ଟିଟିଲାଗଡ଼ରେ ତାପମାତ୍ରା ୧୫ ଡିଗ୍ରୀ ଖସିଲା : ୪ ଦିନ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା

The Sakala Picture
Published On

ଭୁବନେଶ୍ୱର : ବୁଧବାର ଟିଟିଲାଗଡ଼ ଓ ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ଶୁକ୍ରବାର ଏଠାରେ ସର୍ବାଧିକ ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ହୋଇଛି। ଟିଟଲାଗଡ଼ରେ ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ତଳକୁ ଖସି ୩୧.୭ ଡିଗ୍ରୀ ପହଞ୍ଚିଥିବା ବେଳେ ବଲାଙ୍ଗୀରରେ ପାଖାପାଖି ୧୦ ଡିଗ୍ରୀ ତଳକୁ ଖସି ୩୬.୫ ଡିଗ୍ରୀରେ ପହଞ୍ଚିଛି। ଗୁରୁବାର ଏହି ଦୁଇ ସହରରେ ଅଗ୍ନିବର୍ଷା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ଦିନରେ କୌଣସି ଦୁଇଟି ସହରରେ ଏକାଥରେ ତାପମାତ୍ରା […]

ଭୁବନେଶ୍ୱର : ବୁଧବାର ଟିଟିଲାଗଡ଼ ଓ ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ଶୁକ୍ରବାର ଏଠାରେ ସର୍ବାଧିକ ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ହୋଇଛି। ଟିଟଲାଗଡ଼ରେ ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ତଳକୁ ଖସି ୩୧.୭ ଡିଗ୍ରୀ ପହଞ୍ଚିଥିବା ବେଳେ ବଲାଙ୍ଗୀରରେ ପାଖାପାଖି ୧୦ ଡିଗ୍ରୀ ତଳକୁ ଖସି ୩୬.୫ ଡିଗ୍ରୀରେ ପହଞ୍ଚିଛି। ଗୁରୁବାର ଏହି ଦୁଇ ସହରରେ ଅଗ୍ନିବର୍ଷା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ଦିନରେ କୌଣସି ଦୁଇଟି ସହରରେ ଏକାଥରେ ତାପମାତ୍ରା ୪୫ ଡିଗ୍ରୀ ପାର୍‍ କରିଥିଲା। ମାତ୍ରା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସକ୍ରିୟ କାଳବୈଶାଖୀ ଯୋଗୁଁ ଶୁକ୍ରବାର ଏଠାରେ ସ୍ଥିତି ପରିବର୍ତ୍ତନ ହୋଇଛି।
ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗରମ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଗରେ ପରିବର୍ତ୍ତନ ଆସିଛି। ସମ୍ପୃକ୍ତ ଅଞ୍ଚଳରୁ ବ୍ୟାପୀଥିବା ବିସ୍ଥାପିତ ମେଘଖଣ୍ଡମାନ ଓଡ଼ିଶାର ଏହି ଅଞ୍ଚଳରେ ରହିବା ସହିତ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି। ଦିନ ତମାମ ମେଘୁଆ ପାଗ ଯୋଗୁଁ ସୂର୍ଯ୍ୟଙ୍କ କରିଣ ପଡ଼ି ପାରି ନ ଥିବା ବେଳେ ଗୁଳୁଗୁଳିରୁ ମଧ୍ୟ ମୁକ୍ତି ମିଳିଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ତାତି ସାମାନ୍ୟ କମିଥିଲେ ବି ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଏହି ସହରଗୁଡ଼ିକ ମଧ୍ୟରେ ବୌଦ୍ଧରେ ୪୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମୋଟ୍‍ ୬ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଶନିବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ଏହି ସ୍ଥିତି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଶନିବାର ମାଲକାନଗିରି. କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା. ଗଜପତି, ଗଞ୍ଜାମ, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

11 Jun 2022 By The Sakala

ଟିଟିଲାଗଡ଼ରେ ତାପମାତ୍ରା ୧୫ ଡିଗ୍ରୀ ଖସିଲା : ୪ ଦିନ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ବୁଧବାର ଟିଟିଲାଗଡ଼ ଓ ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ଶୁକ୍ରବାର ଏଠାରେ ସର୍ବାଧିକ ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ହୋଇଛି। ଟିଟଲାଗଡ଼ରେ ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ତଳକୁ ଖସି ୩୧.୭ ଡିଗ୍ରୀ ପହଞ୍ଚିଥିବା ବେଳେ ବଲାଙ୍ଗୀରରେ ପାଖାପାଖି ୧୦ ଡିଗ୍ରୀ ତଳକୁ ଖସି ୩୬.୫ ଡିଗ୍ରୀରେ ପହଞ୍ଚିଛି। ଗୁରୁବାର ଏହି ଦୁଇ ସହରରେ ଅଗ୍ନିବର୍ଷା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ଦିନରେ କୌଣସି ଦୁଇଟି ସହରରେ ଏକାଥରେ ତାପମାତ୍ରା ୪୫ ଡିଗ୍ରୀ ପାର୍‍ କରିଥିଲା। ମାତ୍ରା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସକ୍ରିୟ କାଳବୈଶାଖୀ ଯୋଗୁଁ ଶୁକ୍ରବାର ଏଠାରେ ସ୍ଥିତି ପରିବର୍ତ୍ତନ ହୋଇଛି।
ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗରମ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଗରେ ପରିବର୍ତ୍ତନ ଆସିଛି। ସମ୍ପୃକ୍ତ ଅଞ୍ଚଳରୁ ବ୍ୟାପୀଥିବା ବିସ୍ଥାପିତ ମେଘଖଣ୍ଡମାନ ଓଡ଼ିଶାର ଏହି ଅଞ୍ଚଳରେ ରହିବା ସହିତ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି। ଦିନ ତମାମ ମେଘୁଆ ପାଗ ଯୋଗୁଁ ସୂର୍ଯ୍ୟଙ୍କ କରିଣ ପଡ଼ି ପାରି ନ ଥିବା ବେଳେ ଗୁଳୁଗୁଳିରୁ ମଧ୍ୟ ମୁକ୍ତି ମିଳିଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ତାତି ସାମାନ୍ୟ କମିଥିଲେ ବି ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଏହି ସହରଗୁଡ଼ିକ ମଧ୍ୟରେ ବୌଦ୍ଧରେ ୪୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମୋଟ୍‍ ୬ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି।

ଶନିବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ଏହି ସ୍ଥିତି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଶନିବାର ମାଲକାନଗିରି. କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା. ଗଜପତି, ଗଞ୍ଜାମ, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

https://www.thesakala.in/latest-odisha-news/titilagarh-temperature-drops-to-15-degrees-celsius-rain-with-thunderstorms-for-4-days/article-12342
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର