କହିଥିଲେ।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

ପ୍ରଭାକରର କଥା ମୁତାବକ ସିବିଆଇ ଅଧିକାରୀ ନ୍ୟୁରୋଲୋଜି ବିଭାଗକୁ ଯାଇ ୫ଶହ ଟଙ୍କା ଦେବା ସହିତ ତାଙ୍କ ମାଆଙ୍କୁ ଡାକ୍ତରଙ୍କ ପରାମର୍ଶ କରାଇଥିଲେ। ସିବିଆଇ ଅଧିକାରୀ ଜଣକ ଡାକ୍ତରଙ୍କୁ ଦେଖାଇବା ପରେ ଘଟଣା ବିଷୟରେ ଏମ୍‍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଧାଡ଼ିରେ ଛିଡ଼ା ହୋଇ ଟିକଟ ନ ମିଳିବା ଓ ଟଙ୍କା ଦେବା ପରେ ବିନା କୌଣସି ବାଧାରେ ସିଧାସଳଖ ଡାକ୍ତରଙ୍କ ସହିତ ପରାମର୍ଶ କରାଇବା ଦଲାଲଙ୍କ ସହିତ ଟିକଟ କାଉଣ୍ଟର କର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି। ଦଲାଲଙ୍କ ସହିତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ତେବେ ବାରମ୍ୱାର ଏମ୍‍ସର ଓପିଡି ଟିକଟ ବିକ୍ରି ହେଉଥିବା ପ୍ରମାଣିତ ହୋଇଥିଲେ ମଧ୍ୟ ଏମ୍‍ସ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି।

18 Jun 2022 By The Sakala

୧୦ ଟଙ୍କାର ଏମ୍‌ସ ଓପିଡି ଟିକଟ ପାଇଁ ଦେଢ଼ ହଜାର, ଦଲାଲଙ୍କ କବଳରୁ ବାଦ ପଡ଼ିଲେନି ସିବିଆଇ ଅଧିକାରୀ

ଖଣ୍ଡଗିରି : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‍ସ) ଭୁବନେଶ୍ୱର ଟିକଟ କାଉଣ୍ଟର ଦଲାଲଙ୍କ କବ୍‍ଜାରେ ରହିଥିବା ଆଜି ପୁଣି ଥରେ ପ୍ରମାଣିତ ହୋଇଛି। ପୂର୍ବରୁ ଅନେକ ସାଧାରଣ ଲୋକ ଦଲାଲଙ୍କ ଶୋଷଣର ଶିକାର ହୋଇଥିବା ବେଳେ ଏବେ ସିବିଆଇ ଅଧିକାରୀ ମଧ୍ୟ ଦଲାଲଙ୍କ କବଳରୁ ବାଦ ପଡ଼ି ନାହାନ୍ତି। କୋଲକାତାସ୍ଥିତ ସିବିଆଇ ଅଫିସରେ କାର୍ଯ୍ୟରତ ଯାଜପୁର ବିଞ୍ଝାରପୁର ଥାନା ଅଞ୍ଚଳର ସିବିଆଇ ଇନସପେକ୍ଟର ଦେଢ଼ ହଜାର ଟଙ୍କା ଦେଇ ଏମ୍‍ସରେ ଓପିଡି ଟିକଟ କରିବା ପରେ ଏଭଳି ଘଟଣା ପଦାକୁ ଆସିଛି।

ସୂଚନା ଅନୁସାରେ, ସିବିଆଇ ଅଧିକାରୀ ଜଣକ ତାଙ୍କ ମାଆଙ୍କୁ ନ୍ୟୁରୋଲୋଜି (ସ୍ନାୟୁ ବିଭାଗ)ର ଡାକ୍ତରଙ୍କ ପରାମର୍ଶ କରାଇବା ପାଇଁ ଦୁଇ ଦିନ ପୂର୍ବେ ଏମ୍‍ସ ଆସିଥିଲେ। ଓପିଡି ଟିକଟ କରାଇବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ ମଧ୍ୟ ତାଙ୍କୁ ଟିକଟ ମିଳି ନ ଥିଲା। ଟିକଟ ନ ପାଇ ଫେରି ଯାଉଥିବା ବେଳେ ଦଲାଲ ପ୍ରଭାକର ହାବୁଡ଼ରେ ପଡ଼ିଥିଲେ। ପ୍ରଭାକର ନ୍ୟୁରୋଲୋଜି ବିଭାଗର ଟିକଟ କରାଇଦେବ ବୋଲି କହିବା ସହ ଟିକଟ ପାଇଁ ଦେଢ଼ ହଜାର ଟଙ୍କା ନେବ ବୋଲି ଦାବି କରିଥିଲେ। ୧୦ ଟଙ୍କିଆ ଟିକଟର ମୂଲ୍ୟ ଦେଢ଼ ହଜାର ଟଙ୍କା ଶୁଣି ସମ୍ପୃକ୍ତ ସିବିଆଇ ଅଧିକାରୀଙ୍କୁ ପ୍ରଥମେ ଆଶ୍ଚର୍ଯ୍ୟ ଲାଗିଥିଲା। ହେଲେ ଅଧିକାରୀ ଜଣକ ଆଉ କୌଣସି ଉପାୟ ନପାଇ ପ୍ରଭାକରର କଥାରେ ସହମତି ହୋଇଥିଲେ।

ଏହାପରେ ଗତକାଲି ସିବିଆଇ ଅଧିକାରୀ ଜଣକ ପ୍ରଭାକରକୁ ହ୍ୱାଟ୍‍ସଆପ ଯୋଗେ ତାଙ୍କ ମାଆଙ୍କ ଆଧାର କାର୍ଡ ପଠାଇବା ସହିତ ଫୋନ୍‍ ପେ’ ମାଧ୍ୟମରେ ଏକ ହଜାର ଟଙ୍କା ପଠାଇଥିଲେ। ଟଙ୍କା ପଠାଇବା ପରେ ପ୍ରଭାକର ତାଙ୍କୁ ଆଜି ଏମ୍‍ସ ଆସିବା ପାଇଁ କହିଥିଲେ। ସିବିଆଇ ଅଧିକାରୀ ଜଣକ ଆଜି ଏମ୍‍ସରେ ପହଞ୍ଚିବା ପରେ ପ୍ରଭାକରକୁ ଫୋନ କରି କେଉଁଠି ଦେଖା କରିବି ବୋଲି ପଚାରିଥିଲେ। ନ୍ୟୁରୋଲୋଜି ବିଭାଗକୁ ଯାଆନ୍ତୁ, ସେଠାରେ ୬ନଂ ସିରିଏଲରେ ଆପଣଙ୍କ ଟିକଟ ରହିଛି ବୋଲି କହିବା ସହିତ ଉକ୍ତ ବିଭାଗରେ ଥିବା ଜଣେ ଠିକା କର୍ମଚାରୀଙ୍କୁ ଅବଶିଷ୍ଟ ୫ଶହ ଟଙ୍କା ଦେଇଦେବେ ବୋଲି ପ୍ରଭାକର ସିବିଆଇ ଅଧିକାରୀଙ୍କୁ କହିଥିଲେ।

ପ୍ରଭାକରର କଥା ମୁତାବକ ସିବିଆଇ ଅଧିକାରୀ ନ୍ୟୁରୋଲୋଜି ବିଭାଗକୁ ଯାଇ ୫ଶହ ଟଙ୍କା ଦେବା ସହିତ ତାଙ୍କ ମାଆଙ୍କୁ ଡାକ୍ତରଙ୍କ ପରାମର୍ଶ କରାଇଥିଲେ। ସିବିଆଇ ଅଧିକାରୀ ଜଣକ ଡାକ୍ତରଙ୍କୁ ଦେଖାଇବା ପରେ ଘଟଣା ବିଷୟରେ ଏମ୍‍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଧାଡ଼ିରେ ଛିଡ଼ା ହୋଇ ଟିକଟ ନ ମିଳିବା ଓ ଟଙ୍କା ଦେବା ପରେ ବିନା କୌଣସି ବାଧାରେ ସିଧାସଳଖ ଡାକ୍ତରଙ୍କ ସହିତ ପରାମର୍ଶ କରାଇବା ଦଲାଲଙ୍କ ସହିତ ଟିକଟ କାଉଣ୍ଟର କର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି। ଦଲାଲଙ୍କ ସହିତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ତେବେ ବାରମ୍ୱାର ଏମ୍‍ସର ଓପିଡି ଟିକଟ ବିକ୍ରି ହେଉଥିବା ପ୍ରମାଣିତ ହୋଇଥିଲେ ମଧ୍ୟ ଏମ୍‍ସ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର